Author: Janabani News

ବୋଲଗଡ଼,୧୧/୦୯(ସୁଶାନ୍ତ କୁମାର ପ୍ରଧାନ):ଓଡ଼ିଶାରେ ଏମିତି ଏକ ପର୍ବ ଅଛି, ଯାହା କେବଳ ପେଟ ପୂରାଏ ନାହିଁ, ମନ ବି ଯୋଡେ। ତାହା ହେଉଛି ନୂଆଖାଇ। ଅନ୍ନ, ଅନ୍ନଦାତା, ଏକତା, କୃଷିଭିତ୍ତିକ ଜୀବନ ଓ ସାମ୍ୟବାଦର ଏହି ମହାନ ପର୍ବ ପାଳନ ଦ୍ୱାରା ବର୍ଷ ବର୍ଷର ମନୋମାଳିନ୍ୟ, ଅଭିମାନ ସବୁ ଧୋଇ ହୋଇଯାଏ। ସାନ ବଡ଼ ହାତ ମିଳାନ୍ତି, ଗାଁ ଗୋଟିଏ ପରିବାର ପାଲଟିଯାଏ। ବିଶେଷ କରି ପଶ୍ଚିମ ଓଡ଼ିଶାରେ ଏହି ନୂଆଖାଇ ପର୍ବକୁ ଯେଉଁ ଆନନ୍ଦ ଉଲ୍ଲାସରେ ପାଳନ କରାଯାଏ, ଠିକ୍ ସେହି ପରମ୍ପରା, ସେହି ନିଷ୍ଠା ଆଜି ବି ଦେଖିବାକୁ ମିଳେ ପୂର୍ବ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ଐତିହାସିକ ସଂମପୁର ଗ୍ରାମରେ। ଏଠାରେ ଏହି ଗଣପର୍ବ କେବଳ ପାଳନ ହୁଏ ନାହିଁ, ବଞ୍ଚିରହେ।ସଂମପୁର ଗ୍ରାମରେ ନୂଆଖାଇ ଦିନ ସକାଳୁ ସକାଳୁ ଗ୍ରାମବାସୀ ନିତ୍ୟକର୍ମ ଓ ସ୍ନାନ ସାରି ନୂଆ ବସ୍ତ୍ର ପରିଧାନ କରନ୍ତି। ତା’ପରେ ସମସ୍ତେ…

Read More

ବାଲିଗୁଡ଼ା,୧୧।୦୯(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଞ୍ଚଳରେ ଚୋରା ଗଞ୍ଜେଇ ଚାଲାଣ ବିରୋଧରେ ପୁଲିସର ଅଭିଯାନକୁ ମିଳିଛି ବଡ଼ ସଫଳତା। ବିଶ୍ୱସ୍ତ ସୂଚନା ଆଧାରରେ ବାଲିଗୁଡ଼ା ପୁଲିସ ଚଢ଼ାଉ କରି ୧୦୦ କିଲୋ ୩୦୦ ଗ୍ରାମ ଗଞ୍ଜେଇ, ୨ଟି ଦେଶୀ ନିର୍ମିତ ଏସବିଏମଏଲ ବନ୍ଧୁକ ଏବଂ ଏଥିସହ ଚୋରା ଗଞ୍ଜେଇ ପରିବହନରେ ବ୍ୟବହୃତ ହେଉଥିବା ସନ୍ଦେହରେ ଓଡି -୦୨- ଏଏକ୍ସ -୧୦୮୬ ନମ୍ବର ବିଶିଷ୍ଟ ଧଳା ରଙ୍ଗର ହୋଣ୍ଡା ସି-ଆର-ଭି ଗାଡ଼ି ଜବତ କରିଛି। ଏହି ଘଟଣାରେ ୪ ଜଣ ଅଭିଯୁକ୍ତ ତୁମୁଡିବନ୍ଧ ଥାନା ଶଗଡି ସାହି ର ରିଚାର୍ଡ ନାୟକ (୨୮), ଲୁହାରାସାହି ର ସଚିନ ନାୟକ (୩୧), ଦାରିଙ୍ଗବାଡି ଥାନା ସିମନବାଡି କେ. ଶିବ ପ୍ରସାଦ ଆଚାର୍ଯ୍ୟ (୨୮), ଏବଂ ବାଲିଗୁଡା ଥାନା କିଲୁଗାଁ ର ବିନୋଦ ପୂଜାରୀ (୩୨ )ଙ୍କୁ ପୁଲିସ ଗିରଫ କରି ବାଲିଗୁଡ଼ା ଥାନା କେସ୍ ନଂ- ୨୩୧/୨୬ ଅନୁଯାୟୀ ଏନଡିପିଏସ ଆଇନର…

