ହିଞ୍ଜିଳିକାଟୁ,୨୭।୧୦(କୃଷ୍ଣ ଚନ୍ଦ୍ର ସାମନ୍ତରାୟ): ଓଡ଼ିଆରେ ଏକ ପ୍ରଚଳିତ ଢଗ ରହିଛି—‘ବାହା ବେଳେ ବାଇଗଣ ରୁଆ’। ଅର୍ଥାତ୍, ଯେଉଁ କାମ ଆଗୁଆ କରିବା କଥା, ତାହା ଠିକ୍ ଆବଶ୍ୟକତା ସମୟରେ ଆରମ୍ଭ କରିବା। ହିଞ୍ଜିଳିକାଟୁ ପୌର ପରିଷଦର କାର୍ଯ୍ୟଶୈଳୀକୁ ନେଇ ଏବେ ଏହି ଢଗଟି ବେଶ୍ ପ୍ରାସଙ୍ଗିକ ହୋଇପଡ଼ିଛି। ବାତ୍ୟା ଆଶଙ୍କା ଓ ପ୍ରତିକୂଳ ପାଣିପାଗ ମଧ୍ୟରେ ଜାତୀୟ ରାଜପଥ କଡ଼ରେ ଥିବା ଡ୍ରେନ୍ ସଫା କରିବାକୁ ପୌର ପରିଷଦ ପକ୍ଷରୁ ତତ୍ପରତା ଦେଖାଯାଇଛି। ତେବେ ଏହି ତତ୍ପରତା ଯଦି ଆଗରୁ ଦେଖାଯାଇଥାନ୍ତା, ତେବେ ଆଜି ଏଭଳି ସମୟରେ ସଫେଇ କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠିନଥାନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।ପ୍ରତିବର୍ଷ ବର୍ଷା ଋତୁରେ ଡ୍ରେନ୍ରେ ପାଣି ଜମିବା, ଜଳ ନିଷ୍କାସନରେ ବାଧା ଉପୁଜିବା ଏବଂ ରାସ୍ତାଘାଟରେ ଜଳବନ୍ଦୀ ସମସ୍ୟା ଦେଖାଦେବା ନେଇ ଲୋକଙ୍କ ଚିନ୍ତା ରହିଥାଏ। ଏଭଳି ସ୍ଥିତିରେ ବର୍ଷା ଆସିବା ପୂର୍ବରୁ ଡ୍ରେନ୍ ସଫେଇ ଓ ଜଳ ନିଷ୍କାସନ…
Author: Janabani News
ଭଞ୍ଜନଗର,୨୭।୧୦(ନିଲୁ ବିଷୋୟୀ):ସମ୍ଭାବ୍ୟ ବାତ୍ୟାର ମୁକାବିଲା ଏବଂ ଜନସାଧାରଣଙ୍କ ଧନଜୀବନର ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ଉମାଶଙ୍କର ବେହେରା ଆଜି ବେଲଗୁଣ୍ଠା ବ୍ଲକ୍, ଭଞ୍ଜନଗର ବ୍ଲକ୍ର ବାଇବାଲୀ ପଞ୍ଚାୟତ ଅନ୍ତର୍ଗତ ତଡମା ଗ୍ରାମ ଏବଂ ଜଗନ୍ନାଥପ୍ରସାଦ ବ୍ଲକ୍ ଓ ଏନ୍ଏସିର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ବାତ୍ୟା ମୁକାବିଲା ପ୍ରସ୍ତୁତି, ଜନସାଧାରଣଙ୍କ ସ୍ଥାନାନ୍ତରଣ ପ୍ରକ୍ରିୟା ଓ ଆଶ୍ରୟସ୍ଥଳୀରେ ଉପଲବ୍ଧ ସୁବିଧାର ସମୀକ୍ଷା କରିଥିଲେ। ପରିଦର୍ଶନ ସମୟରେ ସମ୍ପୃକ୍ତ ବ୍ଲକ୍ର ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।ଉପଜିଲ୍ଲାପାଳ ବେଲଗୁଣ୍ଠା ବ୍ଲକ୍ର ଉଡରା ଓ ବାଣତୁମ୍ବ ଗ୍ରାମ ପରିଦର୍ଶନ କରି ସେଠାରେ ଚାଲିଥିବା ଜନସ୍ଥାନାନ୍ତରଣ ପ୍ରକ୍ରିୟାର ତଦାରଖ କରିଥିଲେ। ବିପଦପ୍ରବଣ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଚିହ୍ନଟ କରି ସମୟୋଚିତ ଭାବେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ସହ ଆଶ୍ରୟସ୍ଥଳୀରେ ଖାଦ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ମୌଳିକ ସୁବିଧା ସୁନିଶ୍ଚିତ କରିବାକୁ ସେ ସମ୍ପୃକ୍ତ…
