ଫୁଲବାଣୀ,୧/୦୬,(ସୁନୀଲ ପଟ୍ଟନାୟକ):ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ଗ୍ରାମାଂଚଳ ରେ ପୁର୍ବରୁ ଥିବା ପାନୀୟ ଜଳ ସମସ୍ୟା ରେ ଯଥେଷ୍ଟ ସୁଧାର ଆସିଛି l ଚଳିତ ବର୍ଷ ଜିଲ୍ଳାର ୧୨ଟି ବ୍ଲକ ରେ୧୨୭୨ଟି ନୂତନ ନଳକୂପ ପ୍ରତିଷ୍ଠା କରା ଯାଇଛି l କେବଳ ଗ୍ରୀଷ୍ମ ଋତୁରେ ୪୨୮ନଳ କୂପ ଖୋଳା ଯାଇଥିବା ବିଭାଗ ସୁତ୍ରରୁ ଜଣାପଡିଛି l ସେହିପରି ଜିଲ୍ଲାର ବିଭିନ୍ନ ବ୍ଲକ ଓ ପଞ୍ଚାୟତ ରେ ବସୁଧା ଯୋଜନା ରେ ଓଭୋର ହେଡ଼ ପାଣି ଟାଙ୍କି କରାଯାଇ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଉଛି l ସେହିପରି ସୋଲାର ସିଷ୍ଟମ ରେ ମଧ୍ଯ ନଳକୂପ ରେ ପାଇପ ଯୋଗେ ସୁବିଧାରେ ଗ୍ରାମାଂଚଳ ଲୋକଙ୍କୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ କରଯାଇଛି l ଫଳରେ ଲୋକେ ସ୍ୱଚ୍ଛ ପାନୀୟ ଜଳ ହାତ ପl ଆ ନ୍ତlରେ ପାଉଛନ୍ତି l ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ରେ ସୁଧାର ଆସିଥିବା ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀଇଁ.ଅଜିତ ବେହେରା କହିଛନ୍ତି l ଏସ ଇ ଇଁ.ଅଜିତ୍ କୁମାର ବେହେରା ଙ୍କ ନିଷ୍ଠା ପର ଉଦ୍ୟମ, ଆନ୍ତରିକତା ଓ କାର୍ଯ୍ୟ ଦକ୍ଷତା ଯୋଗୁଁ ଜିଲାରେ ପାନୀୟ ଜଳ ସମସ୍ୟା ସମାଧାନ ହୋଇପାରିଛି l ବିଶେଷ କରି ଚକାପାଦ ବ୍ଲକ ଅଞ୍ଚଳ ରେ କେତେକ ସ୍ଥାନରେ ଥିବା ପାନୀୟ ଜଳ ସମସ୍ୟା ରେ ବିଭାଗୀୟ ଯନ୍ତ୍ରୀଇଁ ମୌସୁମୀ ପଟ୍ଟନାୟକ ଙ୍କ ଆନ୍ତରିକତା, ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ସୁଧାର ଆସିଥିବା ଦେଖିବାକୁ ମିଳିଛି l ଜଳ କଷ୍ଟ ଅଞ୍ଚଳ ରେ ପଞ୍ଚାୟତ ପକ୍ଷରୁ ଟlଙ୍କର ଯୋଗେ ପାନୀୟ ଜଳ ଯୋଗାଇ ଦିଆ ଯାଉଛି l ଆଉ ଅଚଳ ଅବସ୍ଥାରେ ଥିବା ନଳକୂପ ଗୁଡ଼ିକୁ ଯୁଦ୍ଧ କାଳୀନ ଭିତିରେ ମାରମତି କରାଯାଇ କାର୍ଯ୍ୟ କ୍ଷମ କରାଯାଉଛି l