Read More

ବ୍ରହ୍ଣପୁର/ଚିକିଟି(ନିଗମାନନ୍ଦ ପଣ୍ଡା):ପାର୍ଲିଆମେଣ୍ଟରେ ପାରିତ ହୋଇଯାଇଥିବା ଅଷ୍ଟମ ବେତନ କମିଶନ ପ୍ରସ୍ତାବରେ ସମସ୍ତ ରାଜ୍ୟ ଅଵସର ପ୍ରାପ୍ତ କର୍ମଚାରୀଙ୍କୁ ପେନସନ ପ୍ରଦାନ ହିରୁଦ୍ଧରେ ଭ୍ୟାଲିଡେସନ ଆକ୍ଟକୁ ସଂସଦରେ ପ୍ରତ୍ୟାହାର ପାଇଁ ମାନ୍ୟବର ବ୍ରହ୍ମପୁର ସାଂସଦଙ୍କୁ ଓଡିଶା ସେବାନିବୣତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ, ଗଞ୍ଜାମ ଜିଲ୍ଲା ତରଫରୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି | ଗୁରୁବାର ଦିନ ବ୍ରହ୍ମପୁର ଉମାଚରଣ ପଟ୍ଟନାୟକ ଇଂଜିନିୟରିଂ ସ୍କୁଲ ସମ୍ମିଳନୀ କକ୍ଷରେ ବ୍ରହ୍ମପୁରର ବିଭିନ୍ନ ସ୍ବେଛାସେବୀ ସଂଗଠନ ତରଫରୁ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା ସମୟରେ ସେବାନିବୣତ୍ତ ବିକାଶ ମଞ୍ଚ ତରଫରୁ ରାଜ୍ୟ ସଂପାଦକ ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ନିଖିଳ ଉତ୍କଳ ଶିକ୍ଷକ ମହାସଂଘର ଅଧ୍ୟକ୍ଷ କାମରାଜୁ ମହାରଣା,ଉପଦେଷ୍ଟା ରାଜେନ୍ଦ୍ର କୁମାର ପଣ୍ଡା, ସଭାପତି ପ୍ରଦୀପ କୁମାର ସାହୁ, ସଂପାଦକ ଅଶକ କୁମାର ଦଳେଇ, ସୁବାଷ ଚନ୍ଦ୍ର ମିଶ୍ର, କବିରାଜ ସାହୁ ପ୍ରତିନିଧି ମଣ୍ଡଳରେ ଯାଇ ସାଂସଦ ଡ.ପ୍ରଦୀପ କୁମାର ପାଣିଗ୍ରାହୀ ଙ୍କୁ ସାକ୍ଷାତ…

