ବୁଗୁଡ଼ା,୨୩।୦୯(ପୂର୍ଣ୍ଣଚନ୍ଦ୍ର ବାରିକ):ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ୍ କରସିଙ୍ଗି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ବୁଗୁଡ଼ା ପଞ୍ଚାୟତ ସମିତି ଆନୁକୂଲ୍ୟରେ “ସେବା ସେତୁ ଅଭିଯାନ ୨୦୨୬” କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। କରଚୁଲି ଓ କରସିଙ୍ଗି ଗ୍ରାମ ପଞ୍ଚାୟତକୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମ ବୁଗୁଡ଼ା ବିଡିଓ ଦୁତିକୃଷ୍ଣ ପାତ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି,ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବିଭିନ୍ନ ସରକାରୀ ଯୋଜନା ଓ ସେବାକୁ ସାଧାରଣ ଲୋକଙ୍କ ନିକଟରେ ସହଜରେ ପହଞ୍ଚାଇବା।କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଓ ସମସ୍ୟା ଶୁଣିଥିଲେ। ସେଥିସହ ଜାତି, ଆୟ ଓ ବାସିନ୍ଦା ପ୍ରମାଣପତ୍ର, ସାମାଜିକ ସୁରକ୍ଷା ଭତ୍ତା, ରେସନ କାର୍ଡ, ସ୍ୱାସ୍ଥ୍ୟ ସେବା, କୃଷି ଏବଂ ଅନ୍ୟାନ୍ୟ କଲ୍ୟାଣମୂଳକ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ମୋଟ ୨୫ ଟି ଆବେଦନ ଗ୍ରହଣ ହୋଇଥିଲା। ସେଥି ମଧ୍ୟରୁ ପକ୍କାଘର ବିଭାଗରେ ୧୧ ଗୋଟି, ସାମାଜିକ ସୁରକ୍ଷା ବିଭାଗରେ ୭ ଗୋଟି, ପାନୀୟ ଜଳ ବିଭାଗରେ ୪ ଗୋଟି, ଉନ୍ନୟନ ମୂଳକ କାର୍ଯ୍ୟ ବିଭାଗରେ ୧ ଗୋଟି, ମିଶନ ଶକ୍ତି ବିଭାଗରେ ୧ ଗୋଟି ଓ ଆଇସିଡିଏସ ବିଭାଗରେ ୧ ଗୋଟି ଆବେଦନ ହୋଇଥିଲା,ସ୍ଥାନୀୟ ଜନପ୍ରତିନିଧି, ସ୍ୱେଚ୍ଛାସେବୀ, କରଚୁଲି ଓ କରସିଙ୍ଗି ପଞ୍ଚାୟତର ପିଇଓ ସମେତ ଏମବିକେ, ସିଆରପି ପ୍ରଭୃତି କର୍ମଚାରୀ ଉପସ୍ଥିତ ଥିଲେଏବଂ ବହୁ ସଂଖ୍ୟକ ଗ୍ରାମବାସୀ ଏହି ଶିବିରରେ ଯୋଗଦେଇ ସରକାରୀ ସେବାର ସୁବିଧା ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସରକାର ଓ ସାଧାରଣ ଲୋକଙ୍କ ମଧ୍ୟରେ ସମନ୍ୱୟ ବୃଦ୍ଧି ପାଉଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ସନ୍ତୋଷ ପ୍ରକାଶ କରିଥିଲେ।

