ରାୟଗଡ,୨୮।୧୦(ଅମୂଲ୍ୟ ନିଶଙ୍କ):ରାୟଗଡ଼ା ଜିଲ୍ଲା ଗସ୍ତରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ପାଇଁ ପ୍ରସ୍ତୁତିର ସମୀକ୍ଷା ବୈଠକରେ ଯୋଗଦେଇଥିଲେ । ‘ଶୂନ୍ୟ ଜୀବନହାନି’କୁ ଗୁରୁତ୍ୱ ଦେବା ସହ ସମସ୍ତ ବିଭାଗ ପ୍ରସ୍ତୁତ ରହିବା ନେଇ ଏହି ଅବସରରେ ଆଲୋଚନା ହେଲା । ଏହି ବୈଠକରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଶ୍ରୀ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ରାୟଗଡ଼ାର ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି, ରାୟଗଡ଼ା ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ଶ୍ରୀ ରାଜ ପ୍ରସାଦ, ଅନ୍ୟ ବରିଷ୍ଠ ଅଧିକାରୀଗଣ ଏବଂ ସମସ୍ତ ବ୍ଲକ୍ର ଅଧିକାରୀଗଣ ଆଭାସୀ ମାଧ୍ୟମରେ ଉପସ୍ଥିତ ରହିଥିଲେ l ଆଜିର ରାୟଗଡ଼ା ଜିଲ୍ଲା ଗସ୍ତ ଅବସରରେ କେନ୍ଦୁଗୁଡା ବଡ଼ନାଳ ଡ୍ୟାମ୍ ପରିଦର୍ଶନ କଲି । ଏହି ଅବସରରେ ଡ୍ୟାମ୍ର ସୌନ୍ଦର୍ଯ୍ୟକରଣ ମାଧ୍ୟମରେ ଏହାକୁ ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରିବା ନେଇ ଅଧିକାରୀମାନଙ୍କ ସହ ବିସ୍ତୃତ ଆଲୋଚନା କଲି । ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବିତ ରାୟଗଡ଼ା ଜିଲ୍ଲାର ପଦ୍ମପୁର ବ୍ଲକ୍ ଅନ୍ତର୍ଗତ ଜୟପାଙ୍ଗାଠାରେ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳଠାରେ ରନ୍ଧାଖାଦ୍ୟର ମାନ ପରୀକ୍ଷା କଲି । ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବିତ ରାୟଗଡ଼ା ଜିଲ୍ଲାର ପଦ୍ମପୁର ବ୍ଲକ୍ ଅନ୍ତର୍ଗତ ଜୟପାଙ୍ଗାଠାରେ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳ ପରିଦର୍ଶନ କରିବା ସହ ପିଲାମାନଙ୍କ ସହ କିଛି ସମୟ ବିତାଇଥିଲେ । ଏହି ଅବସରରେ ଲୋକଙ୍କୁ ବିଭିନ୍ନ ଆବଶ୍ୟକୀୟ ସାମଗ୍ରୀ ବଣ୍ଟନ କରାଯାଇଥିଲା ।ବାତ୍ୟା ଅର୍ଣ୍ଣବ ପ୍ରଭାବରେ ରାୟଗଡ଼ା ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ଲାଗି ରହିଛି। ଗତ ଚବିଶ ଘଣ୍ଟା ମଧ୍ୟରେ ଜିଲ୍ଲାରେ ହାରାହାରି ୪୬୦. ୭୭ ମିଲିମିଟର ବର୍ଷା ହୋଇଥିବା ବେଳେ ଗୁଣପୁରରେ ସର୍ବାଧିକ ९০৪.໑໑ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଲଗାଣ ବର୍ଷା ଓ ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଇଛି । ପଦ୍ମପୁର ବ୍ଲକ ଡେରିଗାଁ ପଞ୍ଚାୟତ ମୁତୁକୁଣି ଗ୍ରାମର କଚ୍ଚା ଘରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ସର କରାଯାଇଛି । ଗ୍ରାମର ପ୍ରାୟ ୧୬ଟି ପରିବାରର ୫୨ ଜଣ ସଦସ୍ୟଙ୍କୁ ଆଣି ଜୟପଙ୍ଗା ପ୍ରାଥମିକ ବିଦ୍ୟାଳୟରେ ଖୋଲାଯାଇଥିବା ଅସ୍ଥାୟୀ ଆଶ୍ରୟସ୍ଥଳୀରେ ରଖାଯାଇଛି । ସେଠାରେ ସେମାନଙ୍କୁ ରନ୍ଧା ଖାଦ୍ୟ ଓ ଅନ୍ୟାନ୍ୟ ଜରୁରୀ ସୁବିଧା ଯୋଗାଇ ଦିଆଯାଉଛି। ପରିପ୍ରେକ୍ଷୀରେ ଜିଲ୍ଲା ଗସ୍ତରେ ଥିବା ଉପମୁଖ୍ୟମନ୍ତ୍ରୀ ତଥା ଜିଲ୍ଲା ଦାୟିତ୍ଵରେ ଥିବା ମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ଜୟପଙ୍ଗା ଆଶ୍ରୟସ୍ଥଳୀରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି। ସେ ଅନ୍ତେବାସୀଙ୍କୁ ଶୁଖିଲା ଖାଦ୍ୟ ଓ ରାସନ ଏହିସାମଗ୍ରୀ ବଣ୍ଟନ କରିବା ସହ ସେମାନଙ୍କ ସହ ଆଲୋଚନା କରିଥିଲେ। ଲୋକଙ୍କ ପାଇଁ ପ୍ରସ୍ତୁତ ରନ୍ଧା ଖାଦ୍ୟର ମାନ ଯାଞ୍ଚ କରିବା ସହ ଉପମୁଖ୍ୟମନ୍ତ୍ରୀ ନିଜେ ମଧ୍ୟ ତାହା ଗ୍ରହଣ କରିଥିଲେ। ଏହା ପରେ ସେ କେନ୍ଦୁଗୁଡ଼ା ଜଳଭଣ୍ଡାର ପରିଦର୍ଶନ କରି ଜଳସ୍ବରର ସ୍ଥିତି ଅନୁଧ୍ୟାନ କରିବା ସହ ପ୍ରଶାସନିକ ପ୍ରସ୍ତୁତି ଉପରେ ସନ୍ତୋଷ ପ୍ରକାଶ କରି ଫେରିଛନ୍ତି। ଉପ ମୁଖ୍ୟମନ୍ତ୍ରୀ ଙ୍କ ସହିତ ଜ଼ିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି, ଜ଼ିଲ୍ଲା ପୋଲିସ ଆରକ୍ଷୀ ଅଧକ୍ଷ ରାଜ ପ୍ରସାଦ ଙ୍କ ସହିତ ବ୍ଲକ ଗୋଷ୍ଠୀ ଉନୟନ ଅଧିକାରୀ ଙ୍କ ସମତେ ବହୁ ପଦାଧିକାରୀ ଉପସ୍ଥିତ ରହିଥିଲେ l ଉପ ମୁଖ୍ୟମନ୍ତ୍ରୀ ଙ୍କ ସୁରକ୍ଷା ନିମନ୍ତେ ଗୁଡ଼ାରୀ ଥାନା ଅଧିକାରିଣୀ ବିଶ୍ୱବନ୍ଦନି ବାଘ ଙ୍କ ତତ୍ୱାବଧାନ ରେ ପୋଲିସ ସୁରକ୍ଷା ଉପରେ ତୀକ୍ଷଣ ନଜର ରଖିଥିଲେ l