Read More

ଚିକିଟି,୧୧।୦୯(ନିଗମାନନ୍ଦ ପଣ୍ଡା):ଶିକ୍ଷାର ଗୁଣାତ୍ମକ ଉନ୍ନତି ଓ ବିଦ୍ୟାଳୟ ସ୍ତରରେ ଶୈକ୍ଷିକ କାର୍ଯ୍ୟକ୍ରମକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଚିକିଟି ବ୍ଲକର ସମସ୍ତ ୧୨ଟି କ୍ଲଷ୍ଟରରେ ତୃତୀୟ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।ଗୋଷ୍ଠୀ ଶିକ୍ଷା ଅଧିକାରୀ ପନ୍ନଗ ଭୂଷଣ ମାଝୀ, ବିଆରସିସି ତ୍ରିନାଥ ମଲ୍ଲିକଙ୍କ ସମେତ ସମସ୍ତ ଏବିଇଓ ବିଭିନ୍ନ କ୍ଲଷ୍ଟର ପରିଦର୍ଶନ କରି ବୈଠକର ତଦାରଖ କରିବା ସହ ଆବଶ୍ୟକ ପରାମର୍ଶ ପ୍ରଦାନ କରିଥିଲେ।ଗିରିସୋଲା କ୍ଲଷ୍ଟର ଅନ୍ତର୍ଗତ ଲବଣ ପ୍ରାଥମିକ ବିଦ୍ୟାଳୟ, କେ ସୁବାଣୀ ଠାରେ ସିଆରସିସି ବି ଭେଙ୍କେଟ ରାଓଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ବିଦ୍ୟାଳୟ ପରିଦର୍ଶନର ସମୀକ୍ଷା, ପୂର୍ବ ବୈଠକର କାର୍ଯ୍ୟକାରିତା,ଆକଳନ,ଏଫଏଲଏନ୍ ଶ୍ରେଣୀ ପରିଚାଳନା, ଜିଲ୍ଲାଭିତ୍ତିକ ଶୈକ୍ଷିକ ଆଲୋଚନା, ଶିକ୍ଷଣ ସୋପାନ ରେଜିଷ୍ଟର, ଶ୍ରେଣୀ ପରିଚାଳନା ଏବଂ ଗ୍ୟାଲେରୀ କାର୍ଯ୍ୟ ସମ୍ପର୍କରେ ଫଳପ୍ରଦ ଆଲୋଚନା କରାଯାଇଥିଲା।ଏବିଇଓ ମେଘନାଥ ବେହେରା ବୈଠକରେ ଉପସ୍ଥିତ ରହି ଶିକ୍ଷାର ଗୁଣାତ୍ମକ ବିକାଶ, ଶ୍ରେଣୀଗୃହ…

Read More

ଫୁଲବାଣୀ,୧୧।୦୯(ସୁନୀଲ ପଟ୍ଟନାୟକ):ଶୁକ୍ରବାର ପିଏମ ଶ୍ରୀ ଏ ଜେ ଓ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଜିଲ୍ଲା ସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର ଏବଂ ଜିଲ୍ଲା ସ୍ତରୀୟ ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଉକ୍ତ ପ୍ରତିଯୋଗିତା ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ରାଜେଶ କୁମାର ସ୍ୱାଇଁ, ଓ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମାନସ ରଞ୍ଜନ ଦାସ, ବିଜ୍ଞାନ ନିରୀକ୍ଷକ ସିମାଞ୍ଚଳ ସ୍ୱାଇଁ, ବିଜ୍ଞାନ ସଂଯୋଜକ ରାଜ କୁମାର ସାହୁ, ପି ଏସ ଏସ ସଂଯୋଜକ ରାଜେଶ କୁମାର ଦନ୍ତା, ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଶୁଭସ୍ମିତା ପଟ୍ଟନାୟକ ଓ ସମସ୍ତ ବିଚାରକ ମଞ୍ଚାସୀନ ଥିଲେ l ସମସ୍ତ ବ୍ଲକରୁ ୧୨ଜଣ କୃତି ପ୍ରତିଯୋଗୀ ବିଜ୍ଞାନ ଆଲୋଚନାଚକ୍ର “ଭାରତର ଶକ୍ତି ସମ୍ପଦ ୨୦୪୭ସମ୍ଭାବନା ଓ ଆହ୍ୱାନ ” ରେ ଭାଗ ନେଇଥିଲେ ଏବଂ ରାଜ୍ୟ ସ୍ତରକୁ ସୁଶ୍ରୀ ଚିନ୍ମୟୀ ସାହୁ, ଓଡିଶା ଆଦର୍ଶ ବିଦ୍ୟାଳୟ, କୁଡୁତୁଲି…

