ଫୁଲବାଣୀ,୧୫/୦୭(ସୁନୀଲ ପଟନାୟକ):ଦିନକୁ ଦିନ ବେଆଇନ୍ ଶିକାର ଯୋଗୁଁ ଜଙ୍ଗଲ ରେ ଜନ୍ତୁ ମାନେ ଅସୁରକ୍ଷିତ ହୋଇପଡ଼ିବା ଓ ହାତୀ ଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିବାକୁଫୁଲବାଣୀ ବନ ଖଣ୍ଡ ଅଧିକାରୀ ପ୍ରତାପ କୋଟାପାଲି ଙ୍କ ନିର୍ଦ୍ଦେଶ କ୍ରମେ ସୁ ଡ୍ରୁକୁମ୍ପା ରେଞ୍ଜ ଅଧୀନ ରାଣୀ ପଥର ସଂରକ୍ଷିତ ଜଙ୍ଗଲରେ କ୍ୟାମେରା ଲଗାଇଲା ବନ ବିଭାଗ l ଏହା ଦ୍ବାରା ଜଙ୍ଗଲ ମଧ୍ୟରେ ଜୀବ ଜନ୍ତୁ ଙ୍କ ଗତିବିଧି ସମ୍ପର୍କରେ ଅବଗତ ହେବା ସହ ହାତୀ ଓ ସ୍ଥାନୀୟ ଲୋକ ଙ୍କ ସୁରକ୍ଷା ସମ୍ଭବ ହେଇପାରିବ ବୋଲି ଡି ଏଫ୍ ଓ ପ୍ରତାପ କୋଟା ପାଲି କହିଛନ୍ତି l ଜଙ୍ଗଲ ବିଭାଗ କର୍ମଚାରୀ ଙ୍କ ନିଷ୍ଠାପର ଉଦ୍ୟମ ଓ ଉତ୍ସର୍ଗୀକୃତ ମନୋଭାବ ଯୋଗୁଁ ହାତୀ ମାନଙ୍କ ସୁରକ୍ଷା ସମ୍ଭବ ହେଇପାରିବ ବୋଲି କୋଟାପାଲି କହିଛନ୍ତି l ଡି ଏଫଓ କୋଟା ପାଲି ଙ୍କ ବ୍ୟକ୍ତି ଗତ ଅକ୍ଲାନ୍ତ ପରିଶ୍ରମ, ଉଦ୍ୟମ ଓ ଦକ୍ଷତା ଯୋଗୁଁ ଡ଼ିଭିଜନ ଅନ୍ତର୍ଗତ ସମସ୍ତ ରେଞ୍ଜ ଅଞ୍ଚଳ ରେ ବୃକ୍ଷ ରୋପଣ ଓ ଜଙ୍ଗଲ ସୁରକ୍ଷା ସମ୍ଭବ ହୋଇପାରିଛି l ଚଳିତ ବର୍ଷ ବନ ମହୋତ୍ସବ ଅବସରରେ ଡି ଏଫ୍ ଓ ଙ୍କ ଉଦ୍ୟମ ରେ ବ୍ୟାପକ ବୃକ୍ଷ ରୋପଣଓ ମାଗଣା ଫଳ ବୃକ୍ଷ ବଣ୍ଟନ କାର୍ଯ୍ୟକ୍ରମ ଚାଲିଥିବା ଦେଖିବାକୁ ମିଳିଛି l

