ପାତ୍ରପୁର/ଚିକିଟି,୧୧/୪:(ନିଗମାନନ୍ଦ ପଣ୍ଡା ):ଖରଣୀପଡ଼ା ସ୍ଥିତ ଗୋପୀନାଥ ବିଦ୍ୟlପୀଠ ପରିସରରେ ପ୍ରଧାନ ଶିକ୍ଷକ ଗାଣ୍ଡୁ ପାଣିଗ୍ରାହୀ ଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଅଂଚଳବାସୀଙ୍କ ଉପସ୍ଥିତିରେ ଅତି ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଥିଲା l ନୂତନ ପ୍ରଧାନଶିକ୍ଷକ ପ୍ରବୁଦ୍ଧ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ରାଜ୍ୟସ୍ତରୀୟ, ଜିଲ୍ଲା ସ୍ତରୀୟ ଶିକ୍ଷକନେତା, ଚିକିଟି ଓ ପାତ୍ରପୁର ବ୍ଲକ ସ୍ତରୀୟ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ, ପଂଚାୟତର ସରପଞ୍ଚ, ସମିତି ସଭ୍ୟ, ବିଦ୍ୟାଳୟର ପୁରାତନ ଶିକ୍ଷକ, ପରିଚାଳନା କମିଟି,ବୁଦ୍ଧିଜୀବୀ ଓ ଓ ଛାତ୍ରଛାତ୍ରୀମାନେ ପ୍ରିୟ ପ୍ରଧାନଶିକ୍ଷକ ପାଣିଗ୍ରାହୀଙ୍କୁ ଯେଉଁ ଭଳି ଭାବେ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ତାହା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି l ଯୋଉଥିରେ ପ୍ରଧାନଶିକ୍ଷକ କେତେ ଲୋକପ୍ରିୟ ଥିଲେ ତାହାପ୍ରମାଣିତ ହୋଇଛି l ବକ୍ତାମାନେ ସମୟାନୁବର୍ତ୍ତିତl, କର୍ତ୍ତବ୍ୟନିଷ୍ଠା, ବିଦ୍ୟାଳୟକୁ ଗଢିତୋଳିବାରେ ଯେଉଁ ନିଷ୍ଠା ପର ଉଦ୍ୟମ ଥିଲା ତାହାର ଭୁ୍ରିଭୁରି ପ୍ରଶଂସା କରିଥିଲେ l ଏହି ଅବସରରେ ରାଜ୍ୟ, ଜିଲ୍ଲା, ବ୍ଲକ, ବିଦ୍ୟାଳୟ ଶିକ୍ଷକ କର୍ମଚାରୀଙ୍କ ତରଫରୁ ଉପଢୌକନ ଓ ବହୁ ମୂଲ୍ୟବାନ ଉପହାର ପ୍ରଦାନ କରାଯାଇଥିଲା l ଶିକ୍ଷକ ନେତା ହିମାଂଶୁ ପଟ୍ଟନାୟକ,କୃଷ୍ଣ ଚନ୍ଦ୍ର ପାଢ଼ୀ, ପ୍ରଶାନ୍ତ ପତି,ପୂର୍ଣ୍ଣ ଚନ୍ଦ୍ର ଆଚାର୍ଯ୍ୟ,ସୁଶାନ୍ତ ନାୟକ, ସରପଞ୍ଚ ଜିତେନ୍ଦ୍ର କୁମାର ପଣ୍ଡା, ସମିତି ସଭ୍ୟ ଅମିତl ପ୍ରଧାନ, ପରିଚାଳନା ସଭାପତି ବିଜୟlନନ୍ଦ ବେହେରା, ପ୍ରଧାନଶିକ୍ଷକ ହରିଶ୍ଚନ୍ଦ୍ର ମହାନ୍ତି,ଏସ. ବିଶ୍ଵନାଥ,ଶିଶିର କାନ୍ତ ପଣ୍ଡା,ଅନନ୍ତ ରାମ ପଣ୍ଡା, ନିରଞ୍ଜନ ରାଉଳ,ସୁଦୀପ୍ତ କୁମାର ପଟ୍ଟନାୟକଙ୍କ ସମେତ ଚିକିଟି ଓ ପାତ୍ରପୁର ବ୍ଲକର ବହୁ ପ୍ରଧାନଶିକ୍ଷକ ଉପସ୍ଥିତ ଥିଲେ l ଶିକ୍ଷକ ବିକାଶ କୁମାର ବ୍ରହ୍ମା ମଞ୍ଚ ପରିଚାଳନା କରିଥିବା ବେଳେ ସମସ୍ତ ଶିକ୍ଷକ କର୍ମଚାରୀମାନେ ସହଯୋଗ କରିଥିଲେ l