Read More

ଫୁଲବାଣୀ,୧୧।୦୯ (ସୁନୀଲ ପଟ୍ଟନାୟକ):କଂଧମାଳ ଜିଲ୍ଲା ଶିକ୍ଷାଧିକାରୀ ରାଜେଶ୍ କୁମାର ସ୍ୱାଇଁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ଉଲ୍ଲାସ ସଚେତନତା କାର୍ଯ୍ୟ କ୍ରମ ରେ ଜିଲ୍ଲାପାଳ ବେଦ ଭୂଷଣ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ୧/୦୯ ରୁ ୧୪/୦୯ଯାଏ ଆନ୍ତର୍ଜାତୀୟ ସାକ୍ଷରତା ପକ୍ଷ ଅବସରରେ ଉଲ୍ଲାସ କାର୍ଯ୍ୟ କ୍ରମ ଫୁଲବାଣୀ ସଦର ମହକୁମା ଠାରେ ଅନୁଷ୍ଠିତ ହୋଇଥିଲା l ସଚେତନତା ରାଲି ସହର ପରିକ୍ରମା କରିଥିଲା l ରlଲୀ ରେ ବିଭିନ୍ନ ସ୍କୁଲ ର ସ୍କାଉଟ, ଗାଇଡ, ଏନସି ସି, ସିଭିଲିଆନ ପ୍ରଭୃତି ଛାତ୍ର ଛାତ୍ରୀ ମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ l ୧୫ବର୍ଷ ରୁ ଉର୍ଦ୍ଧ୍ବ ଅଣ ସlକ୍ଷର ଓ ପ୍ରୌଢ଼ ପୁରୁଷ ଓ ମହିଳା ଙ୍କୁ ସlକ୍ଷର ଓ ଶିକ୍ଷିତ କରିବା ଏହି କାର୍ଯ୍ୟକ୍ରମ ର ମୂଳ ଲକ୍ଷ୍ୟ ବୋଲି ଜିଲ୍ଲାପାଳ କହିଛନ୍ତି l…

Read More

ଭଞ୍ଜନଗର,୧୧।୯(ନିଲୁ ବିଷୋୟୀ):ପ୍ରଶାସନିକ ଅଧିକାରୀ ଓ ଜନପ୍ରତିନିଧି ଲୋକଙ୍କ ସମସ୍ତ ଆବଶ୍ୟକତାକୁ ପୂରଣ କରିବା ଦିଗରେ ସର୍ବଦା ତତ୍ପର ରହିବା ଜରୁରୀ ବୋଲି ଶୁକ୍ରବାର ଭଞ୍ଜନଗର ପଞ୍ଚାୟତ ସମିତିର ୪ର୍ଥ ବୈଠକ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ପ୍ରକାଶ କରିଛନ୍ତି। ଗ୍ରାମାଞ୍ଚଳର ସମସ୍ତ ଆବଶ୍ୟକତାକୁ ପୂରଣ କରି ଏହାକୁ ଏକ ବିକଶିତ ବ୍ଳକରେ ପରିଗଣିତ କରିବାକୁ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ ବୋଲି ସେ କହିଥିଲେ।ବ୍ଳକ୍ ଅଧ୍ୟକ୍ଷ ନରୀସଭା ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ବିଡ଼ିଓ ଭାରତୀ ଦେବୀ,ଅତିରିକ୍ତ ତହସିଲଦାର ଅବିନାଶ ମାହାର,ସାଂସଦ ପ୍ରତିନିଧି ଧୋବା ଗୌଡ,ଡିଆର୍‌ଡିଏ ସାଂସଦ ପ୍ରତିନିଧି ଶିବ ଶଙ୍କର ପ୍ରଧାନ,ସହକାରୀ ଯନ୍ତ୍ରୀ ଇଂ ନିତ୍ୟାନନ୍ଦ ପାତ୍ର,ଜିଲ୍ଲାପରିଷଦ ସଦସ୍ୟ ଶୌଳବାଳା ବିଷୋୟୀ,ଜିତେନ୍ଦ୍ର କେଶରୀ ଆରୁଖ,ଭାଗ୍ୟଲତା ସେଠୀଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ବିଡ଼ିଓ ଜାରି ରହିଥିବା ଉନ୍ନୟନ ମୂଳକ କାର୍ଯ୍ୟ ସଂର୍ପକରେ…

