ଫୁଲବାଣୀ,୧୫/୦୬(ସୁନୀଲ ପଟନାୟକ):ଫୁଲବାଣୀ ସ୍ଥିତ ସର୍ବପୁରାତନ ବାପ ଟିଷ୍ଟ ଚର୍ଚ୍ଚ ର ସଭାପତି ପଦରୁ ଚର୍ଚ୍ଚ ସଭା ପତି ଗୀ ଡି ୟାନ ନାୟକ ବ୍ୟକ୍ତି ଗତ କାରଣ ଦର୍ଶାଇ ହଟାତ ଅପ୍ରତ୍ୟାଶିତ ଭାବେ ଇସ୍ତଫା ଦେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି l ତେବେ ଗିଡିୟlନ ନାୟକ ଙ୍କ ଏକ ଅଡିଓ ଭାଇରlଲ ହେବା ପରେ ଚର୍ଚ୍ଚ ସଦସ୍ୟ ମାନେ ତାଙ୍କୁ ବହିଷ୍କାର କରିବାକୁ ଯୋଜନା କରିବା ସୁରାକ ପାଇ ପୁର୍ବରୁ ଇସ୍ତଫା ଦେଇଥିବା କୁହାଯାଇଛି l ଆଉ ଇସ୍ତଫା ମଧ୍ଯ ଗୃହୀତ ହୋଇଥିବା ଡିକନ୍ ତପନ କୁମାର ସାମନ୍ତରାୟ କହିଛନ୍ତି l ଅଡିଓ ବିଷୟରେ ସେ ମଧ୍ଯ ଅବଗତ ଥିବା କହିଛନ୍ତି lତେବେ ଏହା ଯଦି ସତ୍ୟ ତେବେ ନିଶ୍ଚିତ ଦୁର୍ଭାଗ୍ୟ ଜନକ ବୋଲି ଡିକ ନ ସାମନ୍ତ ରାୟ ଙ୍କ ସମେତ ପୁର୍ବତନ ଚର୍ଚ୍ଚ ସଭାପତି ଓ ବରିଷ୍ଠ ସଦସ୍ୟ ମାନେ କହିଛନ୍ତି l ସୁଚନା ଯୋଗ୍ୟ ଯେ, ଗିଡିୟନ ସ୍ଥାନୀୟ ହୋଣ୍ଡା ସୋ ରୁମ ରେ ଭଲ ପଦବୀ ରେ ଚାକିରୀ କରୁଛନ୍ତି l ଆଉ ଶୋ ରୁମ୍ ମାଲିକ ସହ ମୋର ସମ୍ପର୍କ ଭଲ ଅଛି ମୁଁ ଯାହା ଚାହିଁବି ସେୟା କରିବି l ଚାକିରି ଦେବି କହି କିଛି ଯୁବତୀ ଙ୍କୁ ଶାରୀରିକ ସମ୍ପର୍କ ରଖିବା ଲାଗି ବାଧ୍ୟ କରୁଥିବା ନେଇ ପୂର୍ବରୁବହୁ ଅଭିଯୋଗ ହୋଇ ଆସୁଥିଲା l ଏବେ ଏହି ଅଡିଓ ଭାଇ ରାଲ ପରେ ସଂପୃକ୍ତ ପୀଡ଼ିତା ଯୁବତୀ ଟାଉନ ଥାନାରେ ଅଭିଯୋଗ କରିଥିବା ଜଣା ପଡିଛି l ଏ ନେଇ ଶୋ ରୁମ ମାଲିକ ମାନସ କୁମାର ପାତ୍ର ଙ୍କ ସହ ଆଲୋଚନା କରିବା ରୁ ସେ ମଧ୍ୟ ଏ ସଂପର୍କରେ ଅବଗତ ଥିବା କହିଛନ୍ତି ଆଉ ଏଭଳି ପରିସ୍ଥିତି ରେ ଶୋ ରୁମ୍ କୁ ଆଉ ନ ଆସିବା ଲାଗି ନିର୍ଦେଶ ଦେଇଥିବା କହିଥିଲେ l ତେବେ ଦୁଇ ଦୁଇଟା ସମ୍ମାନ ଜନକ ପଦବୀ ରେ ରହି ଗିଡି ୟାନ ଙ୍କ ଏଭଳି କାର୍ଯ୍ୟକୁ ବୁଦ୍ଧିଜୀବୀ, କର୍ମଚାରୀ, ଚର୍ଚ୍ଚ ସଦସ୍ୟ ନା ପସନ୍ଦ କରିବା ସହ କାର୍ଯାନୁଷ୍ଠାନ ଦାବୀ କରିଛନ୍ତି l ତେବେ ଏ ନେଇ ଗି ଡି ୟାନ୍ ଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ଯ ମୋବାଇଲ ସୁଇଚ ଅଫ ଥିବାରୁ ଯୋଗା ଯୋଗ ସମ୍ଭବ ହେଇ ପାରି ନଥିଲା l

