ବୋଲଗଡ଼,୦୬/୦୪ (ସୁଶାନ୍ତ କୁମାର ପ୍ରଧାନ): ଓଡ଼ିଆପକ୍ଷ ପାଳନ ଅବସରରେ ସହୀଦ କାଳିଆ ଭୁଇମୁଳ ଏବଂ ସହୀଦ ସଚ୍ଚିଦାନନ୍ଦ ସ୍ମୃତି ପରିଷଦ ବାଙ୍କୋଇ ତଥା ପିଏ.ଏସ୍.ଏସ୍ ସାଗରଗୁଆଁ ମିଳିତ ଆନୁକୂଲ୍ୟରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକର ସାଗରଗୁଆଁ ବିଦ୍ୟା ବିକାଶ ନିକେତନ ସଭାଗୃହରେ ସହୀଦ କାଳିଆ ଭୁଇମୁଳ ଓ ସହୀଦ ସଚ୍ଚିଦାନନ୍ଦ ପଟ୍ଟନାୟକ ଙ୍କର ୨୦୭ତମ ମହାନ ବଳିଦାନ ଦିବସ ଅମର ସହୀଦ ଦ୍ୱୟଙ୍କର ବର୍ତ୍ତମାନର ଦାୟଦ ଡଃ ସେବକ କୃଷ୍ଣ ଚନ୍ଦ୍ର ପଟ୍ଟନାୟକ ଙ୍କର ସଭାପତିତ୍ବରେ ଏବଂ ବିଦ୍ୟାଳୟର ଗୁରୁଜୀ, ଗୁରୁମା,ବିଦ୍ୟାଳୟର କର୍ମଚାରୀ ଓ ସରପଞ୍ଚଙ୍କ ପ୍ରତିନିଧି ପ୍ରଫୁଲ୍ଲ କୁମାର ବେହେରା ଙ୍କ ଉପସ୍ଥିତିରେ ଭକ୍ତି ପୂତ ଶ୍ରଦ୍ଧାଞ୍ଜଳି ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ସଭାରେ ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ଦେଶର ସ୍ୱାଧୀନତା ନିମିତ୍ତ ସହୀଦ ମାନଙ୍କର ଦେଶପ୍ରେମ ଓ ଦେଶଭକ୍ତି ଆତ୍ମ ବଳିଦାନ ପାଇଁ ଚିରକାଳ ଅମର ରହିବେ ବୋଲି ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଦେଶର ହିତପାଇଁ ଜୀବନ ଉତ୍ସର୍ଗ କରିବା ପାଇଁ ଉଦବୋଧନ ଦେଇଥିଲେ। ସଭାଶେଷରେ ସରପଞ୍ଚଙ୍କ ପ୍ରତିନିଧି ପ୍ରଫୁଲ୍ଲ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

