ଫୁଲବାଣୀ,୩/୦୬,(ସୁନୀଲ ପଟ୍ଟନାୟକ):କଂଧମାଳ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ମହିଳା ମାନଙ୍କ ରାଲି ଅନୁଷ୍ଠିତ ହୋଇଥିଲା l ପ୍ରବଳ ଖରା ଓ ଗରମ କୁ ଖାତିର ନ କରି ହଜାର ହଜାର ସଂଖ୍ୟାରେ ମହିଳା ଯୋଗ ଦେଇ ବି ଜେପି ସରକାର ବିରୁଦ୍ଧରେ ସ୍ଲୋଗାନ ଦେବା ସହ ଅପାରଗ ପ୍ରଧାନ ମନ୍ତ୍ରୀ ଓ ମୁଖ୍ୟ ମନ୍ତ୍ରୀ ତୁରନ୍ତ ଗାଦି ଛାଡ଼ିବା ପାଇଁ ଦାବୀ କରିଥିଲେ l ଲୋକଙ୍କୁ ନ୍ୟାୟ ପ୍ରଦାନ କରିବା ରେ କେନ୍ଦ୍ର ଓ ରାଜ୍ୟ ସରକାର ବିଫଳ ହୋଇଥିବା ଦର୍ଶାଯାଇଥିଲା l ବିଜେଡି ସର୍ବଦା ଲୋକ ଙ୍କ ନ୍ୟାୟ ପ୍ରଦାନ ଓ ହକ ପାଈଁ ଲଢେଇ ଜାରି ରଖିବ ବୋଲି ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ପଦ୍ମ ନାଭ ବେହେରା, ପୁର୍ବତନ ମନ୍ତ୍ରୀ ବିଷ୍ଣୁ ପ୍ରିୟା ବେହେରା, ପୁର୍ବତନ ଜିଲ୍ଲା ସଭାପତି ସରୋଜ କର୍ଣ୍ଣ, ପୁର୍ବତନ ବିଧାୟକ ଅଙ୍ଗଦ କହଁର, ଦୁଗୁନି କହଁର, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ପୁନମ୍ କହଁର ଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ l ଏହି ରାଲୀ ମlଦିକୁନ୍ଦା ଛକ ରୁ ବାହାରି ମୁଖ୍ୟ ରାସ୍ତା ଦେଇ ଜିଲାପାଳ ଙ୍କ କାର୍ଯ୍ୟାଳୟ ରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ପରେ ଏକ ସ୍ମାରକ ପତ୍ର ପ୍ରଦାନ କରଯାଇଥିଲା l ଆଗରେ ପଂଚାୟତ ନିର୍ବାଚନ ଥିବାରୁ ବିଜେଡି ଦଳ କୁ ତୃଣ ମୂଳ ସ୍ତରରୁ ସଂଗଠିତ କରୁଥିବା ଦେଖାଯାଉଛି l ଲୋକେ ମଧ୍ଯ ବହୁ ସଂଖ୍ୟାରେ ସମର୍ଥନ ଜଣାଉ ଥିବା ଦେଖିବlକୁ ମିଳିଛି l

