ଫୁଲବାଣୀ,୧୧/୦୫,(ସୁନୀଲ ପଟ୍ଟନାୟକ):ସ୍ଥାନୀୟ ଏଫ ସି ଆଇ ଛକ ମାର୍କେଟ ପକ୍ଷରୁ ପଞ୍ଚ ଠାକୁରାଣୀଙ୍କୁ ନିମନ୍ତ୍ରଣ କରିବାକୁ ଏକ ବଡ଼ ପଟୁଆର ରେ ବାଜା ଓ ଆତୀଶ ବାଜି ସହ ମାର୍କେଟ ର ପ୍ରତ୍ୟେକ ବ୍ୟବଶାୟୀ ସମସ୍ତେ ଧଳା ଧୋତି ଓ ପଂଜାବୀ ପରିଧାନ କରି ଦୁଇ କିମି ଦୁରବର୍ତ୍ତୀ ଠାକୁରାଣୀ ଙ୍କ ଅସ୍ଥାୟୀ ମନ୍ଦିର ଯାଇ ଥିଲେ! ସେଠାରେ ଯଥା ଵିଧି ପୂଜା ଅର୍ଚ୍ଚନା ହୋଇଥିଲା! ପରମ୍ପରା ଭାବେ ପଞ୍ଚ ଠାକୁରାଣୀ ଙ୍କୁ ନିମନ୍ତ୍ରଣ କରାଯାଇଥିଲା ଅପରାହ୍ନରେ! ପଞ୍ଚ ଠାକୁରାଣୀ, ନାରାୟଣୀ, ବ୍ୟାଘ୍ରଦେବୀ,ବରାଳ ଦେବୀ, ବ୍ରାମହୁଣୀ ଦେବୀ ଓ ଗ୍ରାମଦେବୀ ନିମନ୍ତ୍ରଣ କ୍ରମେ ଏକ ବଡ଼ ଶୋଭାଯାତ୍ରାରେ ଏଫ ସି ଆଇ ଛକ ମାର୍କେଟ କୁ ଆସିଥିଲେ! ସେଠାରେ ପଞ୍ଚ ଠାକୁରାଣୀଙ୍କୁ ସ୍ୱାଗତ କରାଯାଇ ଭବ୍ୟ ପୂଜା ଅର୍ଚ୍ଚନା କରାଯାଇ ଠାକୁରାଣୀକୁ ନୂତନ ବସ୍ତ୍ର ପ୍ରଦାନ କରାଯାଇ ଥିଲା! ଠାକୁରାଣୀ ଙ୍କ ଆଶ୍ରିବାଦ ପାଇଁ ଶତାଧିକ ଶ୍ରଦ୍ଧାଳୁ ଙ୍କର ସମାଗମ ହୋଇଥିଲା! ପଞ୍ଚ ଠାକୁରାଣୀ ଭୋଗ ଖାଈ ପ୍ରଶନ୍ନ ହୋଇ କିଛି ସମୟ ପୂଜା ପୀଠରେ ଅବସ୍ଥାନ କରି ନିଜର ଅସ୍ଥାୟୀ ମନ୍ଦିର କୁ ଫେରି ଯାଇଥିଲେ! ମାର୍କେଟ ପକ୍ଷରୁ ସଭାପତି ଶଙ୍କର ପାଣିଗ୍ରାହୀ ସମ୍ପାଦକ ରବୀନ୍ଦ୍ର ନାରାୟଣ ସାହୁ, ଉପ ସଭାପତି ବଟ କିଶୋର ଦାସ,କୋଷାଧକ୍ଷ ସୁକୁମାର , ଉପଦେଷ୍ଟା ପ୍ରଶାନ୍ତ ମିଶ୍ର, ପ୍ରଶାନ୍ତ ସ୍ୱାଇଁ, ପ୍ରଶାନ୍ତ କୁମାର ମହାନ୍ତି, ଓ ବରିଷ୍ଠ ବ୍ୟବସାୟୀ ରାମନାଥ ସାହୁ, ମା ଦୁର୍ଗା ମେଡିସନ ଷ୍ଟୋର , ଗୁଡ଼ୁ ଜେନେରାଲ ଷ୍ଟୋର, ଗୁଞ୍ଜନ ହୋଟେଲ ମାଲିକ, ଜିଲ୍ଲା ପ୍ରେସ କ୍ଲବ ସମ୍ପାଦକ ତ୍ରିନାଥ ସାହୁ, ଅକ୍ଷୟ ପଟ୍ଟନାୟକ, ଅଜିତ ପଟ୍ଟନାୟକ (ଆଇନଜୀବୀ )ଓ ସମସ୍ତ ବ୍ୟବସାୟୀ ଯାତ୍ରା ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ!