ଭଞ୍ଜନଗର,୨୭।୧୦(ନିଲୁ ବିଷୋୟୀ):ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ଧନଜୀବନର ସୁରକ୍ଷା ଏବଂ ଭୂସ୍ଖଳନ ମୁକାବିଲା ପ୍ରସ୍ତୁତିର ସମୀକ୍ଷା ନିମନ୍ତେ ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା ଆଜି କଳିଙ୍ଗା ଘାଟିର ବିଭିନ୍ନ ଭୂସ୍ଖଳନ ପ୍ରବଣ ଅଞ୍ଚଳ ପରିଦର୍ଶନ କରିଥିଲେ। ପରିଦର୍ଶନ ସମୟରେ ଉପଜିଲ୍ଲାପାଳ ଘାଟି ଅଞ୍ଚଳର ରାସ୍ତାର ସ୍ଥିତି, ସମ୍ଭାବ୍ୟ ଭୂସ୍ଖଳନ ଆଶଙ୍କା ଥିବା ସ୍ଥାନ ଏବଂ ବାତ୍ୟାଜନିତ ପ୍ରବଳ ବର୍ଷାର ପ୍ରଭାବ ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ଅତ୍ୟଧିକ ବର୍ଷା ଯୋଗୁଁ ଭୂସ୍ଖଳନ ଘଟିବାର ଆଶଙ୍କା ଥିବାରୁ ସମ୍ପୃକ୍ତ ବିଭାଗଗୁଡ଼ିକୁ ସତର୍କ ରହିବା ସହ ରାସ୍ତାର ସ୍ଥିତି ଉପରେ ନିରନ୍ତର ନଜର ରଖିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଘାଟି ଅଞ୍ଚଳରେ ଲୋକଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେବା ସହ ଆବଶ୍ୟକ ସ୍ଥଳେ ତୁରନ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ, ଯାତାୟାତ ନିୟନ୍ତ୍ରଣ ଏବଂ ଜରୁରୀକାଳୀନ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ ରହିବାକୁ ଉପଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ଭୂସ୍ଖଳନ ଭଳି ଅପ୍ରତ୍ୟାଶିତ…
ବୋଲଗଡ଼,୨୭।୧୦(ସୁଶାନ୍ତ କୁମାର ପ୍ରଧାନ):ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଦଶହରା ଅବକାଶ ପରେ ବିଦ୍ୟାଳୟ ମଙ୍ଗଳବାର ଖୋଲିବା ପରିପ୍ରେକ୍ଷୀରେ ଏବଂ ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟଙ୍କ ଦ୍ୱାରା ଜାରି ଏସ୍.ଓ.ପିର କାର୍ଯ୍ୟକାରିତା ତଦାରଖ ପାଇଁ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁ ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି।ସୂଚନା ଅନୁସାରେ, ଶ୍ରୀ ସ୍ୱାଇଁ ସଂପୁର ସ୍ଥିତ ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟ, ହରିରାଜପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ, ଖଙ୍ଗୁରିଆ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଏବଂ ବୋଲଗଡ଼ ସଦର ମହକୁମା ସ୍ଥିତ ପି.ଏମ୍.ଶ୍ରୀ ବାମନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ।ପରିଦର୍ଶନ ସମୟରେ ସେ ବିଦ୍ୟାଳୟ ପ୍ରକୋଷ୍ଠ, ହାତା, ରୋଷେଇ ଗୃହ, ଶୌଚାଳୟର ପରିଷ୍କାର ପରିଚ୍ଛନ୍ନତା, ନିରାପଦ ବ୍ୟବସ୍ଥା, ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ରୋଷ୍ଟର ଡ୍ୟୁଟି ରେଜିଷ୍ଟର, ଲେସନ ନୋଟ୍, ଉପସ୍ଥାନ ଖାତା, ଛାତ୍ରଛାତ୍ରୀଙ୍କ ଗୃହକାର୍ଯ୍ୟ ଖାତା ଏବଂ ମଧ୍ୟାହ୍ନ…
