ଢୋଲରେ ଦୁଲୁକୁଛି ଓ ଝୂଣାରେ ମହକୁଛି
ବୁଗୁଡ଼ା: ୧୧/୪:(କୁମୁଦ ଚନ୍ଦ୍ର ବେହେରା):ବୁଗୁଡ଼ାର ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ଆଜକୁ କିଛିଦିନ ହେଲା ଚାରିଆଡେ ଦଣ୍ଡଯାତ୍ରାରେ ଉତ୍ସବ ମୁଖର ହୋଇ ପଡିଥିବା ବେଳେ ଚତୁର୍ଦ୍ଦିଗ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଅନ୍ଯ ପକ୍ଷରେ ପ୍ରତ୍ଯେକ ଦିନ ବୁଗୁଡ଼ାସହରରେ ତିନି କିମ୍ବା ଚାରୀ ଥଳ ଦଣ୍ଡ ଯାତ ଅନୁଷ୍ଠିତ ହେଉଥିବା ଯୋଗୁଁ ଏକ ଆକର୍ଷଣୀୟ ଉତ୍ସାହପ୍ରଦ ଭକ୍ତିମୟ ବାତାବରଣ ଜାଗ୍ରତ ହେବା ସହ ଢୋଲ ବାଦ୍ଯରେ ସାରା ସହର ଦୁଲୁକୁଥ୍ବବା ବେଳେ ଝୁଣାର ବାସ୍ନାରେ ମହକୁଛି। ବୁଧବାର ଦିନ ବୁଗୁଡ଼ା ନୂଆଁସାହିରେ ଚିଲିଖମା ଦଣ୍ଡଯାତ୍ରା ହୋଇଥିବା ବେଳେ ଅର୍ଣ୍ଣପୂର୍ଣ୍ଣା ନଗରରେ ମରେଇପଲ୍ଲୀ ଦଣ୍ଡ ଓ ବସଷ୍ଟାଣ୍ଡ ନିକଟରେ ପୋଚାଲୁଣ୍ଡି ଦଣ୍ଡ ଯାତ୍ରା ଉତ୍ସବ ହୋଇଥିଲା ବେଳେ ଗୁରୁବାରଦିନ ବୁଗୁଡ଼ା ବ୍ଲକ କଲୋନୀରେ ମାଳ ତେନ୍ତୁଳିଆ ଦଣ୍ଡୁ ଦଳ, ବୁଦ୍ଧଖୋଲ ଛକରେ ଜିଲୁଣ୍ଡି ଦଳ ଓ ନୃସିଂହମନ୍ଦିର ନଗରରେ ପାଣିକେଶର ଦଳର ଦଣ୍ଡଯାତ୍ରା ଓ ଶୁକ୍ରବାର ଦିନ ସ୍ଥାନୀୟ ବ୍ଲକ ଛକରେ କୋକକୁଣ୍ଡା ଓ ଯାଦବ ସାହିରେ ବୁଗୁଡ଼ା ଦଣ୍ଡ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏ ଅବସରରେ ଗ୍ରାମର ଦଣ୍ଡୁଆ ମାନେ ମାନସିକ ଧାରୀଙ୍କ ବାସ ଭବନ ସମ୍ମୁଖରେ ସକାଳ ସମୟରେ ବରଣ ହୋଇ ପରେ ମଧ୍ଯାହ୍ନ ସମୟରେ ଧୂଳିଦଣ୍ଡ ପୃଥକ ପୃଥକ ଭାବେ ସଂପାଦନ କରିଥିଲେ। ତାପରେ. ମା ରୁଦ୍ର କାଳୀଙ୍କୁ ଧରି ପୋଖରୀ ତୁଠକୁ ଯାଇ ପାଣି ଦଣ୍ଡ ଓ ଅଗ୍ନିଦଣ୍ଡ କାର୍ଯ୍ୟ ସଂପାଦନ କରିଥିଲେ। ଅଗ୍ନିଦଣ୍ଡ କୁ ଖେଳାଇ ଦଣ୍ଡୁଆ ମାନେ ମାନସିକ ଧାରୀଙ୍କ ବାସ ଭବନକୁ ଗମନ କରି ସେଠାରେ ପୁଜା ଗ୍ରହଣ କରି ଆଶୀର୍ବାଦ ପ୍ରଦାନ କରିଥିଲେ।ରାତ୍ର ସମୟରେ ପୁଣି ମାନସିକ ଧାରୀଙ୍କ ବାସ ଭବନ ସମ୍ମୁଖରେ ପାରମ୍ପରିକ ମା କାଳୀଙ୍କ ପରଭା ନୃତ୍ଯ ପରିବେଷଣ ହେଲା ପରେ ବିଭିନ୍ନ ପୌରାଣିକ ଓ ସାମାଜିକ ନାଟକ ପରିବେଷଣ ହୋଇଥିଲା। ରୁଦ୍ର କାଳୀଙ୍କ ଦର୍ଶନ ପାଇଁ ବହୁ ଶ୍ରଦ୍ଧାଳୁଙ୍କ ସମାବେଶ ହୋଇଥିଲା।

