ଚିକିଟି,୧୫।୮(ନିଗମାନନ୍ଦ ପଣ୍ଡା):ଶିକ୍ଷକତା ସହ ସାହିତ୍ୟ ସାଧନା। ବ୍ୟସ୍ତ କର୍ମଜୀବନ ମଧ୍ୟରେ କବିତା ରଚନାକୁ ନିଜର ସୃଜନଶୀଳତାର ମାଧ୍ୟମ କରିଛନ୍ତି ଚିକିଟି ବ୍ଲକ ଅନ୍ତର୍ଗତ ଅରୁଆ ସୁନାପୁର ଗ୍ରାମର ଶିକ୍ଷକ ମଞ୍ଜନ କୁମାର ବେହେରା। ବର୍ତ୍ତମାନ ସେ ସୁନାପୁର କ୍ଲଷ୍ଟରର ସିଆରସିସି ଭାବେ କାର୍ଯ୍ୟରତ ଅଛନ୍ତି।ତାଙ୍କ ରଚିତ କବିତା ପୁସ୍ତକ ‘ଆରମ୍ଭ ଓ ଶେଷର ଦୋଛକିରେ’ ସାହିତ୍ୟପ୍ରେମୀ ଓ ପାଠକ ମହଲରେ ବେଶ୍ ପ୍ରଶଂସିତ ହୋଇଛି।ପୁସ୍ତକଟିରେ ଜୀବନର ବିଭିନ୍ନ ଅନୁଭବ, ମାନବୀୟ ସମ୍ପର୍କ, ଭାବନା, ପ୍ରକୃତି ଓ ସମାଜର ବିଭିନ୍ନ ଦିଗକୁ କବିତା ମାଧ୍ୟମରେ ଉପସ୍ଥାପନ କରାଯାଇଛି।ସରଳ ଓ ସାବଲୀଳ ଭାଷାରେ ଗଭୀର ଭାବନାକୁ ପ୍ରକାଶ କରିବା ମଞ୍ଜନଙ୍କ ଲେଖନୀର ବିଶେଷତା। ଶିକ୍ଷକତାର ବ୍ୟସ୍ତତା ସତ୍ତ୍ୱେ ସାହିତ୍ୟ ପ୍ରତି ତାଙ୍କର ନିଷ୍ଠା ଓ ସୃଜନଶୀଳତା ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି।‘ଆରମ୍ଭ ଓ ଶେଷର ଦୋଛକିରେ’ ପୁସ୍ତକର ସଫଳତା ତାଙ୍କ ସାହିତ୍ୟ ସାଧନାର ଏକ ଉଲ୍ଲେଖନୀୟ ଅଧ୍ୟାୟ। ଶିକ୍ଷା ଓ ସାହିତ୍ୟ—ଉଭୟ କ୍ଷେତ୍ରରେ ନିଜର ଅବଦାନ ରଖି ମଞ୍ଜନ କୁମାର ବେହେରା ଆଗାମୀ ଦିନରେ ଆହୁରି ଉତ୍କୃଷ୍ଟ ସାହିତ୍ୟ ସୃଷ୍ଟି କରିବେ ବୋଲି ପାଠକ ଓ ସାହିତ୍ୟପ୍ରେମୀମାନେ ଆଶା ପ୍ରକାଶ କରିଛନ୍ତି।

