ଫୁଲବାଣୀ:ଜନ ବାଣୀ,୨୧/୦୬(ସୁନୀଲ ପଟ୍ଟନାୟକ):ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗ ରେ କନ୍ଧ ମାଳ ଜିଲ୍ଲା ର ୯ଜଣ ବରିଷ୍ଠ କର୍ମକର୍ତ୍ତା ଙ୍କୁ ସସ ପେଣ୍ଡ କରଯାଇଛି l ସୂଚନା ଯୋଗ୍ୟ ଯେ,କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଫୁଲବାଣୀ ଠାରେ ଆୟୋଜିତ ଜିଲ୍ଲା ପରିବର୍ଦ୍ଧିତ କlର୍ଯ୍ୟ କାରୀ କମିଟି ବୈଠକ ରେ ଏ ଆଇ ସି ସି ସମ୍ପାଦକ ଜେ ଟି କୁସୁମ କୁମାର ଙ୍କ ଉପସ୍ଥିତି ରେ ବିଶୃଙ୍ଖଳା ଆଚରଣ ପ୍ରଦର୍ଶନ କରିବା ଅଭିଯୋଗ ହୋଇଥଲା l ଫଳରେ ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗ ରେ ଓଡିଶା ପ୍ରଦେଶ ଶୃଙ୍ଖଳା ଗତ କାର୍ଯାନୁଷ୍ଠାନ କମିଟି ର ଅଧ୍ୟକ୍ଷ ସୁଜିତ କୁମାର ପାଢ଼ୀ କନ୍ଧମାଳ କଂଗ୍ରେସ ଦଳର ୯ଜଣ କୁ ଦଳରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଶନିବାର ୨୦/୦୬ରେ ସସପେଣ୍ଡ କରିଛନ୍ତି l ସେମାନେ ହେଲେ ଅମିର ଚାନ୍ଦ ନାୟକ, ଦାରିଂବାଡ଼ି, ଶିବ ଶଙ୍କର ବେହେରା ଫୁଲବାଣୀ, ମ୍ୟୁନିସପାଲି ଟ, ବଳ ଦେବ ବେହେରା ଫୁଲବାଣୀ, ମ୍ୟୁନିସ ପାଲିଟ, ଶେଖ୍ ଅବଦୁଲ ସଖିର,ଫୁଲବାଣୀ, ମ୍ୟୁନିସ୍ ପାଲି ଟ, ଘନ ଶବର ଫୁଲବାଣୀବ୍ଲକ, ପ୍ରକାଶ ପ୍ରଧାନ, ରାଇକିଆ ବ୍ଲକ୍, ଜିତେନ୍ଦ୍ର ଦିଗାଲ କ ନୂଆଗାଁ ବ୍ଲକ୍, ଗୌର ବେହେରା ଖଜୁରିପଡା ବ୍ଲକ୍, ଓ ଅଜୟ ଦିଗାଲ ବାଲିଗୁଡ଼ା ଏନ୍ ଏ ସି ବୋଲି ଜଣା ପଡ଼ିଛି l