ହିଞ୍ଜିଳିକାଟୁ,୨୭।୧୦(କୃଷ୍ଣ ଚନ୍ଦ୍ର ସାମନ୍ତରାୟ):ନିର୍ମାଣରେ ତ୍ରୁଟି ଯୋଗୁଁ ପୂର୍ବରୁ ଧସିପଡ଼ିଥିଲା ପୋଖରୀର ସୁରକ୍ଷା ପାଚେରି। ଏବେ ପୁନର୍ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ମଜବୁତ ଭିତ୍ତି ବା କଂକ୍ରିଟ୍ ବେସ୍ ନିର୍ମାଣକୁ ନେଇ ଉଠିଛି ପ୍ରଶ୍ନ। ଏହାକୁ କେନ୍ଦ୍ର କରି ହିଞ୍ଜିଳିକାଟୁ ବ୍ଲକ୍ ଶିକିରି ପଞ୍ଚାୟତ ଅନ୍ତର୍ଗତ ନୂଆବନ୍ଧ ପୋଖରୀର ଗାର୍ଡୱାଲ୍ ନିର୍ମାଣ କାର୍ଯ୍ୟକୁ ସୋମବାର ଗ୍ରାମବାସୀ ବନ୍ଦ କରିଦେଇଛନ୍ତି। ପୋଖରୀର ସ୍ଥାୟୀ ସୁରକ୍ଷା ସହ ନିର୍ମାଣର ଗୁଣବତ୍ତା ସୁନିଶ୍ଚିତ କରିବାକୁ ସେମାନେ ଦାବି କରିଛନ୍ତି।ସୂଚନା ଅନୁଯାୟୀ, ଶିକିରି ବିନାୟକ ପାଟଣା ନିକଟରେ ଥିବା ନୂଆବନ୍ଧ ପୋଖରୀର ସୁରକ୍ଷା ପାଚେରି ପୂର୍ବରୁ ଧସିପଡ଼ିଥିଲା। ଏହାର ପୁନର୍ନିର୍ମାଣ ପାଇଁ ଏବେ କାର୍ଯ୍ୟ ଆରମ୍ଭ ହୋଇଛି। ତେବେ ପୂର୍ବରୁ ପାଚେରି ଧସିବାର କାରଣ ଓ ନିର୍ମାଣର ସ୍ଥାୟୀତ୍ୱକୁ ନେଇ ଚିନ୍ତା ପ୍ରକାଶ କରି ଗ୍ରାମବାସୀ ପୋଖରୀର ମୂଳରୁ ମଜବୁତ କଂକ୍ରିଟ୍ ବେସ୍ ନିର୍ମାଣ କରିବାକୁ ଦାବି କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାୟୀ, ପୂର୍ବରୁ ନିର୍ମାଣ ହୋଇଥିବା ପାଚେରିର ଗୁଣବତ୍ତା…
ବୁଗୁଡ଼ା,୨୭।୧୦(ପୂର୍ଣ୍ଣଚନ୍ଦ୍ର ବାରିକ):ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା କରିବା ପାଇଁ ସଜାଗ ହୋଇଛି ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବ୍ଲକ ପ୍ରଶାସନ। ବାତ୍ୟା ସମୟରେ ଲୋକଙ୍କ ସୁରକ୍ଷା, ଜରୁରୀକାଳୀନ ସେବା ଓ ଆବଶ୍ୟକୀୟ ସାମଗ୍ରୀ ଯୋଗାଣକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ସମସ୍ତ ବିଭାଗର ଅଧିକାରୀଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।ବିଶେଷକରି ବୁଗୁଡ଼ା ବ୍ଲକର କରସିଙ୍ଗି ଓ କରଚୁଲି ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକଙ୍କ ସୁରକ୍ଷା ଓ ଆବଶ୍ୟକତାକୁ ଗୁରୁତ୍ୱ ଦେଇଛି ପ୍ରଶାସନ। ଆଶ୍ରୟସ୍ଥଳୀରେ ରହୁଥିବା ଲୋକଙ୍କ ପାଇଁ ରନ୍ଧା ଖାଦ୍ୟ ଯୋଗାଣର ବ୍ୟବସ୍ଥା ଏବଂ ଏହାର ସ୍ଥିତି ସମ୍ପର୍କରେ ବୁଗୁଡ଼ା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୁତିକୃଷ୍ଣ ପାତ୍ର ଅନୁଧ୍ୟାନ କରିଛନ୍ତି।ବାତ୍ୟା ସମୟରେ ଯେପରି କୌଣସି ଲୋକ ଖାଦ୍ୟ ଓ ଆଶ୍ରୟରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଉଛି। ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ…
