ବୁଗୁଡ଼ା,୨୩।୯(କୁମୁଦ ଚନ୍ଦ୍ର ବେହେରା):ସ୍ଥାନୀୟ ପିପୁଲ୍ସ ହାଇସ୍କୁଲ କେନ୍ଦ୍ରରେ ଆଜି ନବମ ଶ୍ରେଣୀ ଜାତୀୟ ଗ୍ରାମୀଣ ମେଧା ବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବୁଗୁଡ଼ା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧୀନସ୍ଥ ବିଭିନ୍ନ ବିଦ୍ୟାଳୟର ୨୩୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଉକ୍ତ ପରୀକ୍ଷା କେନ୍ଦ୍ରର ସୁପରିଣ୍ଟେଣ୍ଡେଣ୍ଟ ଦାୟିତ୍ୱରେ ପିପୁଲ୍ସ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶଙ୍କର ଦାସ ଏବଂ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଦାୟିତ୍ୱରେ ସହକାରୀ ଶିକ୍ଷୟିତ୍ରୀ ସ୍ନେହଲତା ସାହୁ ରହିଥିଲେ। ଉଷାରାଣୀ ସିଂ, ବିଶ୍ୱେଶ୍ୱର ଗିରି, ସୁଚିତ୍ରା ବିଷୋୟୀ, ସୀମାଞ୍ଚଳ ପାଳକ, ଶିବାନନ୍ଦ ସୁବୁଦ୍ଧି, ସୁସ୍ମିତା କୁମାରୀ ପଟ୍ଟନାୟକ ଏବଂ ବିରଞ୍ଚି ନାରାୟଣ ବାଲିକା ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ମମତା ଚୌଧୁରୀ ଓ ଲୋପାମୁଦ୍ରା ପଣ୍ଡା ପ୍ରମୁଖ ଶିକ୍ଷକ-ଶିକ୍ଷୟିତ୍ରୀ କକ୍ଷ ନିରୀକ୍ଷକ ଭାବେ ନିୟୋଜିତ ଥିଲେ। ଉକ୍ତ କେନ୍ଦ୍ରରେ ପର୍ଯ୍ୟବେକ୍ଷକ ଭାବେ ଏବିଓ କୃଷ୍ଣ ଚନ୍ଦ୍ର ବେହେରା ଯୋଗ ଦେଇଥିବା ବେଳେ ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିଲା।

