ଫୁଲବାଣୀ,୦୬/୦୬(ସୁନୀଲ ପଟ୍ଟନାୟକ):ଫୁଲବାଣୀ କ୍ଷୁଦ୍ର ଜଳସେଚନ ମଣ୍ଡଳ ର ଅତିରିକ୍ତ ମୂଖ୍ୟ ଯନ୍ତ୍ରୀ ଇଁ ସୁର୍ଯ୍ୟ ନାରାୟଣ ପାଣିଗ୍ରାହୀ ଜିଲ୍ଲା ର ବିଭିନ୍ନ ଅଞ୍ଚଳ ଗସ୍ତ କରି ସଂପୃକ୍ତ ଅଞ୍ଚଳ ରେ ଥିବା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଗୁଡ଼ିକ ବୁଲି ଦେଖିବା ସହ ପ୍ରକଳ୍ପ ଗୁଡ଼ିକ ର ବର୍ତ୍ତମାନ ର ସ୍ଥିତି କିଭଳି ରହିଛି, ଖରିଫ ଓ ରବିଋତୁ ରେ ଜମିକୁ କେନାଲ ଯୋଗେ ଜଳସେଚନ ହେଉଛି କି ନାହିଁ ଏସବୁ ର ସମୀକ୍ଷା କରିବା ସହ ଜିଲ୍ଲାରେ ନିର୍ମାଣ ହେଉ ଥିବା ଚେକ୍ ଡେମ ଗୁଡିକ ତଦlରଖ କରିବା ଉନ୍ନତ ମାନର କାର୍ଯ୍ୟ କରିବା ସହ ନିର୍ଦ୍ଧାରିତ ସମୟ ସୀମା ପୁର୍ବରୁ କାର୍ଯ୍ୟ ସାରିବା ପାଇଁ ଦାୟିତ୍ବ ରେ ଥିବା ଯନ୍ତ୍ରୀ ଓ ଠିକାଦାର ଙ୍କୁ ପରାମର୍ଶ ଦେଉ ଛନ୍ତି l ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ ଥିବା ଚାଷ ଜମିକୁ ଅଧିକ ରୁ ଅଧିକ ଜଳସେଚନ ସୁବିଧା ହେଇପାରିବ ସେଥିପ୍ରତି ଗୁରୁତ୍ୱ ଦେଉଥିବା ଦେଖାଯାଉଛି l ଇଁ ପାଣିଗ୍ରାହୀ ଙ୍କ ସମୟରେ ଜିଲାରେ ଅନେକନୂତନ୍ ଚେକ ଡେମ୍ ମାନ ନିର୍ମାଣ କରାଯାଇ ଜମି କୁ ଜଳସେଚନ ସୁବିଧା ଯୋଗାଇ ଦିଆ ଯାଇଛି l ଫଳରେ ଜିଲ୍ଳାର କୃଷକ ସଙ୍ଗଠନ, ଚାଷୀ, ପାଣି ପଞ୍ଚାୟତ ସଦସ୍ୟ ଖୁସି ବ୍ୟକ୍ତ କରିବା ସହ ଅତିରିକ୍ତ ମୂଖ୍ୟ ଯନ୍ତ୍ରୀ ହେବତ ପାଣିଗ୍ରାହି ସାର ଙ୍କ ଭଳି ବୋଲି କହିଛନ୍ତି l ସେହିପରି ଇଁ ପାଣିଗ୍ରାହି ଙ୍କ ସମୟରେ ସ୍ଥାନୀୟ ଡ଼ିଭିଜନ କାର୍ଯ୍ୟାଳୟ ର ଉନ୍ନତି କରଣ, ନୂତନ ଅତିରିକ୍ତ ମୂଖ୍ୟ ଯନ୍ତ୍ରୀ କାର୍ଯ୍ୟାଳୟ ଓ ବାସ୍ ଭବନ ନିର୍ମାଣ ସମ୍ଭବ ହେବା ସହ ଉଦଘାଟିତ ହୋଇପାରିଛି l କାର୍ଯ୍ୟାଳୟ ରେ ହାତ ଗଣତି କମ୍ ସଂଖ୍ୟକ ଦକ୍ଷ କର୍ମଚାରୀଙ୍କୁ ସାଥିରେ ନେଇ ଅନେକ ଉନ୍ନୟନ ମୂଳକ କାର୍ଯ୍ୟ ସୁଚାରୁରୂପେ ସମ୍ପାଦନ କରିଛନ୍ତି l ଡେ ମ୍ ସେଫ୍ଟୀ ଟିମ୍ କୁ ନେଇ ସେ ବଲ ସକୁ ମ୍ପା ସ୍ଥିତ ପୁରୁଣା ପାଣି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ବୁଲି ଦେଖାଇବା ସହ ପ୍ରକଳ୍ପ ସଂପର୍କରେ ଆଲୋଚୋନା କରିଥିଲେ l ସେହିପରି ଜି ଉଦୟଗିରୀ ସ୍ଥିତ କlକଲ ବାକି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ଓମଧୁ ଝରି ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖିବା ସହ କାର୍ଯ୍ୟ ଯେପରି ସରକାରୀ ନୀତି ନିୟମ ମଧ୍ୟରେ ନିର୍ମାଣ କାର୍ଯ୍ୟ ଯେପରି ଉନ୍ନତ ମାନର ହେବ ଓ ଠିକ ସମୟରେ ସରିବ ସେଥିପ୍ରତି ଦୃଷ୍ଟି ଦେବାକୁ କହିଥିଲେ l ଆଗକୁ ସରକାର ଅନୁଦାନ ପ୍ରଦାନ କଲେ ଅନେକ ସ୍ଥାନରେ ନୂତନ ପ୍ରକଳ୍ପ ପ୍ରତିଷ୍ଠା କରାଯିବ ବୋଲି ଅ ତି ରିକ୍ତ ମୁଖ୍ୟ ଯନ୍ତ୍ରୀ ଇଁ ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ କହିଛନ୍ତି l