Read More

ଭଞ୍ଜନଗର,୧୧।୯(ନିଲୁ ବିଷୋୟୀ):ଗଞ୍ଜାମ ଜିଲ୍ଲା ମୁଜାଗଡ଼ ସ୍ଥିତ ପି.ଏମ୍.ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଶୁକ୍ରବାର ସ୍ୱଚ୍ଛତା ପକ୍ଷ ପାଳନ ଅବସରରେ ସ୍ବଚ୍ଛତା ସଚେତନ ରାଲୀ ସହ ବିଦ୍ୟାଳୟ ପରିସର ସଫେଇ, ହାତ ଧୁଆର ସଠିକ୍ ଅଭ୍ୟାସ, ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ, ସ୍ବଚ୍ଛତା ସ୍ଲୋଗାନ ପ୍ରଦାନ ଆଦି କାର୍ଯ୍ୟକ୍ରମ ବିଦ୍ୟାଳୟର ଅଧ୍ୟକ୍ଷା ପି. କୁନିଆମ୍ମା ଦୋରାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଛାତ୍ରଛାତ୍ରୀ, ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ ଉତ୍ସାହର ସହିତ ସ୍ୱଚ୍ଛତା ଅଭିଯାନରେ ଯୋଗଦେଇଥିଲେ। କାର୍ଯ୍ୟକ୍ରମର ଅଂଶ ଭାବେ ବିଦ୍ୟାଳୟ ପରିସରରେ ସଫେଇ କାର୍ଯ୍ୟ ଓ ପରିବେଶ ପରିଷ୍କାର ପରିଚ୍ଛନ୍ନ କରାଯାଇଥିଲା। ଛାତ୍ରଛାତ୍ରୀମାନେ ହାତରେ ପ୍ଲାକାର୍ଡ ଧରି ସ୍ୱଚ୍ଛତା ସଚେତନତା ରାଲିରେ ଯୋଗଦେଇ ଲୋକମାନଙ୍କୁ ଅଳିଆ ନ ଫିଙ୍ଗିବା, ପରିବେଶକୁ ସଫା ରଖିବା ଓ ସ୍ୱଚ୍ଛତାକୁ ଦୈନନ୍ଦିନ ଜୀବନର ଅଂଶ କରିବା ପାଇଁ ସଚେତନ କରିଥିଲେ। ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀମାନେ ମଧ୍ୟ ଛାତ୍ରଛାତ୍ରୀଙ୍କ ସହ ସଫେଇ କାର୍ଯ୍ୟରେ…

