ଫୁଲବାଣୀ -୧୩/୦୪(ସୁନୀଲ ପଟ୍ଟନାୟକ): ଆସାମର ବିବାଦୀୟ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱାସର୍ମା ନିକଟରେ ଅଖିଳ ଭାରତୀୟ କଂଗ୍ରେସ କମିଟି ଅଧକ୍ଷ ଶ୍ରୀଯୁକ୍ତ ମାଲିକାର୍ଜୁନ ଖର୍ଡେଗେ ଙ୍କ ବିରୋଧରେ ଆପତ୍ତିଜନକ ଟିପଣୀ କରିଥିବା ନେଇ ଦେଶ ବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଛି, ଏଣୁ ଓଡିଶା କଂଗ୍ରେସ କମିଟି ଅଧକ୍ଷ ଭକ୍ତ ଚରଣ ଦାସ ଙ୍କ ଆହ୍ୱାନ କ୍ରମେ ବରିଷ୍ଠ କଂଗ୍ରେସ ନେତା ତଥା ଜିଲ୍ଲା କଂଗ୍ରେସ କମିଟି ସଭାପତି ବରିଷ୍ଠ ଆଇନଜୀବି ଚନ୍ଦ୍ର ଶେଖର ପରିଡ଼ା ଙ୍କ ବଳିଷ୍ଠ ନେତୃତ୍ୱ ରେ ରବିବାର ସନ୍ଧ୍ୟାରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଛକ ଫୁଲବାଣୀ ଠାରେ ଆସାମ ମୁଖ୍ୟମନ୍ତ୍ରୀ ଙ୍କ କୁଶପୁତ୍ତଳିକା ଦାହ ସହ ବିକ୍ଷୋଭପ୍ରଦର୍ଶନ କରଯାଇଥିଲା ଉକ୍ତ ବିକ୍ଷୋଭ କାର୍ଯ୍ୟକ୍ରମ ରେ ଜିଲ୍ଲା କଂଗ୍ରେସ୍ ସଭାପତି ତଥା ବରିଷ୍ଠ ଆଇନଜୀବି ଚନ୍ଦ୍ର ଶେଖର ପରିଡ଼ା, ଜି ଉଦୟଗିରି ବିଧାୟକ ତଥା ସମ୍ପାଦକ ପିସି ସି ପ୍ରଫୁଲ୍ଲ ଚଂଦ୍ର ପ୍ରଧାନ, ରଜତ ମହାନ୍ତିଓ ହେମନ୍ତ କୁମାର କର ଉପସଭାପତି ଜିଲ୍ଲା କଂଗ୍ରେସ୍ କମିଦୁର୍ଯ୍ୟୋଧନ ପଟ୍ଟନାୟକ ଟି, ସଧାରଣ ସମ୍ପାଦକ ଡି ସି ସି , ସନ୍ ସାର ଭୋଇ, ସୁବାସ ଭୋଇ, ରାଜୀବ ଲୋଚୋନ ସାହାଣୀ, ରଞ୍ଜିତ ବେହେରା, ବିପ୍ର ବେହେରା, ପଞ୍ଚାନନ ମୁଖୀ, ମୋନୋଜ ସାହାଣୀ, ହୃଷୀକେଶ ବେହେରା, ସସ୍ମିତା ବେହେରା, ଅମିତ୍ ବେହେରା, ପ୍ରଫୁଲ୍ଲ ବେହେରା ପ୍ରମୁଖ ଯୋଗ ଦେଇ ଘଟଣା ର ତୀବ୍ର ନିନ୍ଦା କରିଥିଲେ l