ସୋରଡ଼ା,୨୭।୧୦(କୃଷ୍ଣ ଚନ୍ଦ୍ର ସାମନ୍ତରାୟ):ଗଂଜାମ ଜିଲ୍ଲା ସୋରଡ଼ାସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ସୋମବାର ଦିନ ପୂର୍ବଛାତ୍ର ଏକତ୍ରୀକରଣ ବୈଠକ ଉତ୍ସାହ ଓ ଆନନ୍ଦର ସହ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପ୍ରାୟ ୧୦୦ ଜଣ ପୂର୍ବଛାତ୍ର ଯୋଗଦେଇ ବିଦ୍ୟାଳୟ ସହିତ ନିଜର ପୁରାତନ ସମ୍ପର୍କକୁ ପୁନର୍ଜୀବିତ କରିଥିଲେ।ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ଘନଶ୍ୟାମ ପ୍ରଧାନ ଦୀପ ପ୍ରଜ୍ୱଳନ କରି ସଭାର ଶୁଭାରମ୍ଭ କରିଥିଲେ। ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଶ୍ରୀଯୁକ୍ତ ସୁନୀଲ କୁମାର ରଥ ମଞ୍ଚାସୀନ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବା ନିମନ୍ତେ ‘ପଞ୍ଚ ପରିବର୍ତ୍ତନ’ର ମହତ୍ତ୍ୱ ସମ୍ପର୍କରେ ଉପସ୍ଥିତ ପୂର୍ବଛାତ୍ରମାନଙ୍କୁ ଅବଗତ କରାଇଥିଲେ।ଉକ୍ତ ଦିବସର ପ୍ରମୁଖ ଶ୍ରୀଯୁକ୍ତ ନାରାୟଣ ସାହୁ ପୂର୍ବଛାତ୍ର ଏକତ୍ରୀକରଣର ଉଦ୍ଦେଶ୍ୟ ଓ ଏହାର ଆବଶ୍ୟକତା ସମ୍ପର୍କରେ ନିଜର ମତ ରଖିଥିଲେ। ଅନୁଷ୍ଠାନର ସମ୍ପାଦକ ଶ୍ରୀଯୁକ୍ତ ମନୋଜ କୁମାର ସୁଆର ଏବଂ ଉପସଭାପତି ଶ୍ରୀଯୁକ୍ତ ଗୋପାଳକୃଷ୍ଣ ପଟ୍ଟନାୟକ ଉପସ୍ଥିତ ରହି ପୂର୍ବଛାତ୍ରମାନଙ୍କୁ ମାର୍ଗଦର୍ଶନ ପ୍ରଦାନ…
ରାୟଗଡ,୨୭।୧୦(ଅମୂଲ୍ୟ ନିଶଙ୍କ):ଅର୍ଣ୍ଣବକୁ ନେଇ ରାୟଗଡ ଜିଲ୍ଲାରେ ବଢ଼ିଛି ପ୍ରଶାସନିକ ତତ୍ପରତା। ବାତ୍ୟା ମୁକାବିଲା ଓ ଜିରୋ କାଜୁଆଲିଟିକୁ ପ୍ରାଧାନ୍ୟ ଦେଇ ରାୟଗଡ ଜିଲ୍ଲାର ଦାୟିତ୍ୱ ନେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଗତ ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଏହି ଦାୟିତ୍ୱ ଦେଇଥିବା ବେଳେ ଆଜି ମଧ୍ୟାହ୍ନରେ ସେ ରାୟଗଡରେ ପହଞ୍ଚିଛନ୍ତି।ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ରାୟଗଡରେ ରହି ବାତ୍ୟା ମୁକାବିଲା ପ୍ରସ୍ତୁତି ଉପରେ ନଜର ରଖିବେ ଉପମୁଖ୍ୟମନ୍ତ୍ରୀ। ଆଜି ଅପରାହ୍ନ ୩ଟାରେ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସହ ବାତ୍ୟା ପ୍ରସ୍ତୁତିର ସମୀକ୍ଷା କରିବେ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି।ସେପଟେ ଆଜି ଅଧିକ ବର୍ଷା ହେବାର ଆକଳନ ରହିଥିବା ବେଳେ ମଧ୍ୟାହ୍ନ ସୁଦ୍ଧା ବର୍ଷାର ପରିମାଣ କମ୍ ରହିଛି। ଏଥିପାଇଁ ଜିଲ୍ଲାବାସୀ କିଛିଟା ଆଶ୍ୱସ୍ତ ହୋଇଥିଲେ ମଧ୍ୟ ବାତ୍ୟାର ପ୍ରକୃତ ପ୍ରଭାବକୁ ନେଇ ସତର୍କ ରହିବା ଜରୁରୀ। ଲୋକଙ୍କ ଧନଜୀବନ ସୁରକ୍ଷାରେ କୌଣସି ଅବହେଳା ହେବ…
