ଗଜପତି,୩୦/୦୫,(ଟିକି ଲିମା):ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ହାଟପଦା ଏସ ଏସ ଡି ସ୍କୁଲ ଠାରେ ଆଜି ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଓଡ଼ିଶା ଭୁବନେଶ୍ଵର ରୋଷେୟା ତଥା ସେବାୟତ ସଂଘ ପକ୍ଷରୁ ସ୍ଥାୟୀ ନିଯୁକ୍ତି ପାଇଁ ଗଜପତି ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ସଭାପତି ମିନା ରାଓ ପରିଡ଼ା ଙ୍କ ଅଧକ୍ଷତାରେ ସମ୍ପାଦକ ସନ୍ୟାସୀ ଗମାଙ୍ଗଙ୍କ ନେତୃତ୍ଵରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଗଜପତି ଜିଲ୍ଲା ର ୭ଟି ବ୍ଲକ୍ ର ରାସେୟା ମାନେ ପ୍ରାୟ ୪୦ ବର୍ଷରୁ କାମ କରି ଆସୁଥିବା ବେଳେ ଆଜି ବି ସ୍ଥାୟୀ ନିଯୁକ୍ତି ହୋଇ ପାରି ନାହିଁ। ଯାହାକୁ ନେଇ ସ୍ଥାୟୀ ନିଯୁକ୍ତି ଦାବି କରି ରାଷ୍ଟ୍ରପତି ଦ୍ରୋପତି ମୂର୍ମୁ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ସରକାର ଙ୍କୁ ଅନୁରୋଧ କରିଛନ୍ତି ।ଯଦି ସରକାର ଆମ ଗୁହାରୀ ନ ଶୁଣନ୍ତି ତାହେଲେ ଆମ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ରୋଷେୟା ମାନେ ପ୍ରକାଶ କରିଛନ୍ତି।

