ଫୁଲବାଣୀ,୧୫/୦୬(ସୁନୀଲ ପଟନାୟକ):କନ୍ଧମାଳ ଜିଲ୍ଲାରେ ଜିଲ୍ଳା ସ୍ତରୀୟ ହାଇୱା ଓନର ଆସୋସିଏସନ୍ ଗଠିତ ହୋଇଛି l କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଖଜୁରୀନାଳ ରେ ଅନୁରାଗ ପାଳଙ୍କ ଆବାହନ କ୍ରମେ ଆୟୋଜିତ ସଭାରେ ଜିଲ୍ଳା ସ୍ତରୀୟ ହାଇୱା। ଓନର ଆସୋସିଏସନର ସଭାପତି ଭାବେ ପୁର୍ବତନ ଫୁଲବାଣୀ ବିଧାୟକ ଦେବେନ୍ଦ୍ର କହଁର ଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ ହୋଇ ଥିବା ବେଳେ ଉପ ସଭାପତି ଭାବେ ଦିଲ୍ଲୀପ ସାହୁ, ସାଧାରଣ ସମ୍ପାଦକ ଭାବେ ଅନୁରାଗ ପାଳ, ଯୁଗ୍ମ ସଂପାଦକ ଭାଵେ ଶାନ୍ତନୁ କୁମାର ଦାସ, କୋଷାଧକ୍ଷ ଭାଵେ ମୋହନ ପ୍ରସାଦ ସୁବୁଦ୍ଧି ମନୋନୀତ ହୋଇଛନ୍ତି l ଅନେକ ସମୟରେ ମାଇନ୍ସ ଵିଭାଗ ଉଦ୍ଦେଶ୍ୟ ମୁଳକ ଭାବେ କାର୍ଯ୍ୟାନୁଷ୍ଠାନ ଆଳରେ ମାତ୍ରାଧିକ ଫାଇନ କାଟୁଛି, ଫଳରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଠାରୁ ଆରମ୍ଭ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ, ସରକାରୀ ଠିକା କାର୍ଯ୍ୟ ଠପ୍ ହେଉଛି ଫଳରେ ସଧାରଣ ଜନତା ଠାରୁ ଆରମ୍ଭ କରି ଠିକାଦାର ମାନେ କ୍ଷତିଗ୍ରସ୍ତ ହେଉଛନ୍ତି, ଏହାର ସମାଧାନ ସ୍ୱରୂପ ସରକାର ଙ୍କୁ ସୁହାଇଲା ଭଳି ଏବଂ ହାଇୱା ମାଲିକ ଙ୍କୁ ସୁହାଇଲା ଭଳି ଆସୋସିଏସନ୍ ମାଧ୍ୟମ ରେ ସମାଧାନ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ଜିଲ୍ଳା ସଭାପତି ତଥା ପୂର୍ବତନ ଫୁଲବାଣୀ ବିଧାୟକ ଦେବେନ୍ଦ୍ର କହଁର ଓ ସଂପାଦକ ଦିଲ୍ଲୀପ ସାହୁ ଗଣ ମାଧ୍ୟମ ଙ୍କୁ କହିଛନ୍ତି l

