ବ୍ରହ୍ମପୁର,୬/୪,(ହିମାଂଶୁ ଶେଖର ସାବତ):ଭାରତୀୟ ଜନତା ପାର୍ଟିର ୪୭ତମ ପ୍ରତିଷ୍ଠା ଦିବସ ଅବସରରେ ଭାରତୀୟ ଜନତା ଯୁବମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ତରଫରୁ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ରକ୍ତ ଦାନଶିବିର ଅନୁଷ୍ଠିତ ହେଇଯାଇଛି। ଏହି ରକ୍ତଦାନ ଶିବିରରେ ୧୦୪ ୟୁନିଟ ରକ୍ତ ସଂଗ୍ରହ ହୋଇଯାଇଛି l ବ୍ରହ୍ମପୁର ଏମ.କେ.ସି.ଜି ରକ୍ତଭଣ୍ଡାର କତୃପକ୍ଷଙ୍କ ସାହାଯ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୁବମୋର୍ଚ୍ଚା ଗଞ୍ଜାମ ଜିଲ୍ଲାର ଶତାଧିକ କାର୍ଯ୍ୟକର୍ତ୍ତା ଯୋଗଦେଇ ସାଫଲ୍ୟମଣ୍ଡିତ କରିଥିଲେ l ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ସୋମନାଥ ପାତ୍ରଙ୍କ ନେତୃତ୍ୱରେ ଏହି କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ କେ ଅନିଲ କୁମାର, ଜିଲ୍ଲା ସଭାପତି ସରୋଜ ସାବତ ଓ ଯୁବମୋର୍ଚ୍ଚା ରାଜ୍ୟ ଉପସଭାପତି ତୁତୁନ୍ ପାତ୍ର ଯୋଗ ଦେଇଥିଲେ l ଏବଂ ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି , ଜିଲ୍ଲା ଉପ ସଭାପତି ପ୍ରଭାତ ଷଡ଼ଙ୍ଗୀ ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଅନୀଲ ତ୍ରିପାଠୀ, ରାଜ୍ୟ ସଂଯୋଜକ ସୁରେଶ ରେଡି, ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ବି ରବି ରଓ, ଜିଲ୍ଲା ସଂପାଦକ କମଲ ପାତ୍ର, ସହ ବହୁ ପ୍ରମୁଖ ଓ ବରିଷ୍ଠ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ l

