ବ୍ରହ୍ମପୁର ୯/୪: (ଜନବାଣୀ):ମନ୍ତ୍ରୀ ଶ୍ରୀ ହରିଚନ୍ଦନ ବ୍ରହ୍ମପୁରର ଶିଳ୍ପକଳା ଓ ସଂସ୍କୃତିକୁ ପ୍ରଶଂସା କରି, ଏହାକୁ ସ୍ୱତନ୍ତ୍ର ପରିଚୟର ଆଧାଆଜି ବ୍ରହ୍ମପୁରର ଖଲ୍ଲିକୋଟ ମହାବିଦ୍ୟାଳୟ ପଡ଼ିଆଠାରେ ଆୟୋଜିତ ‘ରେଶମ ସହର ମହୋତ୍ସବ, ସୁଭଦ୍ରା ଶକ୍ତି ଓ ଆତ୍ମନିର୍ଭର ଭାରତ ସ୍ୱଦେଶୀ ମେଳା’ରେ ଯୋଗଦେଲି ।ରେଶମ ସହର ବ୍ରହ୍ମପୁରର ସର୍ବାଙ୍ଗୀନ ବିକାଶ ପାଇଁ ଆମ ସରକାର ପ୍ରତିବଦ୍ଧ। ଓଡ଼ିଶାର କଳା, ସଂସ୍କୃତି ଏବଂ ସ୍ଥାନୀୟ ଉତ୍ପାଦକୁ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ଏହି ମେଳା ଏକ ପ୍ରଶସ୍ତ ମାଧ୍ୟମ। ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ଗଞ୍ଜାମ ମାଟିର ବଳିଷ୍ଠ ଅବଦାନ ରହିଥିଲା। ସ୍ୱକୀୟ ଶିଳ୍ପକଳା ଓ ସଂସ୍କୃତି ବ୍ରହ୍ମପୁରକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି। ଓଡ଼ିଶାର ଦଶଟି ପ୍ରମୁଖ ସହରର ବ୍ୟାପକ ଉନ୍ନତିକରଣ ପାଇଁ ସରକାର ପରିକଳ୍ପନା କରୁଛନ୍ତି ତାହା ମଧ୍ୟରେ ବ୍ରହ୍ମପୁର ଅନ୍ୟତମ । ଆତ୍ମନିର୍ଭର ଭାରତ ଅଥବା ଲୋକାଲ ଫର ଭୋକାଲର ସଫଳତା ଏବଂ ଓଡିଶା ସରକାରଙ୍କ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନର ଲକ୍ଷ୍ୟ ପୂରଣ କରିବା ଆମ ସରକାରର ପ୍ରାଥମିକତା।ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁରର ବିଧାୟକ କେ. ଅନିଲ କୁମାର, ଦିଗପହଣ୍ଡିର ବିଧାୟକ ସିଦ୍ଧାନ୍ତ ମହାପାତ୍ର, କବିସୂର୍ଯ୍ୟନଗରର ବିଧାୟକପ୍ରତାପ ଚନ୍ଦ୍ର ନାୟକ, ସୋରଡ଼ାର ବିଧାୟକ ନୀଳମଣି ବିଶୋୟୀ, ଗଞ୍ଜାମ ଜିଲ୍ଲାପାଳ କୀର୍ତ୍ତି ୱାସନ ୱି, ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଡା. ସରୱଣା ବିବେକ ଏମ,ବ୍ରହ୍ମପୁର ମହାନଗର ନିଗମ ଆୟୁକ୍ତ ଆକବରମ ସସ୍ୟ ରେଡ୍ଡୀ, ଗଞ୍ଜାମ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର, ସ୍ୱଦେଶୀ ଜାଗରଣ ମଞ୍ଚର ପ୍ରତିନିଧି ତଥା ଭାଜପା ଗଞ୍ଜାମ ଜିଲ୍ଲା ସଭାପତି ସରୋଜ ସାବତ, ଆଞ୍ଚଳିକ ସମନ୍ୱୟକ (ସ୍ୱଦେଶୀ ମେଳା) ମନୋଜ କୁମାର ନାୟକ, ଟିପିଏସଓଡିଏଲର ଉପ ସାଧାରଣ ପ୍ରବନ୍ଧକ(ଅର୍ଥ) ବିନୋଦ ବିହାରୀ ନାୟକଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଗଣ ଉପସ୍ଥିତ ଥିଲେ ।ରେଶମ ସହର ମହୋତ୍ସବ ଆଜି ବ୍ରହ୍ମପୁରର ଖଲ୍ଲିକୋଟ ମହାବିଦ୍ୟାଳୟ ପଡ଼ିଆଠାରେ ଆୟୋଜିତ ‘ରେଶମ ସହର ମହୋତ୍ସବ, ସୁଭଦ୍ରା ଶକ୍ତି ଓ ଆତ୍ମନିର୍ଭର ଭାରତ ସ୍ୱଦେଶୀ ମେଳା’ରେ ଯୋଗଦେଲି ।ରେଶମ ସହର ବ୍ରହ୍ମପୁରର ସର୍ବାଙ୍ଗୀନ ବିକାଶ ପାଇଁ ଆମ ସରକାର ପ୍ରତିବଦ୍ଧ। ଓଡ଼ିଶାର କଳା, ସଂସ୍କୃତି ଏବଂ ସ୍ଥାନୀୟ ଉତ୍ପାଦକୁ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ଏହି ମେଳା ଏକ ପ୍ରଶସ୍ତ ମାଧ୍ୟମ। ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ଗଞ୍ଜାମ ମାଟିର ବଳିଷ୍ଠ ଅବଦାନ ରହିଥିଲା। ସ୍ୱକୀୟ ଶିଳ୍ପକଳା ଓ ସଂସ୍କୃତି ବ୍ରହ୍ମପୁରକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି। ଓଡ଼ିଶାର ଦଶଟି ପ୍ରମୁଖ ସହରର ବ୍ୟାପକ ଉନ୍ନତିକରଣ ପାଇଁ ସରକାର ପରିକଳ୍ପନା କରୁଛନ୍ତି ତାହା ମଧ୍ୟରେ ବ୍ରହ୍ମପୁର ଅନ୍ୟତମ । ଆତ୍ମନିର୍ଭର ଭାରତ ଅଥବା ଲୋକାଲ ଫର ଭୋକାଲର ସଫଳତା ଏବଂ ଓଡିଶା ସରକାରଙ୍କ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନର ଲକ୍ଷ୍ୟ ପୂରଣ କରିବା ଆମ ସରକାରର ପ୍ରାଥମିକତା ବୋଲି ମୁଖ୍ୟ ଅତିଥି ଶ୍ରୀ ହରିଚନ୍ଦନ ପ୍ରକାଶ କରିଥିଲେ ସମସ୍ତ ଷ୍ଟାଲ ରେ ଦର୍ଶକ ଭିଡ଼ ଦେଖିବାକୁ ମିଳିଥିଲା ଏହି ଅବସରରେ ବ୍ରହ୍ମପୁର ର ବିଶ୍ୱ ପ୍ରସିଦ୍ଧ ପାଟ ର ପ୍ରଶଂସା ର ପାତ୍ର ପାଲଟିଥିଲା ।

