ବ୍ରହ୍ମପୁର,୧୩।୭(ହିମାଂଶୁ ଶେଖର ସାବତ):ଇନର୍ ହ୍ୱିଲ କ୍ଲବ ଅଫ୍ ବ୍ରହ୍ମପୁର ଇଷ୍ଟ ର ଅଧିଷ୍ଠାନ ଉତ୍ସଵ ରବିବାର ଧର୍ମ ନାଗର ସ୍ଥିତ କ୍ଲବ ପରିସରରେ ଆୟୋଜିତ ହୋଇଯାଇଛି ।କ୍ଲବ ସଭାନେତ୍ରୀ ଡ଼ା ସନ୍ଧ୍ୟାରାଣୀ ପାଣିଗ୍ରାହୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ରୂପେ ପିଡିସି ଟି.ଚିରଞ୍ଜିବୀ ଯୋଗ ଦେଇ ଦୀପ ଜାଳି ଉତ୍ସବର ଶୁଭାରମ୍ଭ କରିବା ସହ କ୍ଲବ ର କର୍ମକର୍ତ୍ତା ମାନଙ୍କୁ ଶୁଭେଛା ଜଣାଇଥିଲେ ।ନୂତନ ସମ୍ପାଦିକା ଅର୍ଚ୍ଚନା ସାହୁ , ପୂର୍ବତନ ସଭାନେତ୍ରୀ ଅନ୍ନପୂର୍ଣ୍ଣା ବେହେରା, ପୁର୍ବତନ ସମ୍ପାଦିକା ସସ୍ମିତା ଚୌଧୁରୀ ପ୍ରମୁଖ ଏହି ଅବସରରେ ମଞ୍ଚାସିନ ଥିଲେ । ଏଠାରେ କ୍ଲବ ର ନୂତନ କର୍ମକର୍ତ୍ତା ଙ୍କ ନାମ ଘୋଷଣା କରାଯାଇଥିଲା । ରୋଟାରୀ କ୍ଲବ ସମେତ ଅନ୍ୟାନ୍ୟ କ୍ଲବ ସଦସ୍ୟ ଏହି ଅବସରରେ ଉପସ୍ଥିତ ଥିଲେ । ଆଗାମୀ ଦିନରେ କ୍ଲବ କର୍ମକର୍ତ୍ତା ଙ୍କ ସହଯୋଗ ରେ ସେବା କାଯ୍ୟକ୍ରମ ଜାରିରହିବ ବୋଲି ନୂତନ ସଭାନେତ୍ରୀ ଡ଼ା ସନ୍ଧ୍ୟାରାଣୀ ପ୍ରକାଶ କରିଥିଲେ। ନୂତନ ସଭାନେତ୍ରୀ ଓ ଅନ୍ୟାନ୍ୟ କର୍ମକର୍ତ୍ତା ମାନଙ୍କୁ ଏଠାରେ ଶୁଭେଛା ଜ୍ଞାପନ କରାଯାଇଥିଲା ।କାଯ୍ୟକ୍ରମ ରେ ଡିମ୍ପଲ ସିଂ ସଂଯୋଜନା କରିଥିଲେ ।

