ପୁରୁଷୋତ୍ତମପୁର,୬/୬,(ଶୁଭଙ୍କରୀ ଦାଶ):ପୁରୁଷୋତ୍ତମପୁର ବ୍ଲକ୍ ଅନ୍ତର୍ଗତ କେ ଏନ ପୁର ପଞ୍ଚାୟତ ଅନ୍ତର୍ଗତ ଅଲାଡ଼ି ଗାଁ ମାଟିର ଝିଅ ସନ୍ତୋଷୀନି ପାତ୍ର *ଓପିଏସସି* ରେ ୧୬୭ ତମ ସ୍ଥାନ ପ୍ରାପ୍ତ କରିଥିବାରୁ ତାଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଛନ୍ତି ସରପଞ୍ଚ ପ୍ରତିନିଧି,ହାଇସ୍କୁଲ ଶିକ୍ଷକ ସମାଜ, ସମାଜ ସେଵୀ ଓ ଟିଉସନ ଶିକ୍ଷକ ଏନ ରାମଚନ୍ଦ୍ର ରେଡ଼ୀ | ଏହା ପୁରୁଷୋତ୍ତମପୁର ମାଟି ପାଈଁ ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ ଅଟେ । ପ୍ରଥମ ଥର କରି ଜଣେ ଝିଅ ବ୍ଳକ ସ୍ତରରେ ଓପିଏସ ସି ପାଇଛନ୍ତି | ଦୃଢ ସଂକଳ୍ପ କଲେ ନାରୀମଧ୍ୟ ଯେକୌଣସି କାର୍ଯ୍ୟରେ ସୁନାମ ଅର୍ଜନ କରିପାରିବ ଏହା ସନ୍ତୋଷୀଙ୍କ ସଫଳତା ଦର୍ଶାଇ ଦେଉଛି। ବହୁ ବର୍ଷର ଅଧ୍ୟବସାୟ, ପରିଶ୍ରମ ଓ ଧୈର୍ଯ୍ୟର ଫଳସ୍ବରୂପ ଆଜି ସଫଳତା ମିଳିଛି | ଜଣେ ଗରିବ ଆଦିବାସୀ ଘର ର ଝିଅ ସନ୍ତୋଷିନୀ | ନିଜ ଗାଁ ସ୍କୁଲ ରୁ ହିଁ ତାଙ୍କ ପ୍ରତିଭା ର ପରିଚୟ ବିକଶିତ ହୋଈ ପାରିଥିଲା ତୁଳସୀ ଦୁଇପତ୍ର ରୁ ବାସିଲା ପରି ଏବଂ ଏହାକୁ ଯାଣିପାରିଥିଲେ ହାଇସ୍କୁଲ ଶିକ୍ଷକ ଅଶୋକ କୁମାର ତ୍ରିପାଠୀ , ସେ ଆଶା କରିଥିଲେ କି ଗରିବ ହୋଇମଧ୍ୟତାଙ୍କର ଏହି ବିକଶିତ ଜ୍ଞନ ଯୋଗୁଁ ସେନିଶ୍ଚିତ ଗୋଟେ ଭଲ ମଣିଷ ହୋଇ ପାରିବେ | ଆଜି ତାଙ୍କ ଆଶା ପୂର୍ଣ୍ଣ ହୋଇଛି | ଏପଟେ ତାଙ୍କ ବୋଉ ମଧ୍ୟ ନିଜ ପରିବାର ପାଇଁ ବହୁ କଷ୍ଟ କରି ଗାଁ, ଗାଁ ବୁଲି ଷ୍ଟେସନାରୀ ସାମାନ ବିକି ତାଙ୍କୁ ଆର୍ଥିକ ସାହାଯ୍ୟ ଦେବାସହ ଘର ଚଳାଇ ଛନ୍ତି | ସନ୍ତୋଷୀ ମଧ୍ୟ ଜୀବନରେବହୁ ସଂଘର୍ଷ ପରେ ଏକ ବେଙ୍କ ରେ ଦୀର୍ଘ ସାତବର୍ଷ ଚାକିରି କରି ସେ ଆଜି ଓଡିଶା ପ୍ରଶାସନିକ ପରୀକ୍ଷାରେ ଉତୀର୍ଣ୍ଣ ହୋଈ ଛନ୍ତି | ଯାହାକି ଆଜି ସଫଳ ହୋଇଛି | ପରିଶ୍ରମ ର ଫଳ ତାଙ୍କୁ ଆଜି ମିଳିଛି | ସମସ୍ତ ମହିଳା ଙ୍କୁ ତାଙ୍କ ବୋଉଙ୍କ ବାର୍ତ୍ତା ଯେ ଚେଷ୍ଟା କଲେ ସବୁକିଛି ସମ୍ଭବ ହୋଈ ପାରିବ |ଏହି ଘରକୁ ସହଯୋଗ କରିବାରେ ପଛରେ ନାହାନ୍ତି ତାଙ୍କ ବଡ଼ ଭାଇ,ଗାଁ ରେ ଥିଲା ବେଳେ ଅଟୋଚଳାଇ ସେମାଧ ଘର କୁ ସାହାଯ୍ୟ କରୁଥିଲା ବେଳେ ଏବେ ସେ ଜଣେ ସ୍ୱୟଂ ଶାଡିତ ସରକାରୀବିଜ୍ଞାନ କଲେଜହିଞ୍ଜିଳି କାଟୁ ରେ ଅଧ୍ୟାପକ | ସମସ୍ତଙ୍କ ତ୍ୟାଗ ର ଫଳ ଯୋଗୁଁ ସନ୍ତୋଷିନୀ ଆଜି ଏହି ସଫଳତା ପାଇଛନ୍ତି |ସନ୍ତୋଷୀଙ୍କ ଇଚ୍ଛା ନିଶ୍ଚିତ ଭାବେ ଯେହେତୁ ସେ ଗ୍ରାମାଞ୍ଚଳ ରୁ ବଡ଼ ହୋଇଛନ୍ତି ସେ ଯେଉଁଠାରେ ଭାକିରୀ କରିବେ ସେହି ଗାଁର ପ୍ରାଥମିକ ମୌଳିକ ସୁବିଧା ଯାହା ବିଦ୍ୟୁତ, ପାନୀୟ ଜଳ ଯୋଗାଣ, ରାସ୍ତା ସ୍ୱାସ୍ଥ୍ୟ, ମହିଳା, ଶିଶୁ, ତଥା ପଞ୍ଚାୟତ ର ବିଭିନ୍ନ ସୁବିଧା ହୋଈ ପାରିବ ତାଉପରେ ଦୃଷ୍ଟି ଦେବେ | ଏବଂ ସବୁସମୟ ରେ ଅସାଧୁ କାର୍ଯ୍ୟ ର ଘୋର ବିରୋଧ କରିବେ |