Read More

ବ୍ରହ୍ମପୁର,୧୧। ୯(ଡ.କୁମୁଦ ଚନ୍ଦ୍ର ବେହେରା):ଓଡ଼ିଶା ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅଧୀନରେ ଗଞ୍ଜାମ ସମେତ ୫ଟି ଜିଲ୍ଲାର ୭୭୫ ଜଣ ବରିଷ୍ଠ ତୀର୍ଥଯାତ୍ରୀ ଓ ୨୫ ଜଣ ଏସ୍କର୍ଟ ଅଯୋଧ୍ୟା ଓ ବାରାଣସୀ ଅଭିମୁଖେ ଯାତ୍ରା କରିଛନ୍ତି। ବ୍ରହ୍ମପୁର ରେଳ ଷ୍ଟେସନରୁ ଏହି ତୀର୍ଥଯାତ୍ରା ଟ୍ରେନର ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ମତ୍ସ୍ଯ ଓ ପ୍ରାଣିସମ୍ପଦ ବିକାଶ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ତୀର୍ଥଯାତ୍ରୀଙ୍କୁ ଶୁଭକାମନା ଜଣାଇ ତୀର୍ଥଯାତ୍ରା ଟ୍ରେନର ଶୁଭାରମ୍ଭ କରିଥିଲେ। ମନ୍ତ୍ରୀ କହିଥିଲେ ଯେ, ଗତ ଦୁଇ ବର୍ଷ ମଧ୍ୟରେ ଓଡ଼ିଶାର ୪୬ ହଜାରରୁ ଅଧିକ ଲୋକ ଦେଶର ବିଭିନ୍ନ ପବିତ୍ର ତୀର୍ଥସ୍ଥାନ ପରିଦର୍ଶନ କରିସାରିଲେଣି। ଧାଡ଼ିର ଶେଷରେ ଥିବା ଲୋକଙ୍କ କଲ୍ୟାଣକୁ ସରକାର ସର୍ବଦା ପ୍ରାଥମିକତା ଦେଇଆସିଛନ୍ତି। ଆର୍ଥିକ ଦୁର୍ବଳତା ଯୋଗୁଁ ଯେଉଁ ବରିଷ୍ଠ ନାଗରିକମାନେ ଦେଶର ପ୍ରମୁଖ ତୀର୍ଥସ୍ଥାନ ପରିଦର୍ଶନ କରିବାରୁ ବଞ୍ଚିତ ହେଉଥିଲେ, ସରକାରଙ୍କ ସହାୟତା…

Read More

ବୋଲଗଡ଼,୧୧।୯(ସୁଶାନ୍ତ କୁମାର ପ୍ରଧାନ):ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ଅସରଳା ପଞ୍ଚାୟତରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ।କଳାପଥର ବଜାରରେ ଥିବା ରାମନାଥ ଫର୍ଟିଲାଇଜର ଦୋକାନରୁ ଅଧିକ ଦାମ୍ ଦେଇ ଆଣିଥିବା କାବେରୀ ୫୦୧ ଧାନ ବିହନ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି।ଅସରଳା ଗ୍ରାମର ଚାଷୀ ସନ୍ତୋଷ କୁମାର ମହାପାତ୍ର କଳାପଥର ବଜାରସ୍ଥ ରାମନାଥ ଫର୍ଟିଲାଇଜରରୁ ଏକ ଏକର ପାଇଁ କେଜି କାବେରୀ ୫୦୧ ବିହନକୁ ୧୦୫୦ ଟଙ୍କାରେ କିଣିଥିଲେ। ଦୋକାନୀ ଏହା ୧୩୦ ଦିନିଆ ଅମଳ ବୋଲି କହିଥିଲେ। କିନ୍ତୁ ଧାନ ତଳି ରୁଆର ମାତ୍ର ୧୫ ଦିନ ମଧ୍ୟରେ ହିଁ ଧାନ ଗଛ ମାତ୍ର ୧ ଫୁଟ୍ ବଢି ଗର୍ଭ (କେଣ୍ଡା) ଧରି ନେଇଛି। ସାଧାରଣତଃ ଏହି କିସମ ୯୦-୧୦୦ ଦିନରେ ଗର୍ଭ ଧରିବା କଥା। ଅସମୟରେ ଗର୍ଭ ଧରିବା ଫଳରେ ଗଛର ବୃଦ୍ଧି ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଭୁକ୍ତ ଭୋଗୀ ଚାଷୀ ସନ୍ତୋଷ କୁମାର ମହାପାତ୍ର କହିଛନ୍ତି, “ଭଲ ଧାନ ଅମଳ…

