ଫୁଲବାଣୀ:୧୧/୦୪(ସୁନୀଲ ପଟ୍ଟନାୟକ): ଗ୍ୟାସ୍ ନ ମିଳିବାରୁ ଏସିଆନ ଗ୍ୟାସ୍ ମାଲିକ ଏମ ଡି ସାହିଲ ଙ୍କୁ ଗାଳି ଗୁଲଜ କରିବା ସହ ମାରଧର କରିଥିଲେ କିଛି ଯୁବକ l ତେବେ ୧୩/୩ ରେ ଗ୍ୟାସ ନେଇଥିବା କଂଜୁମର କୁ ୧୦/୪ ରେ ଦ୍ୱିତୀୟ ଗ୍ୟାସ ଦିଆ ଯାଇ ପାରିବନାହିଁ ,୪୫ ଦିନପରେ ଗ୍ୟାସ ଦିଆ ଯାଇପାରିବ ବୋଲି ନିୟମ କଥା କହିବାରୁ ହଟାତ ତିନି ଚାରି ଜଣ ଆସି ଗାଳି ଗୁଲଜ କରିବା ସହ ମାଡ ମାରିବା ଅଭିଯୋଗହୋଇଛି l ଏ ନେଇ ଟାଉନ ଥାନାରେ ଏତେଲା ଦେଇଛନ୍ତି ଗ୍ୟାସ୍ ମାଲିକ! ଟାଉନ ଥାନା ଆଇଆଇସି ଶ୍ରୀମତୀ ରିତମ୍ଭରା ପ୍ରଜ୍ଞା କର ଏହାର ତଦନ୍ତ କରାଯାଇ କାର୍ଯ୍ୟା ନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି! ତେବେ ଗ୍ୟାସ ଡିଷ୍ଟ୍ରି ବ୍ୟୁଟର ସାହିଲ ତାଙ୍କ ଜୀବନ ପ୍ରତୀ ବିପଦ ରହିଁଛି ବୋଲି ପୋଲିସ ସହାୟତା ଲୋଡିଛନ୍ତି! ପୋଲିସ ଆକ୍ସନ ନ ନେଲେ ସେ ଦୋକାନ ଖୋଲିବେ ନାହିଁ ବୋଲି ପ୍ରତିବାଦ କରି ସାହିଲ ଗ୍ୟାସ ଦୋକାନ ବନ୍ଦ କରିଛିନ୍ତି l ଫଳରେ ଲୋକେ ଗ୍ୟାସ ନ ପାଇ ହତାଶ ହୋଇ ଫେରୁଛନ୍ତି! ଅପରପକ୍ଷରେ ଖୋଲା ବଜାର ରେ ଦଲାଲ ମାନେ ୩୫୦୦ ଟଙ୍କା ଚଢା ଦର ରେ ବ୍ଲାକ ରେ ବିକୁଥିବା ଦେଖାଯାଉଛି l ସୁବିଧା ରେ ଗ୍ୟାସ ମିଳୁ ନଥିବାରୁ ହୋଟେଲ , ରେଷ୍ଟୁ ରାଣ୍ଟ ବନ୍ଦ ରହିଛି l ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀ ଙ୍କ ଅପାରଗତା, ଦାୟିତ୍ବ ହୀନତା, ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି l

