ଖୋର୍ଦ୍ଧା,୨୮।୧୦(କେଦାର ନାଥ ସାହୁ):ଉତ୍ସବରେ ଯୋଗଦେଲେ ସାଂସଦ ଅପରାଜିତା ଷଡଙ୍ଗୀ ଖୋର୍ଦ୍ଧା- ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ଅରଖପାଲି ଗ୍ରାମ ରେ ପ୍ରଥମ ଥର ପାଇଁ ଭୁବନେଶ୍ଵର ଲୋକସଭା ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଙ୍କ କାର୍ଯ୍ୟାଳୟ ତରଫରୁ କୁମାର ପୂର୍ଣ୍ଣିମା ଉତ୍ସଵ ଧୁମ୍ ଧାମ ରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଉତ୍ସବ “ପରିଣିତା” ମହିଳା ଶାଖାର ସକ୍ରିୟ ସଦସ୍ୟା ଦେବସ୍ମିତା ମହାନ୍ତି ଙ୍କ ନେତୃତ୍ୱ ରେ, ସଂଯୁକ୍ତା ଆଚାର୍ଯ୍ୟ ଏବଂ ଯଶୋଦା ପଟ୍ଟନାୟକ ଙ୍କ ଯୋଗଦାନ ତଥା ପରିଣିତା ପରିବାର ର ସମସ୍ତ ସଦସ୍ୟା ଙ୍କ ମିଳିତ ସହଯୋଗ ଓ ଗ୍ରାମବାସୀ ଙ୍କ ସହଯୋଗରେ ସଫଳ ହୋଇ ପାରିଥିଲା। ଯେଉଁଠି ଓଡ଼ିଶା ର ପରମ୍ପରା, ଐତିହ୍ୟ ଓ ସଂସ୍କୃତି କୁ ସର୍ବଦା ଉଜ୍ଜୀବିତ ରଖିବା ସହିତ ଲୁପ୍ତ ପାଇ ଯାଉଥିବା ପର୍ବ ପର୍ବାଣୀ କୁ ବଞ୍ଚାଇ ରଖିବା “ପରିଣିତା” ର ମୂଳ ଉଦ୍ଦେଶ୍ୟ ଥିଲା। ଉକ୍ତ କାର୍ଯକ୍ରମ ରେ ଭୁବନେଶ୍ଵର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ଜୟ ଓଡ଼ଶା ଫାଉଣ୍ଡେସନ ର ସଭାପତି ରୁଦ୍ର ନାରାୟଣ ସାମନ୍ତରାୟ, ସୁପ୍ରିମ କୋର୍ଟ ଆଡଭୋକେଟ୍ ବିଶିଷ୍ଟ ରାଜ ନେତା ଜୀବନ ସାହୁ , ଖୋରଧା ଜିଲ୍ଲା ଉପ ସଭାପତି ଶ୍ରୀ ବାସୁଦେବ ସାହୁ, ଖୋର୍ଦ୍ଧା ଜିଲ୍ଲା ଓକିଲ ସଂଘ ସଭାପତି ଲୋତକ ବିନ୍ଦୁ ପଟ୍ଟନାୟକ, ଵିଶିଷ୍ଟ ସମାଜସେବୀ ଶୁଭସ୍ମିତା ମାନ୍ଧାତା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ମଂଚ ପରିଚାଳନା ଅନୁସୂୟା ସାହୁ କରିଥିବା ବେଳେ ଧନ୍ୟବାଦ ଦିପନ କୁମାର ବିଶ୍ୱାଳ କରିଥିଲେ ।ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇ ଥିଲା।କୃତି କଳାକାର ମାନେ ଅନୁଷ୍ଠାନ ତରଫରୁ ସମ୍ବନ୍ଧିତ ହୋଇଥିରେ। କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଜନସମାଗମ ହୋଇଥିଲା ।