Read More

କଲାହାଣ୍ଡି,୧୧।୯(କିଶନ ଶର୍ମା):ଦେଶର ଯୁବପିଢ଼ିଙ୍କ ମଧ୍ୟରେ ନେତୃତ୍ୱ, ସୃଜନଶୀଳତା, ନବସୃଜନ ଓ ଦେଶ ଗଠନ ପ୍ରତି ଦାୟିତ୍ୱବୋଧକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ Viksit Bharat Young Leaders Dialogue (VBYLD)–2027 ଆୟୋଜିତ ହେଉଛି। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନରେ MY Bharat ଏହି କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନକାରୀ ସଂସ୍ଥା ଭାବେ କାର୍ଯ୍ୟ କରୁଛି। ଏହି ସଂଳାପ ମାଧ୍ୟମରେ ଯୁବମାନଙ୍କୁ ‘ବିକଶିତ ଭାରତ @୨୦୪୭’ର ଲକ୍ଷ୍ୟ ପ୍ରତି ନିଜର ଚିନ୍ତାଧାରା ଓ ଅବଦାନ ଉପସ୍ଥାପନ କରିବାର ସୁଯୋଗ ମିଳିବ।VBYLD–2027ର Viksit Bharat Challenge Trackର ପ୍ରଥମ ପର୍ଯ୍ୟାୟ ଭାବେ Viksit Bharat Quiz ଆୟୋଜିତ ହେଉଛି। ଏହା ଏକ ଜାତୀୟ ସ୍ତରର ଅନଲାଇନ୍ କୁଇଜ୍‌, ଯାହା MY Bharat ପୋର୍ଟାଲ୍‌ ମାଧ୍ୟମରେ ବିଭିନ୍ନ ଭାଷାରେ ଆୟୋଜିତ ହେଉଛି। ଯୋଗ୍ୟ ଯୁବମାନେ ବ୍ୟକ୍ତିଗତ ଭାବେ ଏଥିରେ ଅଂଶଗ୍ରହଣ କରିପାରିବେ। କୁଇଜ୍‌ରେ ଚୟନିତ ଅଂଶଗ୍ରହଣକାରୀମାନେ ପରବର୍ତ୍ତୀ Viksit Bharat Essay Challenge ପର୍ଯ୍ୟାୟକୁ ଯିବେ।୧୭…

Read More

ଫୁଲବାଣୀ,୧୧।୦୯(ସୁନୀଲ ପଟନାୟକ):ପୁଣି ଦନ୍ତା ହାତୀ ଆକ୍ରମଣ ରେ ଜଣଙ୍କ ମୃତ୍ୟୁ ଘଟିଛି l ଗତ କିଛି ମାସ ମଧ୍ୟରେ ହାତୀ ଆକ୍ରମଣ ରେ ପାଖାପାଖି ୧୦ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛିବିଶେଷ କରି ଜି ଉଦୟଗିରୀ ଓ ଟିକାବାଲି ଜଙ୍ଗଲ ବିଭାଗ ରେଞ୍ଜ ଅଞ୍ଚଳ ରେ ହାତୀ ଉପଦ୍ରବ ଥମିବାର ନାଁ ନେଉନି l ଜଙ୍ଗଲ ବିଭାଗ ର ଅଧସ୍ତନ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଡି ଏଫ୍ ଓ ପର୍ଯ୍ୟନ୍ତ ଆନ୍ତରିକ ଉଦ୍ୟମ କରୁଥିଲେ ମଧ୍ଯ ହାତୀ ଘଉଡ଼ାଇବା ରେ ସଫଳ ହୋଇପାରୁନାହାନ୍ତିl ଗତ କାଲି ଟିକାବାଲି ରେଞ୍ଜ ଅଧୀନ ପିକରଡୀ ପଂଚାୟତ ର କlମ୍ବlନlଯୁ ଗ୍ରାମର ପ୍ରାଣେ ଶ୍ୱର୍ ମଲିକ ନାମକ ୫୮ବର୍ଷୀୟ ବ୍ୟକ୍ତି ଙ୍କୁ ନିଜ ଘର ନିକଟରେ ହାତୀ ଆକ୍ରମଣ କରିବା ଫଳରେ ମୃତ୍ୟୁ ଘଟିଥିଲା l ଦିନକୁ ଦିନ ଜଙ୍ଗଲ ହ୍ରାସ ପାଇବା ସହ ଲୋକେ ଜାଗା ଅଭାବ ରୁ ଜଙ୍ଗଲ ପାଖରେ ଘର…

Read More