ଫୁଲବାଣୀ,୨/୫:(ସୁନୀଲ ପଟ୍ଟନାୟକ):କାଳ ବୈଶାଖୀ ରେ ଭାଙ୍ଗିଗଲା ଘର , ଜଣେ ମହିଳା ଆହତ,ସରକାରୀ ସାହାଯ୍ୟ ପାଇଁ ପ୍ରସାଶନ କୁ ଅନୁରୋଧ କଲେ ଦେବେନ୍ଦ୍ର, କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ ନୂଆଗାଁ ଅଞ୍ଚଳ ରେ କାଳ ବୈଶାଖୀ ର କରାଳ ରୂପ ଦେଖିବାକୁ ମିଳିଛି, କ ନୂଆଗାଁ ବ୍ଲକ ଆଡିମାହା ଗ୍ରାମ ପଂଚାୟତ ର ଲଙ୍କାମୁଣ୍ଡା, ଡେଲାର ପଦର ଅଞ୍ଚଳ ରେ ବ୍ୟାପକ କ୍ଷୟ କ୍ଷତି ହୋଇଛି, ବିପୁଳ ପରିମାଣ ରେ ଘର ଦ୍ୱାର ଭାଙ୍ଗିବା ସହିତ ଗଛ ପଡି ବିଦ୍ୟୁତ୍ ତାର ଛିଣ୍ଡି ଯାଇଛି, କିଛି ଅଞ୍ଚଳ ରେ ଟ୍ରାନସଫର୍ମର ପୋଡ଼ି ନଷ୍ଟ ହୋଇ ଥିବାରୁ ବର୍ତ୍ତମାନ୍ ସୁଦ୍ଧା ବିଦ୍ୟୁତ୍ ପ୍ରବାହ ବନ୍ଦ ରହିଛି, ବିଳମ୍ବିତ ରାତିରେ କାଳ ,ବୈଶାଖୀ ଯୋଗୁଁ ଲଙ୍କାମୁଣ୍ଡା ଗାଁ ର ଦେବେନ୍ଦ୍ର ନାୟକ ଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗି ନଷ୍ଟ ହୋଇଛି, ଦେବେନ୍ଦ୍ର ଙ୍କ ମାଆ ସରୁ ନାୟକ ଶୋଇ ଥିବା ବେଳେ ଆଯବେଷ୍ଟ ପଡି ଆହତ ହୋଇ ଥିବା ଜଣା ପଡିଛି, ଦେବେନ୍ଦ୍ର ଜଣେ ଗରୀବ ଶ୍ରେଣୀର ହୋଇ ଥିବାରୁ ସରକାରୀ ସାହାଯ୍ୟ ପାଇଁ ପ୍ରସାଶନ କୁ ନିଵେଦନ କରିଛନ୍ତି l

