ଫୁଲବାଣୀ,୩୦/୦୫,(ସୁନୀଲ ପଟ୍ଟନାୟକ):ଦେଶ ସ୍ଵାଧିନର ଦୀର୍ଘ ବର୍ଷ ପରେଚଳିତ ବର୍ଷ ଠାରୁ ଓଡ଼ିଆ ଭାଷାରେ ଯୁକ୍ତ ଦୁଇ ବିଞାନ ପାଠ ପଢାଯିବା ପାଇଁ ରାଜ୍ୟ ସରକାରନେଇ ଥିବା ନିଷ୍ପତ୍ତି ପ୍ରଶଂସନୀୟ। ଏହା ସହ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ସହଯୋଗ ରେ ଯୁକ୍ତ ଦୁଇ ବିଞାନ ପାଠ୍ୟ ପୁସ୍ତକ ଓଡିଆ ଭାଷାରେ ପ୍ରସ୍ତୁତ କରି ପ୍ରତ୍ୟେକ ସରକାରୀ ଯୁକ୍ତ ଦୁଇ ବିଞାନ ବିଦ୍ୟାଳୟରେ ଉପଲବ୍ଧ କରାଇଛନ୍ତି।ଓଡ଼ିଆ ଭାଷାରେ ଯୁକ୍ତ ଦୁଇ ବିଞାନ ପଢିଲେ ଆମ ପିଲାମାନେ ଭବିଷ୍ୟତରେ(ଜେଇ, ଓଜେଇ) ଇଂଞିନିୟରିଂ,( ନିଟ) ମେଡିକାଲ,(ୟୁପିଏସସି) ଆଇଏ ଏସ, (ଆଇଆଇଟି) ଭଳି ବିଭିନ୍ନ ବୈଷୟିକ ପାଠ ପଢିବାର ଅଧିକ ସୁଯୋଗ ପାଇବେ।ଏଥିପାଇଁ ଯୁକ୍ତ ଦୁଇ ବିଞାନ ପାଠ ପଢିବାର ଆବଶ୍ୟକତା ଅଛି।ଏହା ବ୍ୟତୀତ ସବୁ ନିଯୁକ୍ତି ପାଇଁ ପ୍ରବେଶିକା, ଓ ସାକ୍ଷାତ କାର ପରୀକ୍ଷା କେବଳ ଇଂରାଜୀ ଭାଷାରେ ହେଉଥିଲା। ଯୁକ୍ତ ଦୁଇ ବିଞାନର ଓଡ଼ିଆ ପାଠ୍ୟ ପୁସ୍ତକ ଅଭାବ ଥିଲା।ଯେହେତୁ ଇଂରାଜୀରେ ଯୁକ୍ତ ଦୁଇ ବିଞାନ ପଢା ଯାଉଥିଲା ଏବଂ ଆମ ଓଡିଆ ପିଲାମାନେ ଇଂରାଜୀ ଭାଷାରେ ଦୁର୍ବଳ ଅଛନ୍ତି, ତେଣୁ ଜିଲ୍ଲା ଓ ରାଜ୍ୟର ନାମ ଲେଖାବେଳେ ଯୁକ୍ତ ଦୁଇ ବିଞାନ ସିଟ ପୁରଣ ହେଉ ନାହିଁ।ନିଜ ମାତୣଭାଷାରେ ଦଶମ ଶ୍ରେଣୀ ପଯ୍ୟନ୍ତ ପଢିଆସୁଥିବା ଆମ ଛାତ୍ରଛାତ୍ରୀ ମାନେ ହଠାତ ଇଂରାଜୀ ଭାଷାରେ ବିଞାନ ଶିକ୍ଷା ପ୍ରତି ବିମୁଖ ହେଇ କଳା, ବାଣିଜ୍ୟ ଓ ଅନ୍ୟ ପାଠ ପଢିବାକୁ ବାଧ୍ୟ ହେଉଥିଲେ।ଚଳିତ ବର୍ଷ ଏହି ସମସ୍ୟାର ଅନ୍ତ ଘଟିଛି। ସରକାର ପରିସ୍ଥିତିକୁ ହୣଦୟଙ୍ଗମ କରି ଓଡିଆ ଭାଷା ଅଧ୍ୟୟନ ଓ ଗବେଷଣା ସଂସ୍ଥାର ସହଯୋଗ ରେ ବିଶେଷଞ ଶିକ୍ଷକଙ୍କ ଦ୍ୱାରା ପ୍ରସ୍ତୁତ ଯୁକ୍ତ ଦୁଇ ବିଞାନ ପାଠ୍ୟ ପୁସ୍ତକ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ଅନୁମୋଦନ କରି ସବୁ ଜିଲା ଶିକ୍ଷା ବିଭାଗକୁ ପଠାଇଛନ୍ତି।ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥାର ସଦସ୍ୟ ସଚିବ ଡ ସୁବ୍ରତ କୁମାର ପୣଷ୍ଟିଙ୍କ ନେତୣତ୍ବରେ ଦୀର୍ଘ ପନ୍ଦର ବର୍ଷରୁ ଅଧିକ ସମୟ ଧରି ଓଡ଼ିଆ ଭାଷାର ବିକାଶ ତଥା ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା ଉପରେ କାର୍ଯ୍ୟ କରି ଆସୁଛନ୍ତି।ଏହି ଟିମରେ ପ୍ରଫେସର ନଟବର ଶତପଥି ନିରଦ ବରଣ ଖୁଣ୍ଟିଆ, ବିଜୟ ପ୍ରଧାନ, ସଚ୍ଚିକାନ୍ତ ପ୍ରଧାନ, ପ୍ରଫେସର ବ୍ରଜେନ୍ଦ୍ର ଦାସ ପ୍ରମୁଖ ନିରନ୍ତର ଭାବେ ମାତୣଭାଷାରେ ବିଞାନ ଶିକ୍ଷା କିଭଳି ବିକାଶର ମାଧ୍ୟମ ହେବ ସେଥିପାଇଁ ସରକାରଙ୍କ ସହ ଯୋଗସୂତ୍ର ସ୍ଥାପନ କରି ଆସୁଥିଲେ। କନ୍ଧମାଳ ଜିଲାରେ ୧୮ଟି କଲେଜର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଯୁକ୍ତ ଦୁଇ ବିଞାନରେ ୨୦୧୬ଟି ସିଟ ରହିଛି। ଇଂରାଜୀ ଭାଷା ପାଇଁ ଗତ ଶିକ୍ଷା ବର୍ଷରେ ପଚାଶ ପ୍ରତିଶତ ସିଟ ଖାଲି ରହିଥିଲା। ଏବେ ଆମ ମାତୣଭାଷାରେ ପାଠ୍ୟ ପୁସ୍ତକ ପ୍ରସ୍ତୁତ, ପ୍ରଶ୍ନପତ୍ର ଓଡିଆ ଭାଷାରେ ଆସିବ, ପରୀକ୍ଷା ଓ ଇଣ୍ଟରଭ୍ୟୁ ଓଡ଼ିଆରେ ହେବ, ଉଚ୍ଚ ଶିକ୍ଷା ଓ ବୈଷୟିକ ଶିକ୍ଷା ମଧ୍ୟ ଓଡ଼ିଆରେ ହେବ। ତେଣୁ ଆସନ୍ତୁ, ଆଉ ଭୟ ନ କରି ଓଡ଼ିଆ ଭାଷାରେ ବିଞାନ ପଢିବା ଆମର ଭବିଷ୍ୟତ ଗଢିବା।ଜିଲ୍ଲା ଶିକ୍ଷା ବିଭାଗର ପ୍ରଶାସନିକ ଅଧିକାରୀ, ଶିକ୍ଷକ ଓ ଅଧ୍ୟାପକ,ଅଧ୍ୟାପିକା ମାନେ ସଚେତନତା ସୣଷ୍ଟି କରି ବିଞାନ ଶିକ୍ଷାର ସିଟି ପୂରଣରେ ସହାୟକ ହେବାକୁ ଆଇଓଏସଆର ପକ୍ଷରୁ ନିବେଦନ କରାଯାଇଛି।ତେଣୁ ଚଳିତ ନାମ ଲେଖା ସମୟରେ ଯୁକ୍ତ ଦୁଇ ବିଞାନ ଓଡ଼ିଆ ଭାଷାରେ ପଢିବାକୁ ପ୍ରଥମ ପସନ୍ଦ ଭାବେ ସାମସ ପୋର୍ଟାଲରେ ଆବେଦନ କରି ଭବିଷ୍ୟତ ଗଢିବାକୁ କନ୍ଧମାଳ ଜିଲା ପ୍ରମୁଖ ଅଶୋକ ପରିଡା ଆହ୍ୱାନ ଦେଇଛନ୍ତି।

