ଫୁଲବାଣୀ,୨୩।୦୯(ସୁନୀଲ ପଟନାୟକ):କଂଧମାଳ ଜିଲ୍ଲା ସାମ୍ବାଦିକ ସମନ୍ଵୟ ସମିତି ପକ୍ଷରୁ ସେପ୍ଟେମ୍ବର ୨୩ତାରିଖ (ବୁଧବାର) ପୂର୍ବାହ୍ନ ୧୦ଟା ସମୟରେ ସତ୍ୟ ସାଇ ସ୍କୁଲ ରୋଡ ରେ ଥିବା ସେନାପତି ରେସୀ ଡେନସୀ ଠାରେ ଜିଲ୍ଲାର ସମସ୍ତ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ବୃତ୍ତିଗତ ସୁରକ୍ଷା, ମୃତ୍ୟୁ କାଳୀନ ସହାୟତାରାଶି ବୃଦ୍ଧି, ପେନସନ ବ୍ୟବସ୍ଥା ଲାଗୁ କରିବା, ମାଗଣା ରେ ଘର ବାରୀ ଜମି ଯୋଗାଇବା, ଗୋପବନ୍ଧୂ ସ୍ଵାସ୍ଥ୍ୟ ବୀମା ଯୋଜନା ରାଶି ଦଶ ଲକ୍ଷ ଟଙ୍କା କୁ ବୃଦ୍ଧି ଓ ଯୋଜନା ରେ ପିତା ମାତା ଙ୍କୁ ସାମିଲ କରିବା, ସେହିପରି ଗୋପ ବନ୍ଧୁ ଯୋଜନା ରେ ଅନ୍ତର୍ଭୁକ୍ତ ନଥିବା କାର୍ଯ୍ୟ ରତ ସାମ୍ବାଦିକ ଙ୍କୁ ତୁରନ୍ତ ସାମିଲ କରିବା ଆଦି ବିଭିନ୍ନ ଦାବି ପୁରଣ ଲକ୍ଷ୍ୟ ସମନ୍ୱୟ ସମିତି ଗଠିତ ହୋଇଥିବା ନେଇ ବରିଷ୍ଠ ସାମ୍ବାଦିକ ତଥା ସମନ୍ଵୟ ସମିତି ସଭାପତି ସୁନୀଲ ପଟ୍ଟନାୟକ ମତ ବ୍ୟକ୍ତ କରିଥିଲେ l ସେହିପରି ଜିଲ୍ଲା ର ବିଭିନ୍ନ ବ୍ଲକ୍ ଅଞ୍ଚଳ ର କାର୍ଯ୍ୟ ରତ ସାମ୍ବାଦିକ ମାନେ ଯୋଗ ଦେଈ ସାମ୍ବାଦିକ ଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରିଥିଲେ l ଏହାବ୍ୟତୀତ ଏହି ଅବସରରେ”ଗଣ ତନ୍ତ୍ର ରେ ଗଣ ମାଧ୍ୟମ ର ଭୂମିକା” ସଂପର୍କରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲା ପାଳ ବେଦ ଭୂଷଣ, ସମ୍ମାନୀତ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଜିଲ୍ଲା ପରିଷଦ ଶମ୍ଭୁ ନାଥ ନନ୍ଦୀ, ଅତିରିକ୍ତ ଏସପି ବିଭୂତି ଭୂଷଣ ମହାପାତ୍ର, ଡ ଅରୁପ ଜେନା,ବରିଷ୍ଠ ସାମ୍ବାଦିକ ତଥା ଉପଦେଷ୍ଟା ଡ ରଞ୍ଜନ ପ୍ରଧାନ , ବରିଷ୍ଠ ସାମ୍ବାଦିକ ତଥା ଆଇନଜୀବି ଶିବ ପ୍ରସାଦ ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ସାମ୍ବାଦିକ ମାନେ ସର୍ବଦା ସତ୍ୟ ଓ ନିରପେକ୍ଷ ସମ୍ବାଦ ପ୍ରକାଶ ଉପରେ ଗୁରୁତ୍ବ ଦେବାପାଇଁ ପରାମର୍ଶ ଦେଇଥିଲେ l ବରିଷ୍ଠ ସାମ୍ବାଦିକ ତଥା ସମନ୍ଵୟ ସମିତି ସଭାପତି ସୁନୀଲ ପଟ୍ଟନାୟକ ସଭାପତିତ୍ବ କରିଥିଲେ l ଉପସଭାପତି ସୋନ୍ତଷ ଦାସ ସ୍ବାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ପ୍ରଶାନ୍ତ ବେହେରା କାର୍ଯ୍ୟ କ୍ରମ ସଂପର୍କରେ ଅବଗତ କରିଥିଲେ l ସଙ୍ଗଠନ ସମ୍ପାଦକ ସୁଜିତ୍ କୁମାର ବେହେରା ଧନ୍ୟ ବାଦ ଦେଇଥିଲେ l ଅଶୋକ ମହାନ୍ତି କାର୍ଯ୍ୟ କ୍ରମ ପରିଚାଳନା କରିଥିଲେ l ବରିଷ୍ଠ ସାମ୍ବାଦିକ ତଥା ଉପସଭାପତି ଅଜିତ୍ ମହାରଣା ସାମ୍ବାଦିକ, ସାମ୍ବାଦିକl ମୁଷ୍କlନ୍ ସୁଆର, ନିବେଦିତା ଖାଡଙ୍ଗା, ମାମି କହଁର, ପ୍ରମୁଖ ଙ୍କ ଆନ୍ତରିକ ସହଯୋଗ ଓ ପ୍ରଚେଷ୍ଟା ରେ କାର୍ଯ୍ୟ କ୍ରମ ସଫଳ ହୋଇଥିଲା l ଜିଲ୍ଲା ର ବହୁ ବୁଦ୍ଧିଜୀବି, ବରିଷ୍ଠ ସାମ୍ବାଦିକ ଯୋଗ ଦେଇଥିଲେ l ଏହି ଅବସରରେ ଯୋଗ ଦେଇ ଥିବାସମସ୍ତ ବ୍ଲକ ଓ ଜିଲ୍ଲା ସ୍ତରୀୟ ସାମ୍ବାଦିକ ଙ୍କୁ ସ୍ମାରକୀ ପ୍ରଦାନ କରି ସମ୍ବର୍ଦ୍ଧିତ କରଯାଇଥିଲା l ସେହିପରି ରାଜ୍ୟ ପାଳ ଓ ମୁଖ୍ୟ ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଏକ ସ୍ମାରକ ପତ୍ର ଜିଲ୍ଲାପାଳଙ୍କ ଜରିଆରେ ସଂଘ ପକ୍ଷରୁ ପ୍ରଦାନ କରଯାଇଥିଲା l

