ଚିକିଟି,୨୩।୯(ନିଗମାନନ୍ଦ ପଣ୍ଡା):ବାତ୍ୟା ଅର୍ଣ୍ଣବ ପ୍ରଭାବ ରେ ଚିକିଟି ବ୍ଲକ ରେ ଗତ ଦୁଇ ଦିନ ଧରି ପ୍ରବଳ ବର୍ଷା ହୋଇଛି ଏବଂ ବର୍ଷା ର ମୋଟ ପରିମାଣ ୭୩. ୨ ମିଲି ମିଟର ରେକର୍ଡ ରହିଛି l ଯାହା ଫଳ ରେ ଚିକିଟି ର ଜୀବନ ରେଖା ବାହୁଦା ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଛି l ସେହିପରି ବାଘଲାଟି ଜଳଭଣ୍ଡାରକୁ ଜଳ ପ୍ରବେଶ ପରିମାଣ ଗତ ଏକ ଘଣ୍ଟା ମଧ୍ୟରେ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି। ବାଘଲଟି ଜଳ ଭଣ୍ଡାର ର ଜଳ ଧାରଣ ମୋଟ ୧୦୬ ରହିଛି l ବର୍ତମାନ ୯୮ ରହିଥିବା ବେଳେ ଜଳ ଧାରଣ କ୍ଷମତା ୧୦୪ କୁ ବୃଦ୍ଧି ପାଇଲେ ବାଘଲଟି ପାଣି ବାହୁଦା ରେ ଛାଡିବାକୁ ବାଘଲଟି କତୃପକ୍ଷ ନିଷ୍ପତି ନେଇଛନ୍ତି l ଏହି ପରିସ୍ଥିତିରେ ଆଜି ରାତି ସୁଦ୍ଧା ବାଘଲାଟି ଜଳଭଣ୍ଡାରରୁ ଅତିରିକ୍ତ ଜଳ ନିଷ୍କାସନ କରାଯାଇପାରେ ବୋଲି କୁହାଯାଇଛି l ଏହାକୁ ଦୃଷ୍ଟିରେ ରଖି ଜଳଭଣ୍ଡାରର ନିମ୍ନମୁହାଁ ଏବଂ ବାହୁଦା ନଦୀକୁଳିଆ ରହୁଥିବା ଜନସାଧାରଣ ଆଗୁଆ ସତର୍କ ରହିବା ସହ ନିଜ ନିଜ ସୁରକ୍ଷା ପାଇଁ ଆବଶ୍ୟକ ପ୍ରସ୍ତୁତି ନେବାକୁ ବାଘଲଟି ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି । ଜନସାଧାରଣ ନଦୀ, ନାଳ, ଜଳପ୍ରବାହ ଅଞ୍ଚଳ ଏବଂ ଜଳଭଣ୍ଡାରର ନିମ୍ନମୁହାଁ ଅଞ୍ଚଳକୁ ନଯିବା ସହ ଜଳସ୍ରୋତ ଅତିକ୍ରମ କରନ୍ତୁ ନାହିଁ ଏବଂ ପରିସ୍ଥିତିକୁ ନେଇ ଭୟଭୀତ ନହେବା ପାଇଁ କୁହାଯାଇଛି l ଅନ୍ୟପଟେ ବାତ୍ୟା କୁ ଦୃଷ୍ଟି ରେ ରଖି ସୁନାପୁର ବାତ୍ୟା ଆଶ୍ରୟ ସ୍ଥଳକୁ ୪୦ ଜଣ ଙ୍କୁ ସ୍ଥାନାନ୍ତର କରାଯାଇଛି l ସେଥିମଧ୍ୟରୁ ୧୧ ପୁରୁଷ, ୨୦ ମହିଳା ଏବଂ ୯ ଜଣ ଶିଶୁ ରହିଛନ୍ତି l ଚିକିଟି ବ୍ଲକ ର ୨୫ ଜଣ ଗର୍ଭବତୀ ମହିଳା ଙ୍କୁ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି ବୋଲି ଚିକିଟି ବ୍ଲକ ପ୍ରଶାସନ ତରଫରୁ ସୂଚନା ମିଳିଛି l ଖବର ଲେଖା ହେବା ସୁଦ୍ଧା କୌଣସି କ୍ଷୟକ୍ଷତି ର ସୂଚନା ନଥିବା ତହସିଲଦାର ବିଶ୍ୱରଂଜନ କଂହର କହିଛନ୍ତି l

