ରାୟଗଡ଼ା,୧୩/୪:(ଅମୂଲ୍ୟ ନିଶଙ୍କ): ଚଳିତ ଏପ୍ରିଲ ମାସ ଗତ ୬ ତାରିଖ ଭୋର ପ୍ରାୟ ୩ଟା ରାତ୍ରରେ କଣ୍ଟାମାଳ ଗ୍ରାମରେ ପୁଲିସର ବର୍ବରତାକୁ ଦୃଢ଼ ନିନ୍ଦା କରିଛନ୍ତି ପୂର୍ବତନ ସ୍ବତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ରାଜ୍ୟ ଅଧକ୍ଷ ତଥା ବିଜେଡି ର ଟାଣୁଆ ନେତା ପ୍ରଦୀପ ମାଝି I ମା’ ମାଟି ମାଳି ସୁରକ୍ଷା ମଞ୍ଚର ନ୍ୟାର୍ଯ୍ୟ ଦାବି ପୂରଣ ନ ହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି କହିବା ସହ ଆଦିବାସୀଙ୍କ ସାଙ୍ଗରେ ବିଜେଡି ରହିଥିବା ନେଇ ଶ୍ରୀ ମାଝି ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଛନ୍ତି | ରବିବାର ଦିନ ପୂର୍ବତନ ଏସଡିସି ରାଜ୍ୟ ଅଧ୍ୟକ୍ଷ ତଥା ବିଜେଡିର ବରିଷ୍ଠ ଯୁବନେତା ପ୍ରଦୀପ ମାଝି ରାୟଗଡ ଜିଲ୍ଲା କାଶୀପୁରବ୍ଳକ ସିଜିମାଳି ଅଞ୍ଚଳର କଣ୍ଟାମାଳ ଗ୍ରାମକୁ ଗସ୍ତ କରିଥିଲେ | ରାୟଗଡ଼ା ଜିଲ୍ଲା ବିଜେଡି ମହିଳା ଜନତା ସଭାନେତ୍ରୀ ତଥା ପୂର୍ବତନଜିଲ୍ଲା ଏସଡିସି ଅଧ୍ଯକ୍ଷା ଅନୁସୂୟା ମାଝି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ବତୀ ମାଝି, ବିଜୁ ଯୁବ ଜନତା ଦଳ ରାଜ୍ୟ ସଂପାଦକ ବିନାୟକପଲେଇ, ବନ୍ନି ପଟ୍ଟନାୟକ, ପୂର୍ବତନ ଏସଡିସି ସଦସ୍ୟ ପଟା ମାଝି, ଆନନ୍ଦ ମାଝିଙ୍କ ସମେତ ଅନ୍ୟମାନେ କଣ୍ଟାମାଳ ଗ୍ରାମରେ ଗ୍ରାମବାସୀଙ୍କ ସହ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପୂର୍ବତନ ରାଜ୍ୟ ସରକାର ଆଦିବାସୀଙ୍କ ବିକାଶ ପାଇଁ ବହୁ ଯୋଜନା ପ୍ରଣୟନ କରି ସେମାନଙ୍କ ଅଧିକାର କ୍ଷୁଣ୍ଣ ନ ହେବା ପାଇଁ ପ୍ରଚେଷ୍ଠା କରିଥିବା ବେଳେ ବର୍ତ୍ତମାନର ଡବଲ ଇଂଜନ ସରକାର ଆଦିବାସୀ ବିରୋଧୀ ନୀତି ଆପଣାଇ ସେମାନଙ୍କ ନ୍ୟାର୍ଯ୍ୟ ଅଧିକାର ତଥା ଦାବିକୁ ଅଗ୍ରାହ୍ୟ କରୁ ନ ଥିବା ପ୍ରଦୀପ ମାଝି ଅଭିଯୋଗ ଆଣିଥିଲେ। ଯେ ପର୍ଯ୍ୟନ୍ତସିଜିମାଳି ଅଞ୍ଚଳରେ ବସବାସ କରୁଥିବା ଅଧୂବାସୀଙ୍କ ନ୍ୟାର୍ଯ୍ୟ ଦାବି ପୂରଣ କରାଯାଇ ନାହିଁ ସେ ପର୍ଯ୍ୟନ୍ତ ଗ୍ରାମବାସୀଙ୍କ ଆନ୍ଦୋଳନ ଜାରି ରଖିବାକୁ ସେ ଆହ୍ବାନ ଦେଇଥିଲେ । ସେହିପରି ଅନୁସୂୟା ଓ ସରସ୍ବତୀ ମଧ୍ୟ ଗ୍ରାମବାସୀଙ୍କ ପ୍ରତି ପୁଲିସର ଅତ୍ୟକ ଆମାନବୀୟ ଆକ୍ରମଣ ଓ ବର୍ବତରାକୁ ଦୃଢ ଭାବେ ନିନ୍ଦା କରିବା ସହ ସେମାନଙ୍କ ସାଥରେ ବଢ଼ୁ ଜନତା ଦଳ ସବୁବେଳେ ରହିଛି ବୋଲି ଗ୍ରାମବାସୀଙ୍କୁ ଆଶ୍ଵସନା ଦେଇଥିଲେ। ଆଲୋଚନା ବୈଠକରେ ଗ୍ରାମବାସୀମାନେ ନିଜର ସମସ୍ୟା ଓ ଅଧିକାର ବିଷୟରେ ଅବଗତ ତ କରାଇଥିଲେ।

