ଖଜୁରୀପଡ଼ା,୧୩।୭(ମନୋଜ କୁମାର ବେହେରା):କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ନୁଆଁ ବସଷ୍ଟାଣ୍ଡ ନିକଟରେ ଥିବା ରଥ ପାଖରେ ଦୁଇ ବାଇକ ମୁହାଁମୁହଁ ଧକା ହୋଇଥିବା ବେଳେ ନୟାଗଡ଼ ଅଞ୍ଚଳର ଦୀପକ ଭୂୟାଁ ଏବଂ ଖଜୁରୀପଡ଼ା ର ତାରିଣୀ କୁମାର ସାହୁ ଆହତ ହୋଇଛନ୍ତି ଖଜୁରୀପଡା ନାଏବ ସରପଞ୍ଚ ଆଲୋକ ମଲିକଙ୍କ ସହଯୋଗରେ ଉଭୟଙ୍କୁ ଖଜୁରୀପଡା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତାରିଣୀ ସାହୁଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ଖଜୁରୀପଡା ଥାନା ଏସ ଆଇ ଦୀନବନ୍ଧୁ ପ୍ରଧାନଙ୍କ ନେତୃତ୍ୱରେ ପୋଲିସ ବାହିନୀ ପହଁଞ୍ଚି ଅଧିକ ତଦନ୍ତ ଚଳାଇଥିବା ଦେଖିବାକୁ ମିଳିଛି। ଆଗାମୀ ଦିନରେ ଉକ୍ତ ଅଞ୍ଚଳରେ ରାସ୍ତାର ଉଭୟ ପାର୍ଶ୍ଵରୁ ଜବରଦଖଲ ହଟେଇବା ସହିତ ଆଲୋକୀକରଣ କରିବାକୁ ବୁଦ୍ଧିଜୀବୀ ମହଲରୁ ତଥା ସାଧାରଣରେ ଦାବି ହେଉଛି।

