ଜଟଣୀ,୧୪।୭(କେଦାର ନାଥ ସାହୁ):ଜଟଣୀ ବଡବଜାର ରେ ଥିବା ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରିୟ ବିଶ୍ଵବିଦ୍ୟାଳୟ ତରଫରୁ ବରିଷ୍ଟ ନାଗରିକ ମାନଙ୍କ ପାଇଁ ଏକ ଆଧ୍ୟାତ୍ମିକ ଜ୍ଞାନ ର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବୃଦ୍ଧାବସ୍ଥାରେ କିପରି ସୁଖ ଶାନ୍ତି ଓ ଆନନ୍ଦ ରେ ଜୀବନ ଜାପାନ କରି ବାପାଇଁ ମାର୍ଗଦର୍ଶନ ସଂସ୍ଥା ତ ରଫରୁ କରାଯାଇଥିଲା । ଏଥିରେ ଦୁଇଶହ ରୁ ଉର୍ଦ୍ଧ ବରିଷ୍ଟ ନାଗରିକ ଯୋଗଦେଇଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମା କୁମାରୀ ଦୁର୍ଗେସ ନନ୍ଦିନୀ.ମୁଖ୍ୟ ବକ୍ତା ଡାକ୍ତର. ପ୍ରତିଭା ମହାରଥୀ.ଜଟଣୀ ସେବା କେନ୍ଦ୍ର ର ସଞ୍ଚାଳୀକା ଜ୍ୟୋତି ଭଉଣୀ. ବରିଷ୍ଠ ନାଗରିକ ମଂଚ ର ସଭ୍ୟ ପ୍ରହ୍ଲାଦ ସାହୁ.ବି ଆର ମହାନ୍ତି ଅତିଥି ଭାବେ ଯୋଗ ଦେଇ ଥିଲେ । ଏହି କାର୍ଯ୍ୟକ୍ରମ କୁ ସଫଳ କରିବାପାଇଁ ବ୍ରହ୍ମା କୁମାର. ତଥା ପୂର୍ବତନ କାଉନସିଲର ଅଶୋକ ବଳିୟାର ସିଂଗ, ସରୋଜ ଭାଇ. ବିଦ୍ୟାଧର ଭାଇ. ଶ୍ରୀପତି ଭାଇ. ମଳୟ ଭାଇ, ଟିକି ଭଉଣୀ ,ମାମା ଭଉଣୀ ସିନି ଭଉଣୀ ପୂଜା ଭଉଣୀ ପ୍ରମୁଖ ସହଯୋଗ କରିଥିଲେ ।ପରିଶେଷରେ ପ୍ରସାଦର ବ୍ୟବସ୍ଥା ହୋଇଥିଲା ସଂସ୍ଥା ତରଫରୁ ।

