କଳାହାଣ୍ଡି,୦୧/୦୫,(ରୁପେନ୍ଦ୍ର ସୁନାନୀ):କଳାହାଣ୍ଡି ଜିଲ୍ଲା, ଧର୍ମଗଡ ବ୍ଲକ୍, ବେହେରା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଦଣ୍ଡପାଟ କୋଚିଙ୍ଗ ସେଣ୍ଟର ର ଶୁଭ ଉଦ୍ଘାଟନ ହୋଇଯାଇଛି।ଅବସର ପ୍ରାପ୍ତ ଇଂରାଜୀ ଶିକ୍ଷକ ଭକ୍ତ ଚରଣ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ଶୁଭ ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ବବିତା ପଟ୍ଟଯୋଶି ଯୋଗଦାନ୍ କରିଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଦନ୍ତେଶ୍ୱରି ସରକାରୀ ଉଚ୍ଚ ବିଦ୍ୟାଳୟ ବେହେରା ପ୍ରଧାନ ଶିକ୍ଷକ ରୁପେନ୍ଦ୍ର ବାଣୁଆ, ସମ୍ମାନୀତ ଅତିଥି ଭାବରେ ଇଂରାଜୀ ସପୋର୍ଟ ମିଶନ ପ୍ରତିଷ୍ଠାତା ତଥା ଅଧ୍ୟାପକ ପଞ୍ଚାନନ ଦୁରିଆ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ସଭାପତି ତଥା ସମାଜସେବୀ ସୁନିଲ ଅଗ୍ରୱାଲ, ବେହେରା ଗ୍ରାମ ପଞ୍ଚାୟତ ନାଏବ ସରପଞ୍ଚ ଟିକେଶ୍ୱର ଗୋପାଲ ପ୍ରମୁଖ ଯୋଗଦାନ କରିଥିଲେ। ଅଞ୍ଚଳର ଛାତ୍ରଛାତ୍ରୀମାନଙ୍କ ପ୍ରତ୍ୟେକ ବିଷୟ ସହ ଇଂରାଜୀ ଭାଷାରେ ଦକ୍ଷତା ବୃଦ୍ଧି ପାଇଁ ଏହି କୋଚିଂ ସେଣ୍ଟର ନିଶ୍ଚିତ ଭାବରେ ସହାୟକ ହେବ ବୋଲି ଉପସ୍ଥିତ ଅତିଥିମାନେ ନିଜ ନିଜ ବକ୍ତବ୍ୟରେ ପ୍ରକାଶ କରିବା ସହ ଏପରି ଏକ ମହାନ୍ ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ। ଭାଷା ଶିକ୍ଷା ଓ କୌଶଳ ଶିକ୍ଷାଦାନରେ ଇଂରାଜୀ ସପୋର୍ଟ ମିଶନ ପୂର୍ଣ୍ଣ ସହଯୋଗ କରିବ ବୋଲି ଇଂରାଜୀ ସପୋର୍ଟ ମିଶନର ପ୍ରତିଷ୍ଠାତା ତଥା ଅଧ୍ୟାପକ ପଞ୍ଚାନନ ଦୁରିଆ ପ୍ରକାଶ କରିଥିଲେ।ଅନୁଷ୍ଠିତ ହୋଇଥିବା ଏହି କୋଚିଂ ସେଣ୍ଟର ର ଉଦ୍ଘାଟନୀ କାର୍ଯ୍ୟକ୍ରମକୁ ଭାଗ୍ୟବାନ ଗୋସେଇ ଏବଂ ପ୍ରଦୀପ ପଟେଲ ପରିଚାଳନା କରିଥିବା ବେଳେ ଭାଗିରଥି ପଟେଲ, ବସନ୍ତ ରଣା, ଦିଲୀପ ପଟେଲ, ବିରନ ନାଏକ, ସୁଶାନ୍ତ ରଣା, ତୁଷାର ମେହେର, ଚେତନ ରାଉତ, ପ୍ରେମ ଚାନ୍ଦ ରଣା,କିରଣ କୁମାର ପାଣିଗ୍ରାହୀ, ଗଗନ ନାଏକ, ମଞ୍ଜୁରୀ ମାଝୀ, ଜାନକି ଗୋପାଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

