ଫୁଲବାଣୀ,୩୧/୦୭(ସୁନୀଲ ପଟ୍ଟନାୟକ):କନ୍ଧମାଳ ଜିଲ୍ଲା ବାଲିଗୁଡା ତହସିଲ ଅନ୍ତର୍ଗତ ଲଣ୍ଡା ଗାଁ ଓ ହା ଖମୋଣଖୋଲ ଗ୍ରାମ ପଞ୍ଚାୟତ ରେ ଜମି ସ୍ଥାନ ବୁଲି ଦେଖିଲେ! ବାଲିଗୁଡା ବିଡ଼ିଓ ଅକ୍ଷୟ ମଲିକ, ତହସିଲ ଦାର ଦୀପ୍ତି ରେଖା ବେହେରା ଓ ଶିକ୍ଷା ବିଭା କତୃପକ୍ଷ ଜିଲ୍ଲା ପାଳ ଙ୍କ ସହ ଥିଲେ! ରାଜ୍ୟରେ ୩00 ସ୍କୁଲ ସ୍ଥାପିତ ହେବ ବୋଲି ମାନ୍ୟବର ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଥିଲେ! ଏଥି ପାଈଁ ୨, ୯୬0କୋଟି ଟଙ୍କା ଖର୍ଚ୍ଚ ହେବ!ଖେଳ କୁଦ (ସ୍ପୋର୍ଟ୍ସ ) ପାଈଁ ୯୪୩ କୋଟି ଖର୍ଚ୍ଚ ହେବ ରାଜ୍ୟ ପଞ୍ଚ ବାର୍ଷିକ ଯୋଜନା ରେ ବୋଲି ଜଣାପଡିଛି! ଶିକ୍ଷା ର କୌଣସି ପ୍ରଣାଳୀ ନ ବଦଳା ଯାଇ ଶିକ୍ଷାର ଗୁଣବତ୍ତା କୁ ଗୁରତ୍ୱ ଦିଆଯିବ ଓ ଏକ ସମାନ୍ତରାଳ କମ୍ପ୍ଲିମେଣ୍ଟାରୀ ସପୋର୍ଟିଭ ଭାବେ ସହାୟକ ହେବ!ଶିକ୍ଷା କ୍ଷେତ୍ର ରେ ଏକ ବୈପ୍ଲବିକ ପରିବର୍ତ୍ତନ ସୃଷ୍ଟି କରିବ ଗୋଦାବରିଷ ମିଶ୍ର ପ୍ରାଥମିକ ବିଦ୍ୟାଳୟ ଯୋଜନା ଏବଂ ଘରୋଇ ଦାମିକା ସ୍କୁଲ ସହ ସମାନତା ଭାବେ ପ୍ରତିଦ୍ବନ୍ଦିତା କରିବ ବୋଲି ସରକାର ଆଶା କରୁଛନ୍ତି!ଗ୍ରାମ୍ୟ ସ୍କୁଲ ଗୁଡିକରେ ଯଥେଷ୍ଟ ଶିକ୍ଷଣୀୟ ସାରଞ୍ଜାମ ନାହିଁ, ଶିକ୍ଷକ ଙ୍କ ପୁଅର ( poor ) ଉପସ୍ଥାନ, ଛାତ୍ର ଛାତ୍ରୀ ଙ୍କ ଶିକ୍ଷଣୀୟ ଅସମରର୍ଥତା କୁ ଦୂର କରିବା ସହ ଛାତ୍ର ଛାତ୍ରୀ ଙ୍କ ଭାଷାଗତ ପ୍ରତିବନ୍ଧକ କୁ ମଧ୍ୟ ଦୂର କରିବ ବୋଲି ଯୋଜନାରେ ଉଲ୍ଲେଖ ରହିଁଛି! GMAPV ଯୋଜନାରେ ବର୍ତ୍ତମାନ ସୁଟେବଲ ଜମି ଜିଲ୍ଲାପାଳ ମାନେ ଖୋଜି ଚଳିତ ବର୍ଷ ଠାରୁ ବିଦ୍ୟାଳୟ ସ୍ଥାପନା କାର୍ଯ୍ୟ ଆରମ୍ଭ ହେବ ବୋଲି ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ମାଝୀ ଘୋଷଣା କରିଛନ୍ତି! ସ୍କୁଲ ସ୍ଥାପନା ପାଈଁ ଅର୍ଥ ବାଧକ ହେବ ନାହିଁ ବୋଲି ସେ କହିଛନ୍ତି!୬୭୯୪ ପଂଚାୟତରେ ଏସବୁ ସ୍କୁଲ ଖୋଲା ଯିବ ଓ ପାଞ୍ଚ ବର୍ଷରେ ୧୧, ୯୯୩. ୪୧ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ବ୍ୟବସ୍ଥା ରହିଁଛି ୨୦୨୯ ସୁଦ୍ଧା! ସରକାରୀ ସ୍କୁଲରୁ ଅଭିଭାବକ ମାନେ ଆସ୍ଥା ହରାଉଥିବା କୁ ଦୃଷ୍ଟିରେ ରଖି ଯାଇ ଯୋଜନା ହେଉଛି ଘରୋଇ କୋଚିଂ ସେଣ୍ଟର ଉପରେ ଯେଭଳି ବିଶେଷ ନିର୍ଭର ନ ହେବା ପାଈଁ ଧ୍ୟାନ ଦିଆ ଯିବ!ଗ୍ରାମାଞ୍ଚଳ ସ୍କୁଲ ଗୁଡିକରେ ପିଲାଙ୍କ ଦକ୍ଷତା ବୃଦ୍ଧି ହେଉ ନଥିବା ଓ ଘରୋଇ ସ୍କୁଲ ର ଛାତ୍ର ମଧ୍ୟରେ ଦକ୍ଷତା ଓ ଶିକ୍ଷା ଲାଭ କ୍ଷେତ୍ରରେ ଏକ ବଡ଼ ଧରଣର ପ୍ରାର୍ଥକ୍ୟ ରହୁ ଥିବା ଆଶଙ୍କା କୁ ଦୂରୀଭୂତ କରାଯିବ!

