ଫୁଲବାଣୀ,୦୭/୦୪(ସୁନୀଲ ପଟ୍ଟନାୟକ):ଆସନ୍ତା କାଲି ବୁଧବାର ୮ଏପ୍ରିଲ ଠାରୁ ୧୯ଏପ୍ରିଲ- ୨୦୨୬ଯାଏ ଦୀର୍ଘ ୧୨ଦିନ ବ୍ୟାପୀ ସ୍ଥାନୀୟ କରୋ ନେ ସନ୍ ପଡିଆ ଠାରେ ଦ୍ୱିତୀୟ କନ୍ଧମାଳ ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳା ଆରମ୍ଭ ହେବ l କନ୍ଧମାଳ ଜିଲ୍ଲା ର କଳା ସଂସ୍କୃତି ପରମ୍ପରା କୁ ବଜାୟ ରଖିବା ସହ ବାଣିଜ୍ୟକୁ ପାଥେୟ କରି ଭାଇଚାରା ଓ ସମନ୍ଵୟ ର ବାର୍ତ୍ତା ପ୍ରଚାର୍ କରିବା ଉଦ୍ଦେଶ୍ୟ ରେ ଚଳିତ ମାସ ଏପ୍ରିଲ ୮ରୁ ୧୯ଏପ୍ରିଲ ଯାଏ ଦିର୍ଘ ୧୨ଦିନ ବ୍ୟାପୀ ଫୁଲବାଣୀ ସହରର କୋରୋନେଶନ ପଡ଼ିଆ ଠାରେ ଦ୍ୱିତୀୟ କନ୍ଧମାଳ ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳା ୨୦୨୬ଅନୁଷ୍ଠିତ ହେବ l ଏହି ଅବସରରେ ପ୍ରତ୍ୟ ହ ଅପରାହ୍ନ ୪ଟା ରୁ ରାତ୍ର ୧୦ଟା ଯାଏ ଜିଲ୍ଲା ଓ ଜିଲ୍ଲା ବାହାର ର ବାଣିଜ୍ୟିକ ବିପ୍ପଣି ଷ୍ଟଲ ,ଅଟୋ ମୋବାଇଲ୍, ଘରକରଣା ସାମଗ୍ରୀ ସହ ମିନା ବଜାର,ବିଭିନ୍ନ ପ୍ରକାର ଚଟ ପଟ୍ଟା ସୁସ୍ୱାଦୁ ଖାଇବା ମିଳିବ l ସେହିପରି ଦେଶ ବାହାର ର ଜଳ ପରି ସୋ ର ବ୍ୟବସ୍ଥା ରହିଛି l shripati ସନ୍ଧ୍ୟାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟ କ୍ରମ ଆଦିବାସୀ ଲୋକ ନୃତ୍ୟ ଆଦି ପରିବେଷଣ କରାଯିବ l ଏଣୁ ପରିବାର ସହ ଏହାର ମଜା ନେବା ପାଇଁ କମିଟି ଅଧ୍ୟକ୍ଷ ସୁନୀଲ ପଟ୍ଟନାୟକ, କାର୍ଯ୍ୟ କାରୀ ଅଧ୍ୟକ୍ଷ ରାଧାମୋହନ ମହାପାତ୍ର, ଉପସଭାପତି ସୁଜିତ କୁମାର ବେହେରା, ପ୍ରସନ୍ନ କୁମାର ସ୍ବାଇଁ, ମହମ୍ମଦ ଚିଷ୍ଟି, ସଂସ୍କୃତିକ ସମ୍ପାଦକ ଅଶୋକ ମହାନ୍ତି, ସହ ସଂପାଦିକା ମୁଷ୍କlନ୍ ସୁଆର ଓ ସଦସ୍ୟ ମାନେ ଅନୁରୋଧ କରିଛନ୍ତି l

