ପୋଲସରା,୬/୫,(ଶିବ ପ୍ରସାଦ ସାହୁ):ପୋଲସରା ଥାନା ଅଧୀନ ବାଲିଘାଇରେ ଏକ ବରଯାତ୍ରୀ ପ୍ରୋସେସନରେ ଆକାଶ ଜେନା କୁ ହତ୍ୟା କରାଯାଇଥିଲା। ଏହାକୁ ନେଇ ପୁଲିସ ୨୩୮/୨୬ରେ ମାମଲାରୁଜୁ କରି ୯ ଜଣଙ୍କୁ ଗିରଫ କରିଥିଲା। ବୁଧବାର ଏହି ହତ୍ୟାଘଟଣା ରେ ଆଉ ୩ ଜଣ ଅଭିଯୁକ୍ତ କୁ ପୁଲିସ ଗିରଫ କରିଛି। ଗିରଫ ମାନେ ହେଲେ ପୋଲସରା ଥାନା ରାଣୀପଡ଼ା ହରିଅର୍ଜୁନ ସାହିର ପ୍ରଶନ୍ନ ଜେନାର ପୁଅ ତପୁ ଜେନା (୨୦),ଲୁଣିଘାଟି ର ତ୍ରିନାଥ ଭୂୟାଁ ର ପୁଅ ଶୁଭମ ଭୂୟାଁ (୨୨),କବିସୂର୍ଯ୍ୟନଗର ଥାନା ତଥା ପୋଲସରା ବ୍ଲକ କୁଆନନ୍ଦ ଗ୍ରାମର ସନ୍ତୋଷ ଗୌଡ଼ ର ପୁଅ ରାହୁଲ ଗୌଡ଼ (୨୦) ପ୍ରମୁଖ ତିନି ଜଣ ଅଭିଯୁକ୍ତ ଙ୍କୁ ଭୁବନେଶ୍ୱର ରୁ ଗିରଫ କରିଥିଲା ଏବଂଦୁଇଟି ବୁଲେଟ ମୋଟରସାଇକେଲ, ୨ଟି ଖଣ୍ଡାକାତି, ୩ଟି ମୋବାଇଲ ମଧ୍ୟ ଜବତ କରିଛି।ବୁଧ ବାର ତିନି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଛି। ଯାହାକୁ ନେଇ ପୋଲସରା ଥାନାଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି।

