ଫୁଲବାଣୀ,୩।୧୦(ସୁନୀଲ ପଟ୍ଟନାୟକ):ଫୁଲବାଣୀ ସଦର ମହକୁମା ଡାକ୍ତର ଖାନା ତଥା ଡାକ୍ତର ଖାନାରେ ଚାଲୁ ଥିବା ମେଡିକାଲ କଲେଜ ରେ ଥିବା ମହିଳା ମେଡ଼ିସେନ ୱାର୍ଡରେ ପ୍ରାୟ ୩୦ ଜଣ ମହିଳା ରୋଗୀ ସକାଳ ୬ ଘଂଟିକାରେ ଛଟ ପଟ ହେବାରେ ଲାଗିଲେ! ଭୟରେ କାନ୍ଦ ବୋବାଳି ପଡିଲା! ଗୋଟେ ରୋଗୀ ଭୀଷଣ ଛଟ ପଟ ହେବାରୁ କମ୍ବଳ ଘୋଡାଇ ରଖିଲେ ରୋଗୀର ସମ୍ପର୍କୀୟ ମାନେ! ସକାଳ ୬ ଟାରେ କୁଆଡ଼େ ଜୈନିକା ନର୍ସ ସମସ୍ତଙ୍କୁ ଇଞ୍ଜେକ୍ସନ ଦେଲେ! ଦେବାର ଗୋଟିଏ ମିନିଟ ମଧ୍ୟରେ ରୋଗୀମାନେ ତାଣ୍ଡବ ନୃ ତ୍ୟ କରିବାକୁ ଲାଗିଲେ! ସମସ୍ତେ ଥରିଲେ ଦେହ କମ୍ପିଲା!ଭୟଭୀତ ହେଲେ ମହିଳା ରୋଗୀ ମାନେ! ଏ ସଂପର୍କରେ ଖବର ପାଇ ବା ପରେ ଘଟଣା ସଂପର୍କରେ ସତ୍ୟାସତ୍ୟ ଜାଣିବାପାଈଁ ସାମ୍ବାଦିକ ସି ଡ଼ିଏମ ଓ କୁ ଫୋନ କରିଥିଲେ ହେଲେ ସି ଡି ଏମ ଓ ଫୋନ ଉଠାଇଲେ ନାହିଁ! ସେହିପରି ଅନ୍ୟ ଅଧସ୍ତନ କତ୍ତୃପକ୍ଷ ମଧ୍ୟ ଫୋନ ଉଠାଇଲେ ନାହିଁ! ଓଭର ଡୋଜ ଇଞ୍ଜେକ୍ସନ କିମ୍ବା ସମୟ ଅତିକ୍ରାନ୍ତ ଇଞ୍ଜେକ୍ସନ ହୋଇଥାଇପାରେ ସେଥିପାଇଁ ରିଆକ୍ସନ ହୋଇଥାଇପାରେ ବୋଲି ଆଲୋଚନା ହେଉଥିଲା ଓ କିଛି ରୋଗୀ ମଧ୍ୟ ଏ ନେଇ ସନ୍ଦେହ ପ୍ରକାଶ କରିଥିଲେ! ତେବେ ନର୍ସ ଓ କତ୍ତୃପକ୍ଷ ସାମ୍ବାଦିକଙ୍କ ବିଭିନ୍ନ ପ୍ରଶ୍ନ ର ଉତ୍ତର ଦେଇନଥିଲେ ଓ ସେମାନେ ଜାଣି ନଥିବା କହିଥିଲେ! ତେବେ କାହିଁକି ଓ କଣ ପାଈଁ ରୋଗୀ ଙ୍କ ଏମିତି ଅଵସ୍ଥା ହେଲା ତାର ତଦନ୍ତ କରି ଦାୟିତ୍ୱ ରେ ଥିବା ନର୍ସ ଓ ଡ଼ାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ ହେଉଛି l

