ଫୁଲବାଣୀ:୦୯/୦୪ (ସୁନୀଲ ପଟ୍ଟନାୟକ):ବୁଧବାର ସନ୍ଧ୍ୟାରେ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ସ୍ଥାନୀୟ କରୋ ନେ ସନ୍ ପଡିଆ ଠାରେ ଦ୍ୱିତୀୟ କନ୍ଧମାଳ ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳା ୨୦୨୬ ଉଦଘାଟିତ ହୋଇଛି l ଏହି ଅବସରରେ ମୁଖ୍ୟ ଅତିଥି ତଥା ଉଦ୍ଘlଟକ ଭାବେ କନ୍ଧମାଳ ଜିଲ୍ଲା ପାଳ ବେଦ ଭୂଷଣ ଯୋଗ ଦେଇ ଶୁଭ ଉଦ୍ଘାଟନ କରିଥିଲେ l କନ୍ଧମାଳ ଜିଲ୍ଲା ର କଳା ସଂସ୍କୃତି ପରମ୍ପରା ସହ ବାଣିଜ୍ୟର ପ୍ରଚାର ପ୍ରସାର ପାଇଁ ଅନୁଷ୍ଠିତ ଏହି ଲୋକ ଉତ୍ସବ ଓ ବାଣିଜ୍ୟ ମେଳା ର ସଫଳତା କାମନା କରିବା ସହ ଆୟୋଜକ ମାନଙ୍କୁ ଧନ୍ୟବାଦ୍ ଜଣାଇଥିଲେ l ସେହିପରି କନ୍ଧମାଳ ଏସପି ହରିଶ୍ ବିଶି, ବରିଷ୍ଠ ଆଇନଜୀବି ତଥା ପରାମର୍ଶଦା ତା ଲମ୍ବୋଦର କହଁର, କ୍ରୀଡ଼ା ସଂସଦ ସମ୍ପାଦକ ଆଇନଜୀବି ଶିବ ପ୍ରସାଦ ତ୍ରିପାଠୀ, ପ୍ରମୁଖ ଯୋଗ ଦେଇ ଏହି ମେଳା ସହର ବାସୀ ଙ୍କୁ ଆମୋଦ ପ୍ରମୋଦ ର ଖୋରାକ ଯୋଗାଇବା ସହ ବ୍ୟବସାୟ ବୃଦ୍ଧି ରେ ସହାୟକ ହେବ ବୋଲି କହିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ କନ୍ଧମାଳ ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳା ର ଅଧ୍ୟକ୍ଷ ସୁନୀଲ ପଟ୍ଟନାୟକ ମେଳା ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ବର୍ଣ୍ଣନା କରିଥିଲେ l କାର୍ଯ୍ୟକାରୀ ଅଧ୍ୟକ୍ଷ ରାଧାମୋହନ ମହାପାତ୍ର ସଭାପତିତ୍ବ କରିଥିଲେ l ଉପସଭାପତି ସୁଜିତ ବେହେରା ଧନ୍ୟ ବାଦ୍ ଦେଇଥିଲେ l କମିଟି ସଦସ୍ୟ ପ୍ରସନ୍ନ କୁମାର ସ୍ବାଇଁ, ମହମ୍ମଦ ଚିଷ୍ଟୀ, ସୋନ୍ତଶ କୁମାର ବେହେରା, ମୁଷ୍କlନ୍ ସୁଆର, ଅନିତା ପଟନାୟକ, ସୁଭ୍ରା ପଟନାୟକ, ରଞ୍ଜିତ ବେହେରା, ଶିବ ନାୟକ ପ୍ରମୁଖ ସହଯୋଗ କରିଥିଲେ l ଏହି ମେଳା ଏପ୍ରିଲ ୮ରୁ ୧୯ଏପ୍ରିଲ ଯାଏ ଦିର୍ଘ ୧୨ଦିନ ବ୍ୟାପୀ ଅନୁଷ୍ଠିତ ହେବ l ଏହି ଅବସରରେ ପ୍ରତ୍ୟ ହ ଅପରାହ୍ନ ୪ଟା ରୁ ରାତ୍ର ୧୦ଟା ଯାଏଁ ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟ କ୍ରମ ଅନୁଷ୍ଠିତ ହେବ l ସେହିପରି ଦେଶ ବାହାର ର ଜଳ ପରି ସୋ ଅନୁଷ୍ଠିତ ହେବ l

