ଫୁଲବାଣୀ,୧୦/୦୫,(ସୁନୀଲ ପଟ୍ଟନାୟକ):କଂଧମାଳ ଜିଲ୍ଲା ନୂତନ ବିଜେପି ମହିଳା ମୋର୍ଚ୍ଚା ସଭା ନେତ୍ରୀ ଭାବେ ଖଜୁରିପଡା ଜିଲ୍ଲା ପରିଷଦ ସଭ୍ୟl ଉର୍ବଶୀ ଦିଗାଲ ମନୋନୀତ ହୋଇଛନ୍ତି l ଶ୍ରୀମତୀ ଦିଗାଲ ଙ୍କ ବଳିଷ୍ଠ ନେତୃତ୍ୱ, କାର୍ଯ୍ୟ ଦକ୍ଷତା, ଆଗ୍ରହ କୁ ଦୃଷ୍ଟି ରେ ରଖି ରାଜ୍ୟ ସଭାନେତ୍ରୀ ଏହି ଦାୟିତ୍ବ ଦେଇଥିବା କୁହାଯାଇଛି l ଦିଗାଲ ଙ୍କ ନେତୃତ୍ୱ ରେ ମହିଳା ମୋର୍ଚ୍ଚା ସଙ୍ଗଠନ ତୃଣ ମୂଳ ସ୍ତରରୁ ଅଧିକ ମଜଭୂତ ହେଇପାରିବ ବୋଲି ଆଶା କରାଯାଉଛି l ଏହି ନିଯୁକ୍ତି ପାଇଁ ଉର୍ବଶୀ ମୁଖ୍ୟ ମନ୍ତ୍ରୀ, ରାଜ୍ୟ ସଭାପତି, ସାଂସଦ ସୁକାନ୍ତ କୁମାର ପାଣିଗ୍ରାହି,ଫୁଲବାଣୀ ବିଧାୟକ ଉମ ଚରଣ ମଲ୍ଲିକ, ଜିଲ୍ଲା ସଭାପତି ପଣ୍ଡିତ ବିଶି ମାଝୀ ପ୍ରମୁଖ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି l ବି ଜେପି ମହିଳା ମୋର୍ଚ୍ଚା ସଙ୍ଗଠନ ରେ ଅଧିକ ମହିଳା ମାନଙ୍କୁ ସାମିଲ କରିବା ସହ ସଙ୍ଗଠନ କୁ ଅଧିକ ସୁଦୃଢ଼ କରିବା ଦିଗରେ ଉଦ୍ୟମ କରିବେ ବୋଲି କହି ଛନ୍ତି ଉର୍ବଶୀ ଦିଗାଲ l

