ଫୁଲବାଣୀ:୯/୦୪( ସୁନୀଲ ପଟ୍ଟନାୟକ):ବୁଧ ବାର ଦିନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କାତାକେରୀ ରେ ଶିକ୍ଷା ଓ ସଚେତନ ରଥ ଆସି ଗ୍ରାମବାସୀ ,ଅଭିଭାବକ ଓ ଛାତ୍ର ଛାତ୍ରୀ ମାନଙ୍କୁ ଖଡ଼ି ଛୁଆ ନାମ ଲେଖା ଓ ଶିକ୍ଷା ସମ୍ବନ୍ଧୀୟ ପ୍ରେରଣା ଦେଇ ବିଦ୍ୟାଳୟ ରେ କିପରି ଅଧିକ ଛାତ୍ର ଛାତ୍ରୀ ନାମ ଲେଖାଇ ପାରିବେ ଓ ପାଠ ପଢ଼ି ଜଣେ ଜଣେ ଭଲ ମଣିଷ ହୋଇପାରିବେ ତା ଉପରେ ବିଦ୍ୟାଳୟ ର ଭାରପ୍ରାପ୍ତ ବରିଷ୍ଠ ଶିକ୍ଷକ ରବି ନାରାୟଣ ତ୍ରିପାଠୀ ମତ ଦେଇଥିଲେ,ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଶିକ୍ଷକ ଶ୍ରୀ ସଦାଶିବ କହଁର,ସିଆରସିସି ରାଜୁ ପ୍ରଧାନ,ଓମପ୍ରକାଶ ସାହାଣୀ,ମଧୁଲିତା ମହାନ୍ତି ଓ ଜୟନ୍ତୀ ମଲ୍ଲିକ ,ଅଙ୍ଗନୱାଡି ଦିଦି ,ଅଭିଭାବକ ,ଗ୍ରାମବାସୀ କାର୍ଯ୍ୟକ୍ରମ ର ସଫଳତା ନିମନ୍ତେ ସହଯୋଗ କରିଥିଲେ….ସମସ୍ତ କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ ରାଧାନାଥ ସାହୁ ଙ୍କ ତତ୍ତ୍ଵବଧାନରେ କରାଯାଇଥିଲା।