ରାୟଗଡ,୨୭।୧୦(ଅମୂଲ୍ୟ ନିଶଙ୍କ):ବଙ୍ଗୋପସାଗରରେ ସୃଷ୍ଟ ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ତଥା ଜିଲ୍ଲାର ସ୍ଥିତି ନିୟନ୍ତ୍ରଣ ପାଇଁ ଓଡ଼ିଶା ସରକାରଙ୍କ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ରାୟଗଡ଼ା ଜିଲ୍ଲା ଦାୟିତ୍ୱ ରେ ଥିବା ବରିଷ୍ଠ ଅଧିକାରୀ କେ ସୁଦର୍ଶନ ଚକ୍ରବର୍ତ୍ତୀ, ଜିଲ୍ଲାପାଳ ଆଶୁତୋଷ କୁଲକର୍ଣୀ ଓ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ବୈଠକରେ ବାତ୍ୟା ପୂର୍ବ ପ୍ରସ୍ତୁତି ଓ ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ଉପରେ ବିସ୍ତୃତ ଆଲୋଚନା କରାଯାଇଛି।ଏହି କ୍ରମରେ ଆଭାସୀ ମାଧ୍ୟମରେ ରାମନାଗୁଡ଼ା ବ୍ଲକ ପ୍ରଶାସନର ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ସାମିଲ ହୋଇଥିଲେ। ବୈଠକରେ ଉପ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ସମ୍ପୂର୍ଣ୍ଣ ସତର୍କ ରହିବାକୁ ନିର୍ଦ୍ଦେଶ ଦେବା ସହ ‘ଜିରୋ କାଜୁଆଲିଟି’ ଲକ୍ଷ୍ୟ ନେଇ କାର୍ଯ୍ୟ କରିବାକୁ ଗୁରୁତ୍ୱାରୋପ କରିଛନ୍ତି।ମୁଖ୍ୟତଃ ତଳିଆ ଅଞ୍ଚଳ ଓ କଚ୍ଚା ଘରେ ରହୁଥିବା ଲୋକଙ୍କୁ ଚିହ୍ନଟ କରି ନିକଟସ୍ଥ…
ଛତ୍ରପୁର,୨୭।୧୦(ଜନବାଣୀ ବ୍ୟୁରୋ):ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜରୁରୀକାଳୀନ ମୁକାବିଲା ଓ ଜନସୁରକ୍ଷା ବ୍ୟବସ୍ଥାକୁ ଜୋରଦାର କରାଯାଇଛି। ଏନେଇ ମଙ୍ଗଳବାର ଛତ୍ରପୁରଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ସୂଚନା ଦେଇଛନ୍ତି। ଜିଲ୍ଲାବାସୀଙ୍କୁ ଭୟଭୀତ ନ ହୋଇ ସତର୍କ ରହିବାକୁ ସେ ଅନୁରୋଧ କରିଛନ୍ତି। ଆସନ୍ତାକାଲି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ପ୍ରଶାସନ ସମସ୍ତ ପ୍ରକାର ପ୍ରସ୍ତୁତି କରିଛି।ଜିଲ୍ଲା, ବ୍ଲକ, ତହସିଲ ଓ ପୌରାଞ୍ଚଳ ସ୍ତରରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ ରହିଛି। ଜିଲ୍ଲା ଜରୁରୀକାଳୀନ ଅପରେସନ୍ କେନ୍ଦ୍ରର ଫୋନ୍ ନମ୍ବର ୦୬୮୧୧-୨୬୩୯୭୮ ଜାରି କରାଯାଇଛି। ନଦୀବନ୍ଧ ଓ ଜଳସ୍ତର ଉପରେ ନିରନ୍ତର ନଜର ରଖିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ସମୁଦ୍ରକୁ ଯିବା ଓ ମାଛଧରା କାର୍ଯ୍ୟ ସ୍ଥଗିତ ରଖାଯାଇଛି। ସମୁଦ୍ରରେ ଥିବା ମତ୍ସ୍ୟଜୀବୀମାନଙ୍କୁ ଶୀଘ୍ର ଫେରିଆସିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉପକୂଳ ତହସିଲଦାର, ମତ୍ସ୍ୟ ଅଧିକାରୀ…
