ଆର ଉଦୟଗିରି,୧୩/୪:(ଜନବାଣୀ):ଆର.ଉଦୟଗିରି ଥାନା ଅନ୍ତର୍ଗତ ବିମୋନ ପୁର ଗ୍ରାମ ଜଙ୍ଗଲରୁ ଆଜି ୬୭ ଅଖା ଭର୍ତ୍ତି ଗଞ୍ଜେଇ ଜବତ କରିଛି ଆର ଉଦୟଗିରି ଥାନା ପୋଲିସ , ବିଶେଷ ସୂତ୍ରରୁ ଖବର ପାଇ ଆର ଉଦୟଗିରି ଏସ ଡି ପି ଓ , ଆର କେ ସାହୁ ଙ୍କ ନେତୃତ୍ୱରେ ୪ଟି ଟିମ ଗଠନ କରି ଚଢ଼ାଉ କରାଯାଇ ୬୭ଟି ଅଖା ଭର୍ତ୍ତି ଗଞ୍ଜେଇ ଜବତ କରାଯାଇଛି ଏଥିରେ କେହି ଗିରଫ ହୋଇନଥିବା ବେଳେ ୨୦୧୦ କେଜି ଓଜନ ର ଗଞ୍ଜେଇ ଜାହାର ମୂଲ୍ୟ ୨କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେବା ନେଇ ଅନୁମାନ କରାଯାଉଛି l,ଏହି ଚଢ଼ାଉ ରେ ଥାନା ଆଇଆଇସି ପି.କେ ଖଣ୍ଡୁଆଳ , ଏସ ଆଇ ସପ୍ନାରାଣୀ ବେହେରା ଏ.ଏସ.ଆଇ ତାରିଣୀ ପାଢ଼ୀ ଏବଂ ଅନ୍ୟ ଅଧିକାରୀ ମାନେ ଥିଲେ l

