ଫୁଲବାଣୀ,୧୫/୦୭(ସୁନୀଲ ପଟ୍ଟନାୟକ):ଫୁଲବାଣୀ ର ପ୍ରଥମ୍ ମହିଳା ଆଇନଜୀବୀ ଶ୍ରୀମତୀ ଅଳକା ଦାସ ଙ୍କ ଆଜି ୮୦ବର୍ଷ ବୟସ ରେ ଭୁବନେଶ୍ୱର ସ୍ଥିତ ଏକ ଘୋରୋଇ ହସ୍ପିଟl ଲ ରେ ପରଲୋକ ହୋଇଯାଇଛି l ଶ୍ରୀମତୀ ଦାସ ଜଣେ ଭଲ ଆଇନଜୀବୀ, ପରୋପକାରୀ, ମହିଳା ଥିଲେ l ତାଙ୍କ ମୃତ୍ୟୁ ରେ ଫୁଲବାଣୀ ବାର ଏସୋସି ଏସନ୍ ର ସଭାପତି ଭଗବାନ ମହାନ୍ତି, ପୁର୍ବତନ ଓକିଲ ସଂଘ ସଭାପତି ଚନ୍ଦ୍ର ଶେଖର ପରିଡ଼ା, ବରିଷ୍ଠ ଆଇନଜୀବୀ ରବୀନ୍ଦ୍ର ନାଥ ମିଶ୍ର, ବଂଶୀଧର ମହାପାତ୍ର, ରାଜୀବ ପ୍ରଧାନ, ଚନ୍ଦ୍ର ଶେଖର ମିଶ୍ର, ଅଜୟ ସିଂହ, ବିରଜା ପ୍ରସାଦ ନାହକ, ଅଶୋକ ବେହେରା,ବରିଷ୍ଠ ସାମ୍ବାଦିକ ଡ ଅରୁପ ଜେନା, ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ, ନାରାୟଣ ସାହୁ, ବରିଷ୍ଠ ସାମ୍ବାଦିକ ରବିଦାସ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ଟ ପରିବାର ବର୍ଗ ଙ୍କ ପ୍ରତି ସମବେଦନା ଜଣାଇଛନ୍ତି l ମୃତ୍ୟୁ ଶଯ୍ୟା ନିକଟ ରେ ଦୁଇ ପୁଅ ଓ ତିନି ବୋହୂ ନାତି ନାତୁଣୀ ଉପସ୍ଥିତ ଥିଲେ l ଓକିଲ ସଂଘ ପକ୍ଷରୁ ସଭାପତି ଭଗବାନ ମହାନ୍ତି ଙ୍କ ସଭାପତିତ୍ବ ରେଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା ଏଥିରେ ସମସ୍ତ ଓକିଲ ଯୋଗ ଦେଇ ଶୋକ ପ୍ରକାଶ କରିଥିଲେ l

