ଖଜୁରୀପଡ଼ା,୩୦।୧୦(ମନୋଜ କୁମାର ବେହେରା):ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ଅଞ୍ଚଳରେ ପ୍ରବଳ ବର୍ଷା ଓ ପବନ ଜାରି ରହିଛି। ଏହାର ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଖଜୁରୀପଡ଼ା ବନ୍ଧସାହି ଗ୍ରାମରେ ଦୁଇଟି ଘରର କାନ୍ଥ ଭାଙ୍ଗିଯାଇଥିବା ଖବର ମିଳିଛି।ମିଳିଥିବା ସୂଚନା ଅନୁଯାୟୀ, ଗ୍ରାମର ସୁବେଦାର ଦିଗାଲ ଓ ସୋନୁ ବେହେରାଙ୍କ ଘରର କାନ୍ଥ ଭାଙ୍ଗିଯାଇଛି। ବାତ୍ୟାର ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ଯୋଗୁଁ ଏହି କ୍ଷୟକ୍ଷତି ଘଟିଥିବା ଜଣାପଡ଼ିଛି। ଘରର କାନ୍ଥ ଭାଙ୍ଗିଯାଇଥିବା ଦୃଶ୍ୟ ସାମ୍ନାକୁ ଆସିବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଛି।ବାତ୍ୟାର ପ୍ରଭାବରେ ଅଞ୍ଚଳରେ ଆହୁରି କେଉଁଠି କ୍ଷୟକ୍ଷତି ହୋଇଛି କି ନାହିଁ, ସେନେଇ ଅଧିକ ତଥ୍ୟ ଆସିବାକୁ ଅପେକ୍ଷା ରହିଛି। ପ୍ରଭାବିତ ପରିବାରଙ୍କ କ୍ଷୟକ୍ଷତିର ଆକଳନ କରି ଆବଶ୍ୟକ ସହାୟତା ଯୋଗାଇଦେବାକୁ ପ୍ରଶାସନ ପଦକ୍ଷେପ ନେବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।

