କରଞ୍ଜିଆ,୦୧/୦୬:(ରିଙ୍କୁ ବାବୁ):କରଞ୍ଜିଆ ଉପଖଣ୍ଡ ସରକାରୀ ଡାକ୍ତରଖାନା ହେଉଛି ଏ ଅଂଚଳ ର ରୋଗୀ ଙ୍କ ଆଶା ଓ ଭରସା | ପ୍ରତ୍ୟହ ଶହ ଶହ ରୋଗୀ ବିଭିନ୍ନ ପ୍ରାନ୍ତ ରୁ ଚିକିତ୍ସା ହେବା ପାଇଁ ଏଠାକୁ ଆସିଥାନ୍ତି |ଡାକ୍ତରଖାନା ର ସବୁଠୁ ଗୁରୁତ୍ୱପୂର୍ଣ ବିଭାଗ ହେଲା ପ୍ରସୂତି ଓ ଶିଶୁ ଚିକିତ୍ସା ବିଭାଗ |ଏହି ବିଭାଗରେ ପ୍ରତିଦିନ ପ୍ରାୟ ୨୦ ରୁ ୨୫ ସ୍ତ୍ରୀ ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି |ପିଲା ଜନ୍ମ ପୂର୍ବରୁ ଓ ପରେ ଚିକିତ୍ସା ହେବାର ସମସ୍ତ ବ୍ୟବସ୍ଥା ରହିଛି |ଚିକିତ୍ସା ପାଇଁ ଏଠାରେ ଏକ ୫ ମହଲା କୋଠା ରହିଛି |ଏହି କୋଠାରେ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା ରହିଛି |କୋଠା ସମ୍ମୁଖରେ ଆଉ ଏକ ଛୋଟ କୋଠାରେ ସ୍ତ୍ରୀ ରୋଗ ବିଶେଷଂଜ୍ଞ ଡାକ୍ତର ମାନଙ୍କ ଚାମ୍ବର ରହିଛି ସେଠାରେ ରୋଗୀଙ୍କ ପରୀକ୍ଷା ନିରୀକ୍ଷକ କରାଯାଇ ଥାଏ | ଏଠାରେ ୪ ଟି ସ୍ୱତନ୍ତ୍ର କେବିନ ରହିଛି |ଯେଉଁ ରୋଗୀ ମାନେ ସ୍ୱତନ୍ତ୍ର ଚିକିତ୍ସା ଚାହାଁନ୍ତି ସେମାନେ ଏହି କେବିନ କୁ ବ୍ୟବହାର କରିଥାନ୍ତି |କିନ୍ତୁ ଦୁଃଖ ର ବିଷୟ ୮ ରୁ ୯ ମାସ ହେଲା ଏହି କେବିନ ଗୁଡିକୁ ବନ୍ଦ ରଖାଯାଇଛି |ବନ୍ଦ ରହିବାର କାରଣ କିଛି ଜଣାପଡ଼ୁନାହିଁ |ଯାହାଫଳରେ ରୋଗୀ ସ୍ୱତନ୍ତ୍ର କେବିନ ନପାଇ ହନ୍ତ ସନ୍ତ ହେଉଛନ୍ତି |ଡାକ୍ତରଖାନା ର କତୃପକ୍ଷ ଇ ଦିଗରେ ଚୁପ ରହୁଥିବାରୁ ସାଧାରଣ ରେ ବିସ୍ମୟ ସୃଷ୍ଟି ହୋଇଛି |ମହାବଳ ବାଘ ଛେଳିଚରାଳୀକୁ ମାରିବା ଅଭିଯୋଗ |ସରକାରୀସ୍ତରରେ ତଦନ୍ତ ଜାରି କରଞ୍ଜିଆ,୦୧/୦୬:(ରିଙ୍କୁ ବାବୁ )କରଞ୍ଜିଆ ବନଖଣ୍ଡ ଅଧୀନ ଦୁଧିଆଣୀ ରେଞ୍ଜ ର ଯଶିପୁର ନିକଟ ଏକତାଳି ଗ୍ରାମ ର ସାଧୁ ନାୟକ ନାମକ ଜଣେ ଛେଳି ଚରାଳି କୁ ଜଙ୍ଗଲରେ ବାଘ ମାରି ଖାଇ ଦେଇଥିବାର ଅଭିଯୋଗ ହୋଇଛି | ମୃତ ସାଧୁର ଦୁଇଟି ଖଣ୍ଡିଆ ଗୋଡ ଓପିନ୍ଧିଥିବା ଲୁଙ୍ଘି ଜଙ୍ଗଲରେ ପଡିଥିବାର ଦେଖାଦେଇଛି |ଏକ ମହାବଳ ବାଘ ସାଧୁ କୁ ମାରି ଖାଇଥିବାର ଅଭିଯୋଗ ଗ୍ରାମବାସୀ କରିଛନ୍ତି, ତେବେ ଆଜି ଘଟଣାସ୍ଥଳକୁ ବନ ବିଭାଗ ଓ ପୁଲିସ ଘଟଣାସ୍ଥଳକୁ ଯାଇ ଅନୁସନ୍ଧାନ ଜାରି ରଖିଛନ୍ତି |ବାଘର ର ପାଦ ଚି଼ହ୍ନ କିମ୍ବା ବାଘ ର ଉପସ୍ଥିତି ନେଇ ଘଟଣାର ସ୍ପଷ୍ଟ କରିନାହାନ୍ତି |ମୃତ ସାଧୁର ଖଣ୍ଡିଆ ଗୋଡ଼ କୁ ଉଦ୍ଧାର କରି ଅଧିକ ତଦନ୍ତ ପାଇ ପଠାଯାଇଛି |ଲୋକଙ୍କ ଅଭିଯୋଗ ରୁ ପ୍ରକାଶ ଯେ, ଗତକାଲି ସାଧୁ ନାୟକ ଜଙ୍ଗଲକୁ ଛେଳି ଚରାଇବା ପାଇଁ ଯାଇଥିଲା, ସନ୍ଧ୍ୟା ପରେବି ସାଧୁ ଘରକୁ ଫେରି ନଥିଲା |ଘର ଲୋକ ଖୋଜା ଖୋଜି କରିଥିଲେବି ସାଧୁ ର ସନ୍ଧାନ ମିଳି ନଥିଲା |ଆଜି ସକାଳେ କିଛି ଲୋକ ଜଙ୍ଗଲ କୁ ଯାଇଥିବା ସମୟରେ ସାଧୁର ଖଣ୍ଡିଆ ଗୋଡ଼ ଓ ଲୁଙ୍ଘି ପଡିଥିବାର ଦେଖିଥିଲେ |ପାରିପାର୍ଷିକ ଅବସ୍ଥାରୁ ମାଘ ମରିଥିବାର ଗ୍ରାମବାସୀ ଅଭିଯୋଗ କରିଛନ୍ତି |

