ଫୁଲବାଣୀ:ଜନବାଣୀ୧୮/୦୬ (ସୁନୀଲ ପଟ୍ଟନାୟକ):କଂଧମାଳ ଜିଲାର ଉତ୍ପାଦକ ଗୋଷ୍ଠୀ, ଚାଷୀ ଉତ୍ପାଦକ ସଙ୍ଗଠନ ର ସଦସ୍ୟ ମାନଙ୍କ ଉତ୍ପାଦନ ଦ୍ରବ୍ୟ ଗୁଡ଼ିକ ର ଉପଯୁକ୍ତ ମୂଲ୍ୟ ରେ ବିକ୍ରୀ କରି ଉଚିତ୍ ମୂଲ୍ୟ ଯେପରି ପାଇପାରିବେ ସେ ନେଇ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ତିନି ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଥିଲା l ଏଥିରେ ଜିଲ୍ଳା ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଶମ୍ଭୁ ନାଥ ନନ୍ଦୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ l ଏହି ଅବସରରେ ଜିଲ୍ଲାର ଉତ୍ପାଦକ ଗୋଷ୍ଠୀ ଓ ଚାଷୀ ଉତ୍ପାଦକ ସଙ୍ଗଠନ ଯେପରି ସେମାନଙ୍କ ଉତ୍ପାଦନ କ୍ଷମତା ବୃଦ୍ଧି କରିବା ସହ ଉଚିତ୍ ମୂଲ୍ୟ ରେ ବିକ୍ରୟ କରି ସଠିକ୍ ମୂଲ୍ୟ ପାଇଲେ ସେମାନଙ୍କ ଆର୍ଥିକ ଅଵସ୍ଥା ରେ ପରିବର୍ତନ ଆସିବ ବୋଲି କହିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଅର୍ମlସ ଉପ pକାର୍ଯ୍ୟ ନିର୍ବାହୀ ଗୁଣ୍ଡିଚା ବେହେରା, ମୁଖ୍ୟ ଜିଲ୍ଲା କୃଷୀ ଅଧିକାରୀ, ଏଡିସନlଲ ଇ ଓ (ଫାଇନାନ୍ସ) ଉଦ୍ୟାନ ବିଭାଗ ଉପ ନିର୍ଦେଶକ ଶ୍ରୀମତୀ ସ୍ମିତା ମହାନ୍ତି, ପ୍ରମୁଖ ଯୋଗ ଦେଇ ବିକ୍ରୀ ବଟା ସୁପରିଚାଳନା ନିମନ୍ତେ ତାଲିମ୍ ପ୍ରଦାନ କରିଥିଲେ l ଏହି ତାଲିମ ଦ୍ଵାରା ଉତ୍ପାଦକ ଗୋଷ୍ଠୀ ର ଉତ୍ପାଦନ ବୃଦ୍ଧି ସହ ଆୟ ବୃଦ୍ଧି ପାଇବ ବୋଲି ଅର୍ମାସ ଉପ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୁଣ୍ଡିଚା ବେହେରା କହିଛନ୍ତି l

