ବୁଗୁଡ଼ା,୭।୪(କୁମୁଦ ଚନ୍ଦ୍ର ବେହେରା): ବୁଗୁଡ଼ା ବ୍ଲକ ମାଣିତରା ଭାଜପା ମଣ୍ଡଳ ତରଫରୁ ସୋମବାର ଦିନ ଭାରତୀୟ ଜନତା ପାର୍ଟିର ୪୨ତମ ସ୍ଥାପନା ଦିବସ ପାଳନ କରାଯାଇଛି । ଏ ଅବସରରେ ଆଜି ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମାଣିତରା ମଣ୍ଡଳ ଦଳୀୟ କାର୍ଯ୍ୟାଳୟ ଠାରେ ପତାକା ଉତ୍ତୋଳନ କରାଯିବା ସହ ଭାଜପାକୁ ଶକ୍ତିଶାଳୀ ଦଳରେ ପରିଣତ କରିବାପାଇଁ କର୍ମକର୍ତ୍ତାଗଣ ସଂକଳ୍ପ ନେଇଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି କାର୍ତ୍ତିକ କୁମାର ମଣ୍ଡଳ, ପ୍ରଭାରୀ ସୁଶାନ୍ତ କୁମାର ଡାକୁଆ, ଯୁବମୋର୍ଚ୍ଚା ସଭାପତି ପ୍ରକାଶ ମହାରଥା, କୃଷକମୋର୍ଚ୍ଚା ସଭାପତି ପଦ୍ମଚରଣ ପ୍ରଧାନ, ସଂକୁରୁ ସରପଞ୍ଚ ସୁଶାନ୍ତ କୁମାର ରାଉତ, ବରିଷ୍ଠ କାର୍ଯ୍ୟକର୍ତ୍ତା ପୂର୍ଣ୍ଣଚନ୍ଦ୍ର ଭୂୟାଁ ଏବଂ ପ୍ରମୁଖ କାର୍ଯ୍ୟକର୍ତ୍ତା ଓ କର୍ମୀଗଣ ଯୋଗ ଦେଇଥିଲେ ।

