ପୁରୁଷୋତ୍ତମପୁର,୧୦/୫/(ଶୁଭଙ୍କରୀ ଦାଶ):ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ସୁନାଥର ଗ୍ରାମ ରେ ଇଣ୍ଡିଆନ୍ ଗ୍ୟାସ ଟାଙ୍କି ଫାଟି ପରିବାର ର 5 ଜଣ ଗୁରୁତର,ସ୍ଥାନୀୟ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନନ୍ତରିତ କରାଯାଇଛି।ସୁନାଥର ଗ୍ରାମ ମଝି ସାହିରେକିଷାନ ନାହାକ ଙ୍କ ଘରେ ଗ୍ୟାସ ଏଜେନ୍ସୀ ର ଜଣେ ଲୋକ ଗ୍ୟାସ ଲଗାଇ ବାକୁ ଯାଇ ଥିବା ବେଳେ ଗ୍ୟାସ ଲିକ୍ ହୋଇ ଟାଙ୍କି ଫାଟିଛି।ସେହି ସମୟ ରେ ସେହି ଘର ର ଜେଜେବାପା ଜେଜେ ମା ଜଣେ ନାତି ଓ ନାତୁଣୀ ରହିଥିଲେ ସେହି ମାନଙ୍କ ଅବସ୍ଥା ଗୁରୁତର ହୋଇଛି। ଘର ର ଟିଣ ଉଡ଼ି ଥିବା ବେଳେ ପକ୍କା ଘରର କାନ୍ଥ ଫାଟ ଦେଇଛି। ସେଠାରେପୁରୁଷୋତ୍ତମପୁର ଫାୟାର ବିଭାଗ ଅଧିକାରୀ ଆଲୋକ କୁମାର ଦଳେଇ ପୋଲିସ ଏସ ଆଇ ସୁଶାନ୍ତ କୁମାର ମିଶ୍ର ଓ ଷ୍ଟାଫ ପଛଞ୍ଚି ସେହି ୫ ଜଣ ଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ହେବାରୁ 108 ଦ୍ୱାରା ସ୍ଥାନୀୟ ବ୍ରହ୍ମପୁର ବଡ଼ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛି |

