ଫୁଲବାଣୀ,୨/୦୬,(ସୁନୀଲ ପଟନାୟକ):ଫୁଲବାଣୀସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସା ଲୟ ରେ ଆସନ୍ତା ୯ ତାରିଖ ଠାରୁ ସାଧାରଣ ରୋଗୀ ଙ୍କ ପାଇଁ ଆବଶ୍ୟକ ପଡୁଥିବା ଅଲଟ୍ରା ସାଉଣ୍ଡ ଟେଷ୍ଟ ଆରମ୍ଭ ହେବାକୁ ଯାଉଛି। ଏହା ପ୍ରତି ସପ୍ତାହର ମଙ୍ଗଳବାର, ବୁଧବାର ଓ ଗୁରୁବାର ଏପରି ୩ଦିନ ଧରି ଏହି ସେବା ମିଳିବ ବୋଲି ଆଜି ହସ୍ପିଟାଲ କତୃପକ୍ଷ ପକ୍ଷରୁ ଏକ ନିର୍ଦେଶ ନାମା ପ୍ରକାଶ ପାଇଛି। ବହୁ ପ୍ରତିକ୍ଷୀତ ଏହି ଅଲଟ୍ରା ସାଉଣ୍ଡ ପ୍ରତିଷ୍ଠା ପାଇଁ ଦୀର୍ଘ ଦିନ ହେଲା ବିଭିନ୍ନ ସଙ୍ଗଠନ ପକ୍ଷରୁ ଦାବୀ ହୋଇ ଆସୁଥିଲା। କେବଳ ପ୍ରସୂତୀ ବିଭାଗ ରେ ଗର୍ଭବତୀ ମହିଳାଙ୍କ ଚିକିତ୍ସା ରେ ଅଲଟ୍ରା ସାଉଣ୍ଡ ବ୍ୟବହୃତ ହେଉଥିଲା। ପୂର୍ବତନ ଜିଲ୍ଲା ଚିକିତ୍ସା ଓ ସ୍ଵାସ୍ଥ୍ୟ ଅଧିକାରୀ ଡl .ସନ୍ତୋଷ କୁମାର ପାଢ଼ୀ ଙ୍କ ଆନ୍ତରିକତା ଯୋଗୁଁ ଛତ୍ରପୁର ସ୍ଥିତ ବିରଳ ମୃତିକା ସଂସ୍ଥା ପକ୍ଷରୁ ଅଲଟ୍ରା ସାଉଣ୍ଡ ଯନ୍ତ୍ରପାତି ଯୋଗାଇଦିଆଯାଇଥିଲା। ତେବେ ବିଭିନ୍ନ ଆଇନ ଗତ ସମସ୍ୟା ଯୋଗୁଁ ଏହା ପ୍ରତିଷ୍ଠା ରେ ବିଳମ୍ବ ଘଟି ଥିଲା। ତେବେ ଆଜି ର ନିଷ୍ପତି ପରେ ଜନସାଧାରଣ ଆଶ୍ବସ୍ତି ଲାଭ କରିଛନ୍ତି।

