ଖୋର୍ଦ୍ଧା,୧୫।୭(କେଦାର ନାଥ ସାହୁ):ରାମ ମନ୍ଦିର ରେ ଲୁଟ ହୋଇଥିବା ଟଙ୍କାକୁ ନେଇ ଆଜି ସାରା ଭାରତ ବର୍ଷରେ ରାହୁଲ ଗାନ୍ଧୀଙ୍କ ନେତୃତ୍ୟରେ ପ୍ରତିବାଦ ଶଭା ଆୟୋଜନ ହୋଇଥିବା ବେଳେ ଖୋର୍ଦ୍ଧା ଜ଼ିଲ୍ଲା କଂଗ୍ରସ କମିଟି ପକ୍ଷରୁ ଜ଼ିଲ୍ଲା ଅଫିସ ଠାରେ ସଭାପତି ଶ୍ରୀ ରାଜୀବ ପଟନାୟକ ଙ୍କ ନେତୃତ୍ୟରେ ଏକ ସାମ୍ବାଦିକ ସମ୍ମିଳନୀ ଖୋର୍ଦ୍ଧା ଜିଲ୍ଲା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ବରିଷ୍ଟ ଓକିଲ ଶ୍ରୀ ଶିଶିର ପରିଡା ସ୍ୱାଗତ ଭାଷଣ ଦେଇଥିବା ବେଳେ ସଭାପତି ଶ୍ରୀ ରାଜୀବ ପଟନାୟକ କହିଥିଲେ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ରାମ ମନ୍ଦିର ବିଷୟରେ ସଭା ସମିତିରେ ଆଲୋଚନା କରୁଥିବା ବେଳେ ଲୁଟ ହୋଇଥିବା ଦାନ ବିଷୟରେ ଚୁପ ରହିବା କ୍ଷୋଭର ବିଷୟ ପାଲଟିଛି । ସେଠାରୁ ଲୁଟ ହୋଇଥିବା ଟଙ୍କାର କୌଣସି ବିବରଣୀ ଆଜି ପର୍ଯ୍ୟନ୍ତ ଦେଲେ ନାହିଁ । କେବଳ ଦୁଇ ଜଣଙ୍କୁ ସେଠାରୁ ବହିଷ୍କାର କରି କର୍ତ୍ତବ୍ୟ ସମ୍ପାଦନ କରିଛନ୍ତି ବୋଲି ପ୍ରଚାର କରୁଛନ୍ତି । ଆଶ୍ଚର୍ଯ୍ୟର କଥା ଯଦି ଟଙ୍କା ଲୁଟ ହୋଇନାହିଁ. ତେବେ ଦୁଇ ଜଣ ମୁଖ୍ୟ ଲୋକଙ୍କୁ ସେଠାରୁ ବହିଷ୍କାର କରିବାର କାରଣ କଣ ହୋଇପାରେ !ଏହା ସୁପ୍ରିମକୋଟ ନ୍ୟାୟାଧିସ ଙ୍କ ଦ୍ୱାରା ତଦନ୍ତ ହେବା ନିତାନ୍ତ ଆବଶ୍ୟକତା ରହିଛି । ମୋଦି ସରକାର ର ଅସଲ ଚେହେରା ଭାରତବାସୀ ଜାଣି ସାରିଲେଣି ,ଭୋଟ ସମୟରେ କଣ କହି ଆସିଥିଲେ,ଏବେ କଣ କରୁଛନ୍ତି । ପ୍ରଦେଶ କଂଗ୍ରେସ କମିଟି ଭାରତୀୟ ଜନତା ପାର୍ଟି କୁ ଗାଦୀରୁ ନ ହଟେଇବା ପର୍ଯ୍ୟନ୍ତ କଂଗ୍ରେସ ଚୁପ ହୋଇ ବସିବ ନାହିଁ । କଂଗ୍ରେସ କର୍ମି ମାନଙ୍କ ମଧ୍ୟରେ ସ୍ଵାଗତିକା ପଟନାୟକ,ରୋନେନ୍ଦର ମହାପାତ୍ର. ଜୟନ୍ତ କୁମାର ଦାସ. ସୌମ୍ୟ ବରାଳ ପ୍ରମୁଖ ଉପସ୍ଥିତ ଥିଲେ ।