ବ୍ରହ୍ମପୁର,୨୭।୧୦(କୃଷ୍ଣ ଚନ୍ଦ୍ର ସାମନ୍ତରାୟ):ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ତଥା ଜାତୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରଠାରେ ଆୟୋଜିତ ଜାତୀୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାର ୧୫୦ରୁ ଊର୍ଦ୍ଧ୍ୱ ନାଗରିକ ଆଜି ଅପରାହ୍ନରେ ବ୍ରହ୍ମପୁର ରେଳ ଷ୍ଟେସନରୁ ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଯାତ୍ରା କରିଛନ୍ତି। ଏଥିରେ ଗଞ୍ଜାମ ଜିଲ୍ଲାରୁ ୫୨ ଜଣ ନାଗରିକ ସାମିଲ ହୋଇଛନ୍ତି। ଏକତା ନଗର ଅଭିମୁଖେ ଯାଉଥିବା ସ୍ୱତନ୍ତ୍ର ଟ୍ରେନ୍କୁ ରାଜ୍ୟର ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ଏହି ଅବସରରେ ମନ୍ତ୍ରୀ ଶ୍ରୀ ଜେନା କହିଥିଲେ ଯେ, ଦେଶର ଏକତା ଓ ଅଖଣ୍ଡତା ରକ୍ଷା ଦିଗରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଅବଦାନ ଚିରସ୍ମରଣୀୟ। ଜାତୀୟ ଏକତା ଦିବସର ଏହି କାର୍ଯ୍ୟକ୍ରମରେ ଯୋଗଦେଉଥିବା ନାଗରିକମାନେ ଏକତା ଓ ଅଖଣ୍ଡତାର ବାର୍ତ୍ତା ନେଇ ଫେରିବା ପରେ ରାଜ୍ୟର…
ଛତ୍ରପୁର,୨୭।୧୦(କୃଷ୍ଣ ଚନ୍ଦ୍ର ସାମନ୍ତରାୟ):ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ ଏବଂ ଏହାର ପ୍ରଭାବରେ ହେବାକୁ ଥିବା ପ୍ରବଳ ବର୍ଷା ଓ ବାତ୍ୟାର ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲାରେ ଗ୍ରହଣ କରାଯାଇଥିବା ସମସ୍ତ ପ୍ରସ୍ତୁତି ଓ ଆଗୁଆ ପଦକ୍ଷେପ ସମ୍ପର୍କରେ ଆଜି ସମୀକ୍ଷା କରାଯାଇଛି। ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ଆଜି ପୂର୍ବାହ୍ନରେ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ବାତ୍ୟା ମୁକାବିଲା, ଉଦ୍ଧାର ଓ ରିଲିଫ୍ ବ୍ୟବସ୍ଥା, ଜଳ ନିଷ୍କାସନ, ଯୋଗାଯୋଗ ଏବଂ ଜନସାଧାରଣଙ୍କ ସୁରକ୍ଷା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।ସମୀକ୍ଷା ସମୟରେ ମନ୍ତ୍ରୀ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ପୃଥକ୍ ଭାବେ ଆଲୋଚନା କରି ବାତ୍ୟା ମୁକାବିଲା ପାଇଁ ନିଆଯାଇଥିବା ଆଗୁଆ ପଦକ୍ଷେପ, କ୍ଷେତ୍ରସ୍ତରରେ ପ୍ରସ୍ତୁତିର ସ୍ଥିତି, ଆବଶ୍ୟକ ଯନ୍ତ୍ରପାତି ଓ କର୍ମଚାରୀଙ୍କ ଉପଲବ୍ଧତା ଏବଂ ଜରୁରୀ ପରିସ୍ଥିତିରେ ତ୍ୱରିତ ପଦକ୍ଷେପ ଗ୍ରହଣ ପାଇଁ ରହିଥିବା ବ୍ୟବସ୍ଥା ସମ୍ପର୍କରେ ତଥ୍ୟ ନେଇଥିଲେ।…