ବ୍ରହ୍ମପୁର,୧୪।୭(ହିମାଂଶୁ ଶେଖର ସାବତ):ଚିକିଟି ଲିଆଖାଇ ଗ୍ରାମର ବାସିନ୍ଦା ରଞ୍ଜନ ପ୍ରଧାନଙ୍କ ପୁଅ ସ୍ୱର୍ଗତ ଅମିତ ପ୍ରଧାନଙ୍କ ସ୍ମୃତିରେ ମନୁସେନା ପକ୍ଷରୁ ଆଜି ଲିଆଖାଇ ଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏହି ଶିବିରରେ ମୋଟ ୧୦୫ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା।ଚିକିଟି ବିଧାୟକ ମନୋରଞ୍ଜନ ଧ୍ୟାନ ସାମନ୍ତରା ୫୪ ବର୍ଷ ବୟସରେ ନିଜର ୬୩ତମ ରକ୍ତଦାନ କରି ଉପସ୍ଥିତ ରକ୍ତଦାତାଙ୍କୁ ପ୍ରେରଣା ଦେଇଥିଲେ। ସେ ଓ ତାଙ୍କ ସହଧର୍ମିଣୀ ଶ୍ରୀମତୀ ମୀନା ଧ୍ୟାନ ସାମନ୍ତରା କାର୍ଯ୍ୟକ୍ରମରେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ।ଏହି ଅବସରରେ ଚିକିଟି ବିଜେପି କର୍ମୀ ଦେବଦତ୍ତ ପଣ୍ଡା, ପିତାତୋଳି ମଣ୍ଡଳ ସଭାପତି ରେଣୁ ରେଡ୍ଡି, ନୂଆପଡ଼ା ମଣ୍ଡଳ ସଭାପତି ଉମାକାନ୍ତ ପ୍ରଧାନ, ଚାନ୍ଦପୁର ସମିତି ସଦସ୍ୟ ଅକ୍ଷୟ ସେଠୀ, ଶାନ୍ତିଆପଲ୍ଲୀ ସମିତି ସଦସ୍ୟ ପ୍ରଶାନ୍ତ ସାହୁ, ତିରୁମୟ ପାଣିଗ୍ରାହୀଙ୍କ ସମେତ ମନୁସେନାର ଶତାଧିକ କର୍ମୀ ଓ ସମର୍ଥକ ଉପସ୍ଥିତ ଥିଲେ।ଶିବିରର ସଫଳ ଆୟୋଜନ ପାଇଁ ଆୟୋଜକମାନେ ସମସ୍ତ ରକ୍ତଦାତା, ଅତିଥି, କର୍ମୀ ଏବଂ ଉପସ୍ଥିତ ଜନସାଧାରଣଙ୍କୁ କୃତଜ୍ଞତା ଜଣାଇଥିଲେ।

