ନୂଆପଡା,୧/୫,(ପରମେଶ୍ୱର ମେହେର):ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ରଜନା ପଞ୍ଚାୟତ ଅନ୍ତର୍ଗତ ବେଲଗାଁ ଗ୍ରାମରେ ଅଖଣ୍ଡ ଷୋହଳ ପ୍ରହରୀ ନାମଯଜ୍ଞ ଉପଲକ୍ଷେ ଏକ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସନ୍ଧ୍ୟା ୬.୧୫ ମିନିଟରେ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ଖୋଳ ତାଳ ଓ ହରିନାମ କୀର୍ତ୍ତନ ସହ ଗ୍ରାମର ସ୍ଥାନୀୟ ସାଗର ବନ୍ଧ ପୋଖରୀରୁ କଳସରେ ଜଳ ଆଣିଥିଲେ। ପୂଜକଙ୍କ ଦ୍ୱାରା ନୀତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ପରେ ଶ୍ରଦ୍ଧାଳୁମାନେ ଜଳପୂର୍ଣ୍ଣ କଳସ ଧରି ଗ୍ରାମ ପରିକ୍ରମା କରିଥିଲେ ଏବଂ ସ୍ଥାନୀୟ ଯଜ୍ଞ ମଣ୍ଡପରେ କଳସ ସ୍ଥାପନ କରିଥିଲେ।ଆସନ୍ତା ତା. ୦୧/୦୫/୨୦୨୬ ରିଖ (ଶୁକ୍ରବାର) ସକାଳ ୯.୩୫ ମିନିଟ୍ ସମୟରେ ନାମ ଧାରଣ ଆରମ୍ଭ ହେବ। ଏହି ନାମଯଜ୍ଞ ଆସନ୍ତା ୦୩/୦୫/୨୦୨୬ ରିଖ ପର୍ଯ୍ୟନ୍ତ ଦୁଇ ଦିନ ଧରି ମହାଆଡ଼ମ୍ବର ସହକାରେ ଅନୁଷ୍ଠିତ ହେବ। ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ନୂଆପଡ଼ା, ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାରୁ ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀ ଓ କଳାକାରମାନେ ଅଂଶଗ୍ରହଣ କରିବେ। ପ୍ରଭୁ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଦିବ୍ୟ ହରିନାମ ସଂକୀର୍ତ୍ତନ ପରିବେଷଣ କରି ସେମାନେ ହଜାର ହଜାର ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିବେ ବୋଲି ଆଶା କରାଯାଉଛି।ଦୀର୍ଘ ବର୍ଷ ଧରି ବେଲଗାଁରେ ଏହି ନାମଯଜ୍ଞ ମହାସମାରୋହରେ ପାଳିତ ହୋଇଆସୁଥିବା ବେଳେ, ଚଳିତ ବର୍ଷ ଏହାକୁ ଆହୁରି ବେଶ୍ ଧୁମ୍ଧାମ୍ରେ ପାଳନ କରିବା ନେଇ ଯଜ୍ଞ ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ବର୍ଷ ଯଜ୍ଞର କର୍ତ୍ତା ଓ କର୍ତ୍ତ୍ରୀ ଭାବରେ ଶ୍ରୀଯୁକ୍ତ ଅଲେଖ କରୁଆଁ ଏବଂ ତାଙ୍କ ଧର୍ମପତ୍ନୀ ଜ୍ୟୋତି କରୁଆଁ ଦାୟିତ୍ୱ ତୁଲାଉଛନ୍ତି। ପୂଜକ ତ୍ରିପାଠୀ ମହାଶୟଙ୍କ ଦ୍ୱାରା ହୋମ ଯଜ୍ଞ ସମ୍ପନ୍ନ କରାଯାଉଛି। ନାମଯଜ୍ଞକୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ଗ୍ରାମବାସୀବୃନ୍ଦ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି। ଏହି ନାମ ଯଜ୍ଞନକୁ ଚୌବନ କେତକୀ, ତୁଳଦେବ ଝାଙ୍କର, ନରହରି ସଗରିଆ, ମୋହନ କେତକୀ, ଜୟ ସିଂ କରୁଆଁ, ଶୋଭାଚନ ସଗରିଆ, ଗୁରୁଜୁ ବାଗ, ଲୋଚନ ବନଛୋର, ପିଲାରମ ଭୋଇ, ବିହତରାମ କରୁଆଁ, ଗଣେଶ କେତକୀ, ଦୁଲୁରାମ ଦଳ, ହୀରାଧର ଝାଙ୍କର, ଲାଇବନ ଭୋଇ, ଗୌସତମ ବାଗ, ଯୋଗେଶ୍ୱର ମାଝୀ, ଲିଖିରାମ ସଗରିଆ, ମନସାଏ କେତକୀ, ପୁସ୍ତମ କରୁଆଁ, ଚନ୍ଦ୍ରର ଖରସେଲ, ନରସିଂ ବାଗ, ବସନ୍ତ ନାଗ, ଗିରଧାରୀ ବନଛୋର, ଶିବରାମ ଭୋଇ, ଗଙ୍ଗାରମ କଟା, ପ୍ରମୁଖ ଗ୍ରାମବାସୀଙ୍କ ସହ ଯୋଗରେ ନାମ ଯଜ୍ଞ ସଫଳ ହେବ ନେଇ କମିଟି ପକ୍ଷରୁ କୁହାଯାଉଛି I

